ବ୍ରାଜିଲ-ସ୍ୱିଜରଲାଣ୍ଡ ମ୍ୟାଚ୍‍ ୧-୧

0

ରୋଷ୍ଟୋଭ୍‍ ଅନ୍‍ ଡନ୍‍: ଚଳିତ ଫିଫା ବିଶ୍ୱକପ୍‍ରେ ରବିବାର ବ୍ରାଜିଲ ଓ ସ୍ୱିଜରଲାଣ୍ଡ ମଧ୍ୟରେ ମୁକାବିଲା ବିନା ହାରଜିତରେ ସମାପ୍ତ ହୋଇଛି। ଗ୍ରୁପ୍‍ ‘ଇ’ର ଏହି ମ୍ୟାଚ୍‍ ୧-୧ ଗୋଲ୍‍ରେ ଅମୀମାଂସିତ ରହିଛି। ପ୍ରଥମାର୍ଦ୍ଧରେ ଷ୍ଟିଭେନ୍‍ ଜୁବେର ଗୋଲ୍‍ ସ୍କୋର୍‍କରି ବ୍ରାଜିଲକୁ ଆଗୁଆ କରିଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ସ୍ୱିଜରଲାଣ୍ଡର ଷ୍ଟିଭେନ୍‍ ଜୁବେର ଗୋଲ୍‍ ସୁଝାଇ ଦେଇଥିଲେ। ଏହି ମ୍ୟାଚ୍‍ରେ ବ୍ରାଜିଲ ଫେଭରିଟ୍‍ ଥିଲେ ହେଁ ୧ ପଏଣ୍ଟରେ ଏହାକୁ ସନ୍ତୁଷ୍ଟ ରହିବାକୁ ପଡ଼ିଛି।

prayash

ମ୍ୟାଚ୍‍ର ପ୍ରଥମ ୫ ମିନିଟରେ ସ୍ୱିଜରଲାଣ୍ଡର ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା। ୩ୟ ମିନିଟରେ ସ୍ୱିଜରଲାଣ୍ଡ ଷ୍ଟ୍ରାଇକର ବ୍ଲେରିମ୍‍ ଡିଜେମାଇଲି ଅତି ପାଖରୁ ଗୋଲପୋଷ୍ଟ ଉପରକୁ ସଟ୍‍ ମାରିଥିଲେ। ୮ମ ଓ ୧୧ଶ ମିନିଟରେ ବ୍ରାଜିଲ୍‍ର ମିଡ୍‍ଫିଲ୍‍ର ପାଓଲିନ୍ୟୋଙ୍କୁ ୨ଟି ସୁଯୋଗ ମିଳିଥିଲା। ୮ମ ମିନିଟରେ ପାଓଲିନ୍ୟୋ ବଲ୍‍କୁ ନିୟନ୍ତ୍ରଣରେ ରଖି ପାରିନଥିଲେ ଏବଂ ୧୧ଶ ମିିନିଟରେ ଅତି ନିକଟରୁ ସେ ବଲ୍‍କୁ ଗୋଲପୋଷ୍ଟ ବାହାରକୁ ମାରିଥିଲେ। ମ୍ୟାଚ୍‍ ଆଗକୁ ବଢ଼ିବା ସହ ବ୍ରାଜିଲ ଲୟ ଫେରି ପାଇଥିଲା ଏବଂ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲା। ଏହାର ସୁଫଳ ବ୍ରାଜିଲକୁ ମିିଳିଥିଲା। ୨୦ ମିନିଟରେ ଗୋଲ୍‍ଦେଇ ଆଗୁଆ ହୋଇ ଯାଇଥିଲା। ମାର୍ସେଲୋଙ୍କ କ୍ରସ୍‍କୁ ହେଡ୍‍ କରିଥିଲେ ସ୍ୱିଜରଲାଣ୍ଡର ଡିଫେଣ୍ଡର। ବଲ୍‍ ପହଞ୍ଚିଥିଲା ଫିଲିପ୍‍ କୌଟିନ୍ୟୋଙ୍କ ପାଖରେ। ୨୫ ଗଜ ଦୂରରୁ ଏକ ରକେଟ୍‍ମାର୍କା ସଟ୍‍ମାରି କୌଟିନ୍ୟୋ ସ୍ୱିଜରଲାଣ୍ଡର ଗୋଲ୍‍ରକ୍ଷକ ୟାନ୍‍ ସମରଙ୍କୁ ପରାସ୍ତ କରିଥିଲେ। ଏହି ଗୋଲ୍‍ ପରେ ବ୍ରାଜିଲ ଆହୁରି ଆକ୍ରମଣ କରିଥିଲା। ତେବେ ସ୍ୱିଜରଲାଣ୍ଡର ଡିଫେଣ୍ଡର ବ୍ରାଜିଲ ଷ୍ଟ୍ରାଇକରଙ୍କୁ କୌଣସି ସୁଯୋଗ ଦେଇନଥିଲେ। ମଧ୍ୟାନ୍ତରର ଠିକ୍‍ ପୂର୍ବରୁ ବ୍ରାଜିଲର ଥିଆଗୋ ସିଲ୍‍ଭାଙ୍କ ସଟ୍‍ ଗୋଲ୍‍ପୋଷ୍ଟର ସାମାନ୍ୟ ଉପରେ ଚାଲି ଯାଇଥିଲା। ବ୍ରାଜିଲର ତାରକା ଷ୍ଟ୍ରାଇକର ନିଏମାରଙ୍କୁ ସ୍ୱିଜରଲାଣ୍ଡ ଡିଫେଣ୍ଡର ଛାଇ ପରି ଜଗି ରହିଥିଲେ। ଦ୍ୱିତୀୟାର୍ଦ୍ଧରେ ସ୍ୱିଜରଲାଣ୍ଡକୁ ଭିନ୍ନ ଦଳ ଭାବେ ଦେଖିବାକୁ ମିଳିଥିଲା। ଏହା ସଂଘବଦ୍ଧ ହୋଇ କିଛି ଗୋଲ୍‍ ଅଭିମୁଖୀ ଆକ୍ରମଣ କରିଥିଲା। ୫୦ ମିନିଟରେ ବ୍ରାଜିଲ ଡିଫେଣ୍ଡରଙ୍କ ତ୍ରୁଟିରୁ ସ୍ୱିଜରଲାଣ୍ଡ ଗୋଲ୍‍ ସୁଝାଇ ପାରିଥିଲା। ଝେରଡାନ୍‍ ସାକିରି ବ୍ରାଜିଲ ବକ୍ସକୁ ଉଚ୍ଚା ସଟ୍‍ ମାରିଥିଲେ। ବଲ୍‍ ପହଞ୍ଚିଥିଲା ଫାଙ୍କା ଛିଡ଼ା ହୋଇଥିବା ଷ୍ଟିଭେନ୍‍ ଜୁବେରଙ୍କ ପାଖରେ। ହେଡ୍‍କରି ଜୁବେର ଏହି ଦର୍ଶନୀୟ ଗୋଲ୍‍ ସ୍କୋର୍‍ କରିଥିଲେ। ଜୁବେରଙ୍କୁ ବ୍ରାଜିଲ ଡିଫେଣ୍ଡର ଫାଙ୍କା ଛାଡ଼ିବା ଏହା ପାଇଁ ମହଙ୍ଗା ପଡ଼ିଥିଲା। ଗତ ୩ଟି ବିଶ୍ୱକପ୍‍ରେ ବ୍ରାଜିଲ ବରଣ କରିଥିବା ଏହା ୧୧ଶ ଗୋଲ୍‍ ଥିଲା। ୫୭ ମିନିଟରେ ସାକିରି ଏକ ସୁଯୋଗ ହାତଛଡ଼ା କରିଥିବା ବେଳେ ୫୮ ମିନିଟରେ ନିଏମାରଙ୍କ ଏକ ପ୍ରୟାସ ଗୋଲପୋଷ୍ଟର ସାମାନ୍ୟ ବାହାରେ ଚାଲି ଯାଇଥିଲା। ୫୯ ମିନିଟରେ ବ୍ରାଜିଲ୍‍କୁ ଲାଗଲାଗ ୨ଟି କର୍ଣ୍ଣର ମିଳିଥିଲେ ହେଁ ଉଭୟ ବେକାର ହୋଇଥିଲା। ବ୍ରାଜିଲ ଆକ୍ରମଣ ଜାରି ରଖିଥିଲେ ହେଁ ଗୋଲ୍‍ ହୋଇନଥିଲା। ୮୫ ମିନିଟରେ ଫର୍ମିନୋ ଗୋଲ୍‍ ମିସ୍‍ କରିଥିଲେ।

kalyan agarbati
Leave A Reply