www.samajalive.in
Monday, December 15, 2025
24.1 C
Bhubaneswar

ମିଛ ଖବର ଦେଶର ଗଣତନ୍ତ୍ର ପ୍ରତି ବିପଦ: ଅଶ୍ବିନୀ ବୈଷ୍ଣବ

ନୂଆଦିଲ୍ଲୀ : ମିଛ ଖବର ଦେଶର ଗଣତନ୍ତ୍ର ପ୍ରତି ବଡ ବିପଦ। ତେଣୁ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକରେ ପ୍ରକାଶ ପାଉଥିବା ମିଛ ଖବର ଓ ଏଆଇ ଦ୍ବାରା ପ୍ରସ୍ତୁତ ନକଲି ଭିଡିଓକୁ ନିୟନ୍ତ୍ରଣ ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି। ବୁଧବାର ଲୋକସଭାରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ସାମାଜିକ ଗଣମାଧ୍ୟମଗୁଡିକ ଦେଶର ସମ୍ବିଧାନ କିମ୍ବା ସଂସଦ ଦ୍ବାରା ପ୍ରଣୀତ ଆଇନକୁ ମାନୁନାହାନ୍ତି। ସେମାନେ ଏକ ପ୍ରକାର ସମାନ୍ତରାଳ ବ୍ୟବସ୍ଥା ଚଳାଇବାକୁ ଚେଷ୍ଟା କରୁଛନ୍ତି। ତେଣୁ ଏପରି ସାମାଜିକ ଗଣମାଧ୍ୟମଗୁଡିକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନର ଜରୁରୀ ଆବଶ୍ୟକତା ରହିଛି। ଏହା ସହିତ ସାମାଜିକ ଗଣମାଧ୍ୟମଗୁଡିକୁ ନିୟନ୍ତ୍ରଣ କରିବା ଲାଗି କଠୋର ନିୟମ ପ୍ରଣୟନ କରାଯିବା ଦରକାର। ସେ କହିଛନ୍ତି ଯେ ନିକଟରେ କେତେକ ନୂଆ ନିୟମ ଆଗତ କରାଯାଇଛି। ଏଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ କିଛି ସମୟ ଲାଗିବ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପ୍ରସ୍ତୁତ ଡିପ୍‌ଫେକ ଫଟୋ ଓ ଭିଡିଓକୁ ନିୟନ୍ତ୍ରଣ କରିବା ଲାଗି ଏକ ଚିଠା ନିୟମ ପ୍ରସ୍ତୁତ କରାଯାଇଛି। ଏହାକୁ କାର୍ଯ୍ୟକାରୀ କରିବା ନେଇ ବିଚାରବିମର୍ଷ ଚାଲିଛି। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଜିଟାଲ ଇଣ୍ଡିଆ ଗଠନ ପ୍ରୟାସ କ୍ରମରେ ବୈଷୟିକ ଜ୍ଞାନକୌଶଳକୁ ସବୁ ଲୋକଙ୍କ ନିକଟରେ ପହଞ୍ଚାଇବାର ପ୍ରୟାସ କରାଯାଉଛି। ଏହି କ୍ରମରେ ସାମାଜିକ ଗଣମାଧ୍ୟମର ବ୍ୟବହାର ବ୍ୟାପକ ହୋଇଛି। ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରତ୍ୟେକ ନାଗରିକ ନିଜକୁ ଅନ୍ୟମାନଙ୍କ ନିକଟରେ ଉପସ୍ଥାପନ କରିପାରୁଛନ୍ତି। ତେବେ ଏହାକୁ ନିୟନ୍ତ୍ରଣ କରିବା ଲାଗି କଠୋର ଆଇନର ଆବଶ୍ୟକତା ରହିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories