ନୂଆଦିଲ୍ଲୀ: ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପରେ କାନ୍ସ ଫେଷ୍ଟିଭାଲରେ ଜଲୱା ଦେଖାଇବାକୁ ପ୍ରସ୍ତୁତ ଅଛନ୍ତି ବଲିଉଡ ଅଭିନେତ୍ରୀ କିଆରା ଆଡୱାନୀ। ୭୭ତମ କାନ୍ସ ଫେଷ୍ଟିଭାଲରେ ଡେବ୍ୟୁ କରିବାକୁ ଯାଉଛନ୍ତି କିଆରା। ରେଡ୍ କାର୍ପେଟରେ ନିଜର ଜଲୱା ଦେଖାଇବା ପୂର୍ବରୁ କିଆର କିଛି ଫଟୋ ସେୟାର କରିଛନ୍ତି। ଯାହାକୁ ଦେଖିବା ପରେ ଫ୍ୟାନ୍ସମାନେ ପାଗଳ ହୋଇଯାଇଛନ୍ତ। ଫ୍ୟାନ୍ସମାନେ କିଆରାଙ୍କ ଏହି ସୌନ୍ଦଯ୍ୟ ଭରା ଫ୍ୟାଶନ ଲୁକ୍ ଦେଖି ପ୍ରଶଂସା କରିବାରେ ଲାଗିଛନ୍ତି। ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏଖ ଭିଡ଼ିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ କ୍ୟାମେରା ଆଗରେ ପୋଜ୍ ଦେଉଛନ୍ତି। ଫଟୋରେ କିଆରା ଏକ ଧଳା ରଙ୍ଗର ଉଚ୍ଚ ସ୍ଲିଟ୍ ଗାଉନରେ ନଜର ଆସିଛନ୍ତି। ଧଳା ରଙ୍ଗର ମ୍ୟାଚିଙ୍ଗ କାନଫୁଲ ସାଙ୍ଗକୁ ହାତର ଆଙ୍ଗୁଠିରେ ମୁଦୀ ପିନ୍ଧିଛନ୍ତି। କିଆରାଙ୍କ ଏହି ଗ୍ଲାମର ଲୁକ୍ ଦେଖି ଫ୍ୟାନ୍ସ ପ୍ରଶଂସାରେ ପୋତି ପକାଇଛନ୍ତି। କିଆରା ଖୁବଶୀଘ୍ର ରାମ ଚରଣଙ୍କ ଫିଲ୍ମ ‘ଗେମ୍ ଚେଞ୍ଜର’ରେ ନଜର ଆସିବେ।
Popular Categories



