କବି ନଟବର ସାହିତ୍ୟ ସଂସଦ ପକ୍ଷରୁ ଏନଡିଆରଏଫ୍ ଯବାନଙ୍କୁ ସମ୍ବର୍ଦ୍ଧନା

ବାଙ୍କୀ : ଛତିଶଗଡ଼ରେ ୮୦ଫୁଟ ଗଭୀର ବୋର ୱେଲରେ ୫ଦିନ ଫଶି ରହିଥିବା ୧୦ବର୍ଷର ବାଳକ ରାହୁଲ ସାହୁଙ୍କ ଉଦ୍ଧାର କରିବାରେ ଓଡ଼ିଶାର ମୁଣ୍ଡଳିସ୍ଥିତ ଏନ୍.ଡି.ଆର୍.ଏଫ୍ ର ଯବାନଙ୍କ ଉତ୍ସର୍ଗୀକୃତ ଦକ୍ଷତା ବେଶ୍ ପ୍ରଶଂସିତ । ଏହି ପରିପ୍ରେକ୍ଷୀରେ ଡମପଡ଼ାଗଡ଼ କବି ନଟବର ସାହିତ୍ୟ ସଂସଦ ପକ୍ଷରୁ ସଦସ୍ୟମାନେ ମୁଣ୍ଡଳିସ୍ଥିତ ବାଟାଲିୟନରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟରେ ବ୍ରତୀଥିବା ଯବାନମାନଙ୍କୁ ଫୁଲତୋଡ଼ା ପ୍ରଦାନ ଓ ମିଠା ଖୁଆଇ ସମ୍ବର୍ଦ୍ଧିତ କରିଛନ୍ତି । ସମ୍ମୁଖ ଭାଗରେ ନେତୃତ୍ୱ ନେଇଥିବା ଡେପୁଟି ବର୍ଦ୍ଧମାନ ମିଶ୍ର, ଇନିସପେକ୍ଟର ଏସ୍.କେ ତ୍ରିପାଠୀ, ଆର୍.କେ ରୱାତ ଜୀ, ସବ୍ଇନସ୍ପେକ୍ଟର ଏସ୍.କେ ଯାଦବ  ଓ ୨୩ଜଣ ସକ୍ରୀୟ ଅଂଶଗ୍ରହଣକାରୀ ଯବାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ସମ୍ପର୍କରେ ନଟବର ସାହିତ୍ୟ ସଂସଦ ପକ୍ଷରୁ ଅନୁଷ୍ଠାନର ଆବାହକ ସଞ୍ଜିବ କୁମାର ଦାସ ସୂଚନା ଦେଇଛନ୍ତି। ସଭ୍ୟ ସରୋଜ କୁମାର ବେହେରା, ଶିକ୍ଷାବିତ୍ କାଶୀନାଥ ରାଉତ, ଅଧ୍ୟାପକ ନିରାକାର ପ୍ରସାଦ ସାମନ୍ତରାୟ, ଜ୍ୟୋତିପ୍ରକାଶ ପାଣି ପ୍ରମୁଖ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସାମିଲ୍ ହୋଇ ଏନଡିଆରଏଫ ଯବାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Comments are closed.