www.samajalive.in
Wednesday, December 10, 2025
16.1 C
Bhubaneswar

ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ‘ଶରତ ଉତ୍ସବ-୨୦୨୩’,

ଭୁବନେଶ୍ବର: ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ‘ଶରତ ଉତ୍ସବ-୨୦୨୩’ ଏକ ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ତଥା ଶିକ୍ଷାବିତ୍ ପ୍ରଫେସର ନିଳାଦ୍ରୀ ଭୂଷଣ ହରିଚନ୍ଦନ ଉତ୍ସବକୁ ଅନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଓଡ଼ିଆ ସାହିତ୍ୟରେ ବିଭିନ୍ନ କବିଙ୍କ ବର୍ଣ୍ଣନାରେ ଶରତ ଋତୁ କିପରି ଜନ ଜୀବନରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ସେ ସଂପର୍କରେ ସୁବିସ୍ତୃତ ଆଲୋଚନା କରିଥିଲେ। ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ଏହି ଅନନ୍ୟ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। ବିଶିଷ୍ଟ ଅତିଥି ଭାବେ ବରିଷ୍ଠ ପ୍ରଶାସକ ତଥା ପ୍ରଥିତ ଯଶା କବି ଅଭୟ ନାୟକ ଯୋଗଦେଇ ଓଡ଼ିଆ ଜାତିର ସାଂସ୍କୃତିକ ପରିଚୟର ବିଶେଷତ୍ବ ଉପରେ ଆଲୋକପାତ କରିବା ସହ ଶରତ ଋତୁର ସାହିତ୍ୟକ ବର୍ଣ୍ଣନା କରିଥିଲେ ।

କୁଳପତି ପ୍ରଫେସର ସ୍ବାଇଁ ତାଙ୍କ ବକ୍ତବ୍ୟରେ ଶରତ ଋତୁ ସ୍ମରଣୀୟ ପ୍ରାକୃତିକ ବିଭବ ଉପରେ ଆଲୋକପାତ କରିବା ସହ ସ୍ବରଚିତ କବିତା ପାଠ କରିଥିଲେ। କୁଳସଚିବ ଅନାମିକା ଅଧିକାରୀ ଶରତ ରୁତୁର ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ। ସହକାରୀ ପ୍ରଫେସର ଆଶିଷ ମହାପାତ୍ର ସ୍ବାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ବିଭାଗୀୟ ମୁଖ୍ୟ ଡଃ. ଚକ୍ରଧର ବେହେରା ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଡ.ଜ୍ଞାନ ରଞ୍ଜନ ପଣ୍ଡାଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବ ଓ ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡିଶୀ କଣ୍ଠସଂଗୀତ, ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ, ସୀତାର ବାଦନ, ବୃନ୍ଦ ତବଲା ବାଦନ ତଥା ବଂଶୀ ବାଦନର କାର୍ଯ୍ୟକ୍ରମ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଚିତ୍ରକଳା ବିଭାଗର ଛାତ୍ରଛାତ୍ରୀ ମାନେ ଶରତ ଋତୁକୁ ନେଇ ଏକ ଚିତ୍ରକଳା ପ୍ରଦର୍ଶନୀ ର ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଧୀରଜ କୁମାର ମହାପାତ୍ର ଏବଂ ସମ୍ବରୁ ଶୋଭରା ସଂଯୋଜନା କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories