ବାଙ୍କୀ: ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ବୁଧବାର ବୈଦେଶ୍ୱର ଥାନା ଅଧିନ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି। ଏହି ସମୟରେ ୧୪୦ ଲିଟର ଦେଶୀ ମଦ ଜବତ ହେବା ସହ ୪ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଚଢାଉରେ ବୈଦେଶ୍ୱର ଥାନା ଅଧିନ ପୋଡାପାଟଣା ଗ୍ରାମର ସୋମନାଥ ମହାନ୍ତିଙ୍କଠାରୁ ୪୦ ଲିଟର, ଅଳସୁଆ ଗ୍ରାମର ବାସନ୍ତି ନାୟକଙ୍କଠାରୁ ୩୦ ଲିଟର, କରଡାପଲ୍ଲୀ ଗ୍ରାମର ପଦୁଁଅ ପ୍ରଧାନଙ୍କଠାରୁ ୩୦ ଲିଟର ଏବଂ ସେହି ଗ୍ରାମର କେଳୁ ପ୍ରଧାନଙ୍କଠାରୁ ୪୦ ଲିଟର କରି ମୋଟ ୧୪୦ ଲିଟର ଚୋରା ଦେଶୀ ରନ୍ଧା ମଦ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ସହ ଅଦାଲତ ପଠାଯାଇଥିବା ବାଙ୍କୀ ଅବକାରୀ ଅଧିକାରୀ ଟେଲେସଫର୍ ଲାକ୍ରା ସୂଚନା ଦେଇଛନ୍ତି ।
Popular Categories



