www.samajalive.in
Tuesday, December 9, 2025
26.1 C
Bhubaneswar

ଏକଜିଟ୍ ପୋଲ : ଧୈର୍ଯ୍ୟର ସହ ପ୍ରତୀକ୍ଷା କରନ୍ତୁ,ମୈଦାନ ଅବା ଘୋଡା କେହି ଦୂରରେ ନାହାନ୍ତି

ସ୍ବତନ୍ତ୍ର ପ୍ରତିନିଧି

ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ସେମିଫାଇନାଲରେ ଯଦି ଜନମତ ସର୍ବେକ୍ଷଣ ଅବା ଏକଜିଟ ପୋଲ ୨୦୧୮କୁ ଧରି ନିଆଯାଏ ତେବେ ବିଜେପି ହାତରୁ କ୍ଷମତା ଦୁରେଇଯିବ। ତେବେ ଏହି ଜନମତ ସର୍ବେକ୍ଷଣ କେତେ ବିଶ୍ୱସନୀୟ ତାହା କାହାକୁ ଅଛପା ନାହିଁ। ପରିଣାମ ଆସିବା ପୂର୍ବରୁ ଏହି ଅର୍ଦ୍ଧସତ୍ୟ ଉପରେ ଗଳି କନ୍ଦିଠାରୁ ଆରମ୍ଭ କରି ଛକ ବଜାର ପର୍ଯ୍ୟନ୍ତ ସବୁଆଡେ ଚର୍ଚ୍ଚା ଚାଲିଛି। କଂଗ୍ରେସ ଏବଂ ବିଜେପି ମୁହାଁମୁହିଁ ହୋଇଛନ୍ତି। ଛତିଶଗଡ଼ରେ ନଭେମ୍ବର ୧୨ରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ୭ ଡିସେମ୍ବରରେ ଶେଷ ହେବାପରେ ବିଭିନ୍ନ ନ୍ୟୁଜ୍‍ ଚାନେଲ ସର୍ବେକ୍ଷଣ ସଂସ୍ଥା ମାଧ୍ୟମରେ ମତଦାତାଙ୍କ ଠାରୁ ମତାମତ ସଂଗ୍ରହ କରିଛନ୍ତି। ଯାହାକୁ ନେଇ ଶୁକ୍ରବାର ସନ୍ଧ୍ୟାରୁ ନ୍ୟୁଜ୍‍ ଚାନେଲ ଗୁଡିକରେ ଅନେକ ପ୍ରକାରର ଆଲୋଚନା ତଥା ପରିଚର୍ଚ୍ଚା ଚାଲିଛି।

- Advertisement -

ପାଞ୍ଚଥର କ୍ଷମତା ପରିବର୍ତ୍ତନ କରିଥିବା ରାଜସ୍ଥାନରେ ସମସ୍ତ ସର୍ବେକ୍ଷଣରେ ବିଜେପି ପରାଜିତ ହେଉଥିବା ଦର୍ଶାଇଛନ୍ତି। ବସୁନ୍ଧରା ରାଜେଙ୍କ ଉପରେ ଅସନ୍ତୁଷ୍ଟ, ବିଦ୍ରୋହୀ ଏବଂ ନିର୍ଦର୍ଳୀୟମାନେ ବିଜେପିର ଗତିରୋଧ କରିବା ପାଇଁ ଏକାଠି ହୋଇଯାଇଛନ୍ତି। ପିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ରଣନୀତି କେତେକ ଦୃଷ୍ଟିରୁ ଠିକ୍‍ ଥିଲା। କିନ୍ତୁ ମତଦାନର ତାରିଖ ନିକଟତର ହେବା ବେଳେ ଯଦି କିଛି ବିଗିଡି ଯାଇଥିବ ତେବେ ମହାରାଣୀଙ୍କ ବିଦାୟ ନିଶ୍ଚିତ। ଦଳର ଅନେକ ସମର୍ଥକ ଏବଂ ନେତା ମଧ୍ୟ ବିଜେପିର ଖରାପ ସ୍ଥିତି ନେଇ ମତ ଦେଉଛନ୍ତି। ଅନ୍ୟପକ୍ଷରେ ତେଲଙ୍ଗାନାରେ ଟିଆରଏସ୍‍(ତେଲଙ୍ଗାନା ରାଷ୍ଟ୍ର ସମିତି)ର ବିଜୟ ନେଇ ଅନେକ ଚାନେଲ ମତ ଦେଉଛନ୍ତି।

ମିଜୋରାମରେ କଂଗ୍ରେସର ପରାଜୟ ଏବଂ ମିଜୋ ନେସନାଲ ଫ୍ରଣ୍ଟ ବିଜୟୀ ହେବା ନେଇ କୁହାଯାଉଛି। ଯେଉଁଠାରେ କଂଗ୍ରେସ ୧୦ ବର୍ଷ ଧରି କ୍ଷମତାରେ ରହିଛି। ତେବେ ମଧ୍ୟ ପ୍ରଦେଶ ଏବଂ ଛତିଶଗଡ ଉପରେ ଭିନ୍ନ ଭିନ୍ନ ଜନମତ ସବେକ୍ଷଣ ବା ଏକଜିଟ ପୋଲର ଫଳାଫଳ ଆସୁଛି। ଏହି ଦୁଇଟି ରାଜ୍ୟରେ ଚାନେଲର ସର୍ଭେ ଏକାଭଳି ହୋଇନାହିଁ। ଯଦି ଆମେ ଇଣ୍ଡିଆ ଟୁଡେ-ଆଜତକ୍‍, ରିପବ୍ଲିକ ଟିଭି ଏବଂ ଏବିପି ସର୍ବେକ୍ଷଣକୁ ଦେଖିବା ତ ମଧ୍ୟପ୍ରଦେଶରେ କଂଗ୍ରେସର ପଲ୍ଲା ଭାରି ରହିଛି। ତେବେ ବିଜେପି ଜନମତ ସର୍ଭେକୁ ମିଥ୍ୟା ବୋଲି କହିବା ସହିତ ଭୋଟ ଗଣନାକୁ ଅପେକ୍ଷା କରିବାକୁ କହିଛି। କୃଷକ ଏବଂ ବେକାରୀ ସମସ୍ୟାକୁ ଆଧାର କରି କଂଗ୍ରେସ ଅଧିକ ଭୋଟ ପାଇବାର ଆଶା ରଖିଛି। ତେବେ ଯେଉଁ ଚାନେଲ ବିଜେପି ବିଜୟୀ ହେବ ବୋଲିି ଦର୍ଶାଉଛି ତାକୁ କେହି ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ସେମାନଙ୍କୁ ବିଜେପି ଚାନେଲ ବୋଲି କହୁଛନ୍ତି।

ତେବେ ଛତିଶଗଡର ଏକଜିଟ ପୋଲ ସ୍ପଷ୍ଟ ହୋଇ ନାହିଁ। ତ୍ରିଶଙ୍କୁ ବିଧାନସଭାର କଥ।। କୁହାଯାଉଛି। ଅଜିତ ଯୋଗୀ ଏବଂ ମାୟାବତୀଙ୍କ ମେଣ୍ଟ ଏହି ପରିଦୃଶ୍ୟରେ ସାମନାକୁ ଆସୁଛନ୍ତି। ତେବେ ଦୁଇଟି ଚାନେଲ ଏବିପି ଏବଂ ଇଣ୍ଡିଆ ଟିଭି ହିଁ ବିଜେପି ଚତୁର୍ଥ ଥର କ୍ଷମତାକୁ ଫେରିବା ନେଇ ଅଧିକ ଜୋର ଦେଉଛି। କିନ୍ତୁ ଅନ୍ୟ ଚାନେଲ କଂଗ୍ରେସ ଅଧିକ ଆସନ ପାଇବା ନେଇ ମତ ଦେଉଛନ୍ତି। ତେବେ ଅନେକ ସମୟରେ ଏକଜିଟ ପୋଲ ଫଳାପଳ ଠିକ ଓଲଟା ହେଉଥିବା ଭଳି ଏଥର ତାହା ହେବା ନେଇ କେତେକ ମତ ଦେଉଛନ୍ତି।
ତେବେ ସର୍ବେକ୍ଷର ସଂସ୍ଥା ଗୁଡିକ ଶୀଘ୍ର ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ସହର ଏବଂ ମଧ୍ୟମ ବର୍ଗ ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରିଥାନ୍ତି। ଯେଉଁଥିରେ ରାଜ୍ୟର ସାଧାରଣ ଜନତା ଅବା ବିଶିଷ୍ଟ ଲୋକଙ୍କ ମତ ସ୍ଥାନ ପାଇ ନ ଥାଏ। ପୁଣି ଅନେକ ଚାନେଲ ଚାପ ଗ୍ରସ୍ତ ହୋଇ ନିଜ ମନମୁତାବକ ରପୋର୍ଟ ପ୍ରସ୍ତୁତ କରିଥାନ୍ତି।

ଏକ ରିପୋର୍ଟ ଅନୁସାରେ ୨୦୧୫ରେ ବିହାର ନିର୍ବାଚନରେ ଆରଜେଡି ଏବଂ ଜେଡିୟୁ ମେଣ୍ଟ ଜିତୁଥିବା ରିପୋଟର୍କୁ ଏକ ବଡ଼ ଚାନେଲ ପ୍ରସାରଣ ନ କରି ଅଟକାଇ ଦେଇଥିଲା। ତେବେ ଏକଜିଟ ପୋଲର ସତ୍ୟତା କେତେ ପ୍ରମାଣିତ ହେଉଛି ତାହା ୧୧ ଡିସେମ୍ବରକୁ ଜଣାପଡିବ। ସେ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ପ୍ରତୀକ୍ଷା କରନ୍ତୁ। କାରଣ ମୈଦାନ ଅବା ଘୋଡା କେହି ଦୂରରେ ନାହାନ୍ତି। ମୈଦାନ ପ୍ରସ୍ତୁତ ହେଲେ ହିଁ ଘୋଡା ଦୌଡିବ।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories