www.samajalive.in
Monday, December 15, 2025
24.1 C
Bhubaneswar

ବିଶ୍ବକପ ଫାଇନାଲ: ସୁରକ୍ଷା ବଳୟ ଭାଙ୍ଗିଲେ ଯୁବକ, ଖେଳ ବେଳେ ପଡ଼ିଆରେ ପଶି ବିରାଟ କୋହିଲିଙ୍କୁ କୁଣ୍ଢାଇଲେ

ଅହମ୍ମଦାବାଦ: ବିଶ୍ବକପ ଫାଇନାଲରେ ସୁରକ୍ଷାବଳୟ ଭାଙ୍ଗି ପଡ଼ିଆକୁ ପଶି ଜଣେ ଯୁବକଖେଳ ବେଳେ ପଡ଼ିଆରେ ପଶି ବିରାଟ କୋହିଲିଙ୍କୁ କୁଣ୍ଢାଇ ପକାଇଥିବା ଦେଖିବାକୁ ମିଳିଛି। ପାଲେଷ୍ଟାଇନ ପତାକା ଧରି ଯୁବକ ଜଣଙ୍କ ବିରାଟ କୋହିଲିଙ୍କ କାନ୍ଧରେ ହାତ ପକାଇଥିଲେ। ଯୁବକ ଜଣଙ୍କ ଫ୍ରି ପାଲେଷ୍ଟାଇନ ସାର୍ଟ ପିନ୍ଧି ପଡ଼ିଆକୁ ଦୌଡ଼ି ଦୌଡ଼ି ପ୍ରବେଶ କରିଥିଲେ। ତତ୍କାଳ ସୁକ୍ଷାକର୍ମୀ ପଡ଼ିଆକୁ ଯାଇ ଯୁବକକୁ କାବୁ କରିଥିଲେ।

ଗୁଜରାଟର ଅହମଦାବାଦ ସ୍ଥିତି ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିଶ୍ୱକପ ଫାଇନାଲ ମ୍ୟାଚ୍‌ ଖେଳ ଦେଖିବାକୁ ଷ୍ଟାଡିୟମରେ ୧.୩୦ ଲକ୍ଷରୁ ଅଧିକ ଦର୍ଶକ ଯାଇଛନ୍ତି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବକପ ଫାଇନାଲ ଟ୍ରଫି ପାଇଁ ଲଢ଼େଇ ହେଉଥିବାରୁ ଷ୍ଟାଡ଼ିୟମରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତେବେ ସୁରକ୍ଷାକର୍ମୀଙ୍କ କଡ଼ା ରକ୍ଷାବଳୟ ଭାଙ୍ଗି ଜଣେ ଯୁବକ ପଡ଼ିଆ ମଧ୍ୟରେ ପ୍ରବେଶ କରିବାରେ ସଫଳ ହୋଇଛନ୍ତି।

- Advertisement -

ବିରାଟ କୋହଲି ଓ କେଏଲ ରାହୁଲ କ୍ରିଜ୍‌ରେ ଥିବା ବେଳେ ଯୁବକ ଜଣକ ଦୌଡ଼ି ଦୌଡ଼ ପଡ଼ିଆ ଭିତରେ ପ୍ରବେଶ କରିଥିଲେ। ଏହା ଦେଖି ସମସ୍ତ ଖେଳାଳି.ପ୍ରଶଂସକ ଓ ଦର୍ଶକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପଡ଼ିଆରେ ପଶିଥିବା ଯୁବକ ଜଣଙ୍କ ଧଳା ଟି-ଶାର୍ଟ ଓ ନାଲି ପ୍ୟାଣ୍ଟ ପିନ୍ଧିଥିଲେ ଏବଂ ବିରାଟ କୋହିଲିଙ୍କୁ ମଧ୍ୟ କୁଣ୍ଢାଇଥିଲେ। ସେ ବିରାଟଙ୍କୁ କୁଣ୍ଢାଇବା ପରେ ପଡ଼ିଆରେ ତୁରନ୍ତ ସୁରକ୍ଷାକର୍ମୀମାନେ ପହଞ୍ଚିଥିଲେ। ଏବଂ ଯୁବକ ଜଣଙ୍କୁ ପଡ଼ିଆରୁ ନେଇ ଯାଇଥିଲେ।

ଯୁବକ ପିନ୍ଧିଥିବା ଟି-ଶାର୍ଟରେ ‘ଷ୍ଟପ ବମିଂ ପାଲେଷ୍ଟାଇନ୍‌’ ଏବଂ ମୁକ୍ତ ପାଲେଷ୍ଟାଇନ ତାଙ୍କ ଟି-ଶାର୍ଟରେ ଲେଖା ହୋଇଥିଲା। ତେବେ ବିଶ୍ବକପର କଡ଼ା ସୁରକ୍ଷାବଳୟକୁ ଭାଙ୍ଗି ଜଣେ ଯୁବକ ପଡ଼ିଆରେ ପ୍ରବେଶ କରି ବିରାଟ କୋହିଲିଙ୍କୁ କୁଣ୍ଢାଇଲେ ଏବଂ ଏହା ପଛରେ କକ୍’ଣ କାରଣ ରହିଛି ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories