www.samajalive.in
Monday, December 15, 2025
24.1 C
Bhubaneswar

ଆଜିଠାରୁ ଯନ୍ତର ମନ୍ତରରେ କୃଷକଙ୍କ ବିକ୍ଷୋଭ; ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ: ଏଠାରେ ଯନ୍ତର ମନ୍ତରଠାରେ ଆନ୍ଦୋଳନରତ କୃଷକମାନଙ୍କୁ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଅନୁମତି ଦିଆଯିବା ପରେ ଆଜିଠାରୁ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯାଉଛି । ସେଥିପାଇଁ ଉକ୍ତ ସ୍ଥାନକୁ ବ୍ୟାରିକେଡ କରାଯିବା ସହିତ ବହୁ ସଂଖ୍ୟାରେ ପୁଲିସ ଓ ସୁରକ୍ଷା ବାହିନୀ ଯବାନଙ୍କୁ ମୁତୟନ କରାଯାଇଛି । ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କର ତିନିଟି ନୂଆ କୃଷି ଆଇନକୁ ବିରୋଧ କରି କୃଷକମାନେ ଦିଲ୍ଲୀ ସୀମାନ୍ତରେ ଦୀର୍ଘମାସ ହେଲା ବିକ୍ଷୋଭ ପ୍ରଦର୍ଶନ ଓ ଧାରଣା ଦେଇଆସୁଛନ୍ତି । ତେବେ ଯନ୍ତର ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଦିଲ୍ଲୀ ଉପରାଜ୍ୟପାଳ ସେମାନଙ୍କୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅନୁମତି ପ୍ରଦାନ କରିବା ସହିତ ସର୍ବାଧିକ ୨୦୦ କୃଷକ ବିକ୍ଷୋଭରେ ସାମିଲ ହୋଇପାରିବେ ବୋଲି କହିଛନ୍ତି । ତେବେ କୃଷକ ସଂଗଠନଗୁଡିକର ଛାମୁଆ ସଂଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚ (ଏସକେଏମ) କହିଛି ସେମାନେ ଅଗଷ୍ଟ ୧୩ ପର୍ଯ୍ୟନ୍ତ ସଂସଦର ମୌସୁମୀ ଅଧିବେଶନ ଚାଲିବା ଯାଏ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବେ ।

ଇତିମଧ୍ୟରେ କୃଷକ ନେତା ରାକେଶ ଟିକାୟତ କହିଛନ୍ତି ଯେ ସେ ଓ ଅନ୍ୟ କୃଷକମାନେ ଯନ୍ତର ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସେଠାରେ କିଷାନ ସଂସଦ ଆୟୋଜନ କରିବେ । ସିଂଘୁଠାରେ ବିକ୍ଷୋଭ କରୁଥିବା କୃଷକ ନେତା ପ୍ରେମ ସିଂହ ଭାଙ୍ଗୁ କହିଛନ୍ତି, ଭାଜପାର ଗଡ ବୋଲି ବିବେଚନା କରାଯାଉଥିବା ଉତ୍ତର ପ୍ରଦେଶରେ ଭାଜପାକୁ ରୋକିବା ସେମାନଙ୍କର ପରବର୍ତ୍ତୀ ପଦକ୍ଷେପ ହେବ । ସେମାନଙ୍କର ଉତ୍ତର ପ୍ରଦେଶ ଅଭିଯାନ ସେପ୍ଟେମ୍ବର ୫ରେ ଆରମ୍ଭ ହେବ । କୃଷକମାନଙ୍କୁ ଯନ୍ତର ମନ୍ତରରେ ଆଜିଠାରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ପୂର୍ବାହ୍ନ ୧୧ଟାରୁ ସଂଧ୍ୟା ୫ ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଅନୁମତି ଦିଆଯାଇଛି । ଏଥିସହିତ ସେମାନେ ନିର୍ଦ୍ଦିଷ୍ଟ ୫ଟି ବସ ଏବଂ ଗୋଟିଏ ଏସୟୁଭିରେ ନିର୍ଦ୍ଧାରିତ ରାସ୍ତାରେ ବିକ୍ଷୋଭ ସ୍ଥଳକୁ ଆସିବା ସହିତ କୋଭିଡ କଟକଣା ପୂର୍ଣ୍ଣତଃ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories