www.samajalive.in
Sunday, December 14, 2025
19.1 C
Bhubaneswar

ଗଣତନ୍ତ୍ରର ବିଜୟ, ଅହଙ୍କାରର ପରାଜୟ: କଂଗ୍ରେସ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ଯେଉଁ ତିନୋଟି କୃଷି ଆଇନକୁ ପାରିତ କରିଥିଲା ସେ ସମସ୍ତ କୃଷି ଆଇନକୁ ଆସନ୍ତା ଶୀତକାଳୀନ ଅଧିବେଶନରେ ସଂସଦରେ ରଦ୍ଦ କରାଯିବ। ଦୀର୍ଘ ୧୩ମାସ କାଳ ଧରି କୃଷକମାନେ ଏହି କଳା କୃଷି ଆଇନ ବିରୋଧରେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ ଜାରିରଖିଛନ୍ତି। ସାରା ଭାରତବର୍ଷର ଅନ୍ନଦାତା ଏ ଆଇନକୁ ରଦ୍ଦ ବା ଆଇନର ପରିବର୍ତ୍ତନ ପାଇଁ ବାରମ୍ବାର ମୋଦୀ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶୁକ୍ରବାର ପ୍ରଦେଶ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସଂପାଦକ ଡ. ଏ ଚେଲାକୁମାର ସାମ୍ବାଦିକଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଭାରତ ବର୍ଷର ମୋଦୀ ସରକାର ଯେଉଁ କଳା କୃଷି ଆଇନ ପ୍ରଣୟନ କରିଥିଲେ ତାହା ଆଜି ସେ ନିଜେ ଏବଂ ତାଙ୍କ ସରକାର ଏ ଆଇନକୁ ରଦ୍ଦ କରିବାକୁ ଘୋଷଣା କରିଛନ୍ତି। ଭାରତବର୍ଷର କୋଟି କୋଟି କୃଷକ ଯେଉଁ ଆନ୍ଦୋଳନ ଜାରି ରଖିଥିଲେ ତାହା ନ୍ୟାୟସଙ୍ଗତ ଥିଲା ବୋଲି ଏଥିରୁ ସ୍ପଷ୍ଟ ପ୍ରମାଣିତ। ଏହି ବିଜୟ ଭାରତ ବର୍ଷର କୃଷକଙ୍କ ବିଜୟ, ଗଣତନ୍ତ୍ରର ବିଜୟ , ସତ୍ୟର ବିଜୟ ଓ ଅହଙ୍କାରର ପରାଜୟ ବୋଲି ସେ କହିଥିଲେ। ଦୀର୍ଘ ୭ବର୍ଷ ଧରି ମୋଦୀ ଯେଉଁ ସବୁ ଆଇନ କରିଛନ୍ତି ସେ ବିମୁଦ୍ରାୟନ ହେଉ, ସେବାକର (ଜିଏସଟି)ହେଉ ବା ଆଜି ଯେଉଁ ରାଷ୍ଟ୍ରୀୟ ସମ୍ପତ୍ତିି ବିକ୍ରି ନିଷ୍ପତ୍ତି ଏ ସମସ୍ତ ଜନବିରୋଧୀ। କଂଗ୍ରେସ ଯେତେ ଅଧିକ ଶକ୍ତିଶାଳୀ ହେବ ମୋଦୀ ସରକାର ସମସ୍ତ ନିୟମକୁ ପୁଣିଥରେ ପରିବର୍ତ୍ତନ କରିବେ। କଂଗ୍ରେସ ଦଳ ଏହି କୃଷକ ଆନ୍ଦୋଳନ ସହିତ ସମ୍ପୂର୍ଣ୍ଣ ଭାବେ ଜଡ଼ିତ ଥିଲା ଏବଂ ରହିବ, ଯେ ପର୍ଯ୍ୟନ୍ତ ଏହା ସଂସଦରେ ପ୍ରତ୍ୟାହାର ହୋଇନାହିଁ। ଖାଲି ସେତିକି ନୁହେଁ କୃଷକଙ୍କ ସହିତ କଂଗ୍ରେସ କାନ୍ଧକୁ କାନ୍ଧ ମିଳାଇ ଏମ୍‌ଏସ୍‌ପିକୁ ଆଇନ ଦ୍ୱାରା ସ୍ବୀକୃତି ଏବଂ ସୁନିଶ୍ଚିତ ହେବା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବ।
ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ୭୦୦ରୁ ଅଧିକ କୃଷକଙ୍କ କୃଷି ଆଇନ ପ୍ରତ୍ୟାହାର ଆନ୍ଦୋଳନରେ ମୃତ୍ୟୁ ଘଟିଛି। ସେମାନଙ୍କ ପଛପଟରୁ ଗାଡ଼ି ଓ ଟ୍ରାକ୍ଟର ଚଢ଼ାଇ ମାରିଦିଆଗଲା ଏବଂ ତାଙ୍କ ନାଁରେ ବିଭିନ୍ନ ଆତଙ୍କବାଦ ଆଇନ ବଳରେ ଯେଉଁ ମାମଲା ଦାଏର ହୋଇଛି ସେଥିପାଇଁ ମୋଦୀ ଦାୟୀ ରହିବେ କି ନାହିଁ ସେ ପ୍ରଶ୍ନ ପଚାରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତ କଂଗ୍ରେସ କମିଟିର ସମ୍ପାଦକ ଜି ରୁଦ୍ରରାଜୁ, ଗଣମାଧ୍ୟମ ଅଧ୍ୟକ୍ଷ ଗଣେଶ୍ୱର ବେହେରା, ଯଜ୍ଞେଶ୍ୱର ବାବୁ ଏବଂ ବରିଷ୍ଠ ମୁଖପାତ୍ର ତଥା ସେବାଦଳ ଅଧ୍ୟକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଉପସ୍ଥିତ ଥିଲେ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories