ମୁସଲିମ୍ ପଞ୍ଚାୟତ ତରଫରୁ ଦାତବ୍ୟ ଚକ୍ଷୁ ଚିକିତ୍ସା ଶିବିର
ଚୌଦ୍ୱାର : ଚୌଦ୍ୱାର ମୁସଲିମ୍ ପଞ୍ଚାୟତ ତରଫରୁ ଦାତବ୍ୟ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଯାତ୍ରା ପଡ଼ିଆସ୍ଥିତ ମଦ୍ରାସା ଗୃହରେ କେୟାର ନେତ୍ରମ୍ ସହଯୋଗରେ ଆୟୋଜିତଏହି ଶିବିରକୁ ମୁରବି ସଫିକୁଦ୍ଦିନ୍ ଉଦଘାଟନ କରିଥିଲେ। ଶିବିରରେ ୧୩୩ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇ ଆବଶ୍ୟକୀୟ ଔଷଧ ପ୍ରଦାନ କରାଯାଇଥିଲା ଏବଂ ୯୦ଜଣଙ୍କୁ ଅନୁଷ୍ଠାନ ତରଫରୁ ଚଷମା ପ୍ରଦାନ କରାଯାଇଥିଲା । ୮ଜଣଙ୍କ ଚକ୍ଷୁରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଚିକିତ୍ସାଳୟକୁ ନିଆ ଯାଇଥିଲା। ମୁସଲିମ ପଞ୍ଚାୟତ ସଭାପତିି ଏସ୍.କେ. ସାଜିଦ୍ ଚାନ୍ଦ୍, ମଦ୍ରାସା ସମ୍ପାଦକ ଏସ୍.କେ. ସବ୍ୱିରୁଦ୍ଦିନ୍, ନସିମ୍ ଖାନ୍, ଏସ୍.କେ. ଇସମାଇଲ, ମହମ୍ମଦ ରିଜୁଆନ୍, ସେକ୍ କାଦ୍ରିସ୍ ପ୍ରମୁଖ ଶିିବିିର ପରିଚାଳନା କରିଥିଲେ।
Comments are closed.