ଖୋ-ଖୋ କ୍ରୀଡାବୀତ୍ଙ୍କୁ ଏନଏସି ପକ୍ଷରୁ ସମ୍ବର୍ଦ୍ଧନା
ଆଠଗଡ : ହରିୟାଣାର ପଞ୍ଚକୁଲାଠାରେ ନିକଟରେ ଶେଷ ହୋଇଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡା ପ୍ରତିଯୋଗିତାରେ ଓଡିଶା ଖୋ-ଖୋ ଦଳ ରନର୍ସଅପ୍ ହୋଇ ରୌପ୍ୟ ପଦକ ହାସଲ କରିଛି। ଏହି ଦଳରେ ସାମିଲ ଥିବା ଆଠଗଡର କ୍ରୀଡାବୀତ୍ ଟି. ଜଗନ୍ନାଥ ଦାସଙ୍କୁ ଆଠଗଡ ଏନଏସି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ, ୧୮ନଂ ୱାର୍ଡର ପାରିଷଦ ମମତାମୟୀ ସେଠୀ, ପୂର୍ବତନ ପାରିଷଦ ବିଭୂତି ଭୂଷଣ ମହାରଣା ପ୍ରମୁଖ ଅଶୋକନଗରସ୍ଥିତ ଜଗନ୍ନାଥଙ୍କ ଘରେ ପହଞ୍ଚି ତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବଦ୍ଧିତ କରିବା ସହ ତାଙ୍କର ଭବିଷ୍ୟତ ଜୀବନ ଉଜ୍ଜଳମୟ ହେଉ ଏବଂ କ୍ରୀଡା କ୍ଷେତ୍ରରେ ଆହୁରି ଉଲ୍ଲେଖନୀୟ ସଫଳତା ହାସଲ କରନ୍ତୁ ବୋଲି କାମନା କରିଥିଲେ। ନବୀନ ପଟ୍ଟନାୟକଙ୍କ ସରକାର କ୍ରୀଡାବିତ୍ମାନଙ୍କୁ ରାଜ୍ୟର ଯଶ ବଢାଇବା ପାଇଁ ବହୁ ପ୍ରୋତ୍ସାହନ ଦେଉଛନ୍ତି ଏବଂ ଜଗନ୍ନାଥଙ୍କୁ ମଧ୍ୟ ଆଗକୁ ବଢିବା ଲାଗି ସହାୟତା କରାଯିବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ରାଉତ ପ୍ରକାଶ କରିଥିଲେ। ଆଠଗଡର ଉଦୀୟମାନ କ୍ରୀଡାବିତଙ୍କୁ ଖୋ-ଖୋ ଖେଳରେ ପାରଦର୍ଶିତା ପାଇଁ ଆବଶ୍ୟକୀୟ ତାଲିମ ଓ ପ୍ରୋତ୍ସାହନ ଯୋଗାଇ ଦେବେ ବୋଲି କ୍ରୀଡାବିତ୍ ଜଗନ୍ନାଥ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ।
Comments are closed.