ମିଶନ ୨୦୧୯ ପାଇଁ ଶାହଙ୍କ କାର୍ଯ୍ୟକାଳ ବଢିଲା

0

ନୂଆଦିଲ୍ଲୀ: ଦୁଇ ଦିନିଆ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଶନିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି। ଏହି ବୈଠକରେ ଏସସି/ଏସଟି ଆକ୍ଟର ସଂଶୋଧନ ପରେ ହେବାକୁ ଥିବା ୪ଟି ରାଜ୍ୟର ନିର୍ବାଚନ ଉପରେ କି ପ୍ରଭାବ ପଡ଼ିଛି ଏ ସମ୍ପର୍କରେ ଆଲୋଚନା ହେବ। ଦେଶରେ ସବର୍ଣ୍ଣ ଓ ଅସବର୍ଣ୍ଣ ଭୋଟ ବ୍ୟାଙ୍କ ମଧ୍ୟରେ ଦୋଦୂଲ୍ୟମାନ ସ୍ଥିତିରେ ବିଜେପି ନିଜ ରଣନୀତି ସ୍ପଷ୍ଟ କରି ନପାରିଲେ ଆଗାମୀ ଦିନରେ ବିପକ୍ଷ ରାଜନୈତିକ ଦଳ ଏହାର ଫାଇଦା ନେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଦଳ ବିଚାର ବିମର୍ଷ ଆରମ୍ଭ କରିଛି। ସେହିପରି ଏନଆରସିକୁ ନେଇ ମଧ୍ୟ ଦଳ ବଳିଷ୍ଠ ପଦକ୍ଷେପ ଗ୍ରହଣ କରବ ବୋଲି ଆଶା କରାଯାଉଛି। ୨୦୧୪ ନିର୍ବାଚନ ପ୍ରଚାର ଓ ପରବର୍ତ୍ତୀ ସମୟରେ ଦେଶ ଚଳାଇବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରମ୍ବାର ବିରୋଧୀଙ୍କ କଡ଼ା ବିରୋଧର ସମ୍ମୁଖୀନ ହୋଇଛନ୍ତି। ତେବେ ୨୦୧୯ ନିର୍ବାଚନ ପାଖେଇ ଆସୁଥିବାବେଳେ ଦଳ ନିଜସ୍ୱ ନୀତି ଅଦର୍ଶକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥିବା ପରି ଦୃଶ୍ୟମାନ ହେଉଛି। ଦେଶର ବିକାଶର ଦ୍ୱାହି ଦେଇ ଭୋଟ ବ୍ୟାଙ୍କ ରାଜନୀତିକୁ ଆଡ଼େଇ ଯାଉଥିବା ପ୍ରଧାନମନ୍ତ୍ରୀ ମୋଦୀ ଏସସି/ଏସଟି ଆକ୍ଟର ସଂଶୋଧନ ଓ ଏନଆରସି ମାମଲାରେ ଫସି ଯାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ଉଭୟେ ପକ୍ଷଭୁକ୍ତ ନହୋଇ କେବଳ ବିକାଶର ଆଳରେ ନିର୍ବାଚନ ଲଢିବା ୨୦୧୯ ପାଇଁ କାଠିକର ପ୍ରମାଣିତ ହେବାର ସମ୍ଭାବନା ରହିଛି। ଫଳରେ ଦଳକୁ ରଣନୀତିରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି।
ବୈଠକରେ ଅମୀତ ଶାହ ଦେଶର ୩କୋଟି ଲୋକଙ୍କ ସମର୍ଥନ ରହିଛି ବୋଲି ପ୍ରକାଶ କରିଛନ୍ତି। ଏହି ୩କୋଟି ମୋଦୀ ସରକାରଙ୍କ ବିକାଶ ମୂଳକ ଯୋଜନାର ସୁଫଳ ମିଳିଛି। ସେମାନଙ୍କୁ ଦୃଷ୍ଟିରେ ରଖି ୨୦୧୯ବୈତରଣୀ ଅତିକ୍ରମ କରିବାର ଲକ୍ଷ୍ୟ ରଖିଛନ୍ତି ବିଜେପି ଅଧ୍ୟକ୍ଷ ଅମୀତ ଶାହ। ଅପରପକ୍ଷରେ ଜାନୁୟାରୀ ୨୦୧୯ରେ ଅମୀତ ଶାହଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତେବେ ଏଭଳି ଦୋଦୂଲ୍ୟମାନ ସ୍ଥିତିରେ ଦଳର ମଙ୍ଗ ଅନ୍ୟ କୌଣସି ନେତାଙ୍କ ହାତରେ ଟେକି ଦେବା ଅପେକ୍ଷା ଅମୀତ ଶାହଙ୍କୁ ଆଉ ଏକ ବର୍ଷ ସୁଯୋଗ ଦେବା ଉଚିତ ମଣିଛି ବିଜେପି।
ବୈଠକରେ ଅନୁଷ୍ଠିତ ପଦାଧିକାରୀଙ୍କ ବୈଠକରେ ଶ୍ରୀ ଶାହ ୨୦୧୪ ଅପେକ୍ଷା ୨୦୧୯ରେ ଅଧିକ ଆସନ ଅଧିକାର କରିବାର ଦୃଢୋକ୍ତି କରିଛନ୍ତି। କାରଣ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଦଳ ସହ ରହିଛି। ଆଗାମୀ ଦିନରେ ହେବାକୁ ଥିବା ୪ରାଜ୍ୟର ବିଧାନସଭା ନିର୍ବାଚନରେ ତେଲେଙ୍ଗାନାରେ ସ୍ଥିତି ସମ୍ଭାଳିବାକୁ ବିଜେପି ଆଗ୍ରହୀ ରହିଛି। ଆଜିର ବୈଠକରେ ବିଭିନ୍ନ ରାଜ୍ୟରୁ ଆସିଥିବା ପଦାଧିକାରୀଙ୍କ ସହ ଶାହ ଆଲୋଚନା କରିବା ସହ ପ୍ରତି ରାଜ୍ୟର ଦଳିୟ ସ୍ଥିତିକୁ ନେଇ ରଣନୀତି ପ୍ରସ୍ତୁତ କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply