www.samajalive.in
Wednesday, December 10, 2025
17.1 C
Bhubaneswar

ଅବଧି ଶେଷ ଇଞ୍ଜେକ୍ସନ ଦେବା ଯୋଗୁଁ ରୋଗୀ ଗୁରୁତର

ମାଲକାନଗିରି : ଏମ.ଭି – ୧୯ ଗ୍ରାମସ୍ଥିତ ଏକ ଘରୋଇ ଔଷଧ ଦୋକାନରୁ ଅବଧି ଶେଷ ହୋଇଯାଇଥିବା ଇଞ୍ଜେକ୍ସନ ନେଇ ଡାକ୍ତରଖାନାରେ ରୋଗୀକୁ ଦିଆଯିବାରୁ ରୋଗୀ ଗୁରୁତର ହୋଇଥିବା ଜଣାପଡ଼ିଛି। ତେବେ ଏନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଏମ.ଭି -୧୯ ଗ୍ରାମର ଗୋପାଳ ମଣ୍ଡଳ (୫୦) ଙ୍କୁ ଜ୍ୱର ହେବାରୁ ତାଙ୍କୁ ସଂପୃକ୍ତ ଗ୍ରାମର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା ।

- Advertisement -

ସନ୍ଧ୍ୟାରେ ଡାକ୍ତର ଇଞ୍ଜେକ୍ସନ ଲେଖିବା ପରେ ନିକଟରେ ଥିବା ଏକ ଘରୋଇ ଔଷଧ ଦୋକନେରୁ ରୋଗୀଙ୍କ ସମ୍ପର୍କୀୟ ଇଞ୍ଜେକ୍ସନ ଆଣିଥିଲେ । ତେବେ ଏହାର ଅବଧି (ଏକ୍ସପାୟରି) ଶେଷ ହୋଇଯାଇଥିବା ବେଳେ ଏହା ଜାଣି ନପାରି ସେହି ଡାକ୍ତରଖାନାର କର୍ମଚାରୀ ଏହାକୁ ରୋଗୀଙ୍କୁ ଦେଇଥିଲେ । ତେବେ ଏହାର କିଛି ସମୟ ପରେ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା । ଏହା ଦେଖି ରୋଗୀଙ୍କ ସମ୍ପର୍କୀୟ ପାଟିତୁଣ୍ଡ କରିବା ପରେ ଗ୍ରାମବାସୀମାନେ ଜାଣିବାକୁ ପାଇଥିଲେ । ଏହା ପରେ ବହୁ ସମୟ ଧରି ଘରୋଇ ଔଷଧ ଦୋକାନ ଓ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା ଲାଗି ରହିଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories