www.samajalive.in
Thursday, December 11, 2025
16.1 C
Bhubaneswar

ପୂର୍ବ ଶତୃତାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ, ଜଣେ ଗୁରୁତର

କଲମପୁର: ରବିବାର କଲମପୁର ଥାନା ଅଧିନସ୍ଥ ଦୁଲକିବନ୍ଧ ନୁଆପଡା ଠାରେ ଘଟିଛି ଏକ ଅଘଟଣ। ପୂର୍ବ ଶତୃତାକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣ ଯୋଗୁଁ ଜଣେ ବ୍ୟକ୍ତି ଗୁରୁତର ହେଇଛନ୍ତି। ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି।

ସୂଚନା ଅନୁସାରେ ଦୁଲକିବନ୍ଧ ନୁଆପଡାର ଲଚ୍ଛମନ ପୁଝାରୀ ନାମକ ଜନୈକ ବ୍ୟକ୍ତି ନିଜ ଚାଷ ଜମିରେ ଥିବା ବେଳେ ପୂର୍ବ ଶତୃତା କରାଣରୁ ମୁକ୍ତେଶ୍ୱର ପୁଝାରୀ, ସୀମାଞ୍ଚଳ ପୁଝାରୀ ଏବଂ ରାମ ଚନ୍ଦ୍ର ପୁଝାରୀ ପ୍ରମୁଖ ସମ୍ପର୍କୀୟ ଭାଇ ମାନେ ସଂଘ ବଦ୍ଧ ଭାବେ ଆକ୍ରମଣ କରି ମାଡ ମାରି ଚାଷ ଜମିରେ ପକାଇ ଦେଇଥିଲେ। ପରିବାର ଲୋକ ଏନେଇ ଜାଣିବା ପରେ ଲଚ୍ଛମନକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି। ବର୍ତମାନ ତାଙ୍କ ଚିକିତ୍ସା ଜାରି ରହିଛି। ଏନେଇ କଲମପୁର ପୁଲିସ ଥାନାରେ ମୌଖିକ ଭାବେ ସୁଚନା ଦିଆଯାଇଛି। ପୂର୍ବରୁ ମଧ୍ୟ ଏହି ଦୁଇ ପରିବାର ମଧ୍ୟରେ ଝଗଡା ରହିଥିଲା।

- Advertisement -

ଏପରିକି ଉଭୟ ପରିବାର ମଧ୍ୟରେ ଝଗଡା ହେଉଥିବା କାରଣରୁ ପୂର୍ବରୁ କୁଟ୍ରୁ ପୁଲିସ ଫାଣ୍ଡିରେ ଅଭିଯୋଗ ହୋଇଥିଲା। ଏପରିକି ଦିନକ ପୂର୍ବରୁ ମୁକ୍ତେଶ୍ୱର ସହ ଝଗଡା ହୋଇଥିବାରୁ କଲମପୁର ଥାନାର ଦ୍ୱାରସ୍ଥ ହେଇଥିବା ମୁକ୍ତେଶ୍ୱର ସୁଚନା ଦେଇଛନ୍ତି। ଅନ୍ୟପଟେ ପୂର୍ବ ଶତୃତା କାରଣରୁ ଏଭଳି ଘଟଣା ଘଟିଛି। ଗତ ବର୍ଷ ମଧ୍ୟ ଝଗଡା ହେଇଥିଲା ବୋଲି ଲଚ୍ଛମନର ଭାଇ ଚଂଚଳ ପୁଝାରୀ ସୁଚନା ଦେଇଛନ୍ତି।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories