ଅବକାରୀ ଚଢଉ,୧୩୩ ଲିଟର ମଦ ଜବତ, ୫ଗିରଫ

ବାଙ୍କୀ : ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ରବିବାର ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ୧୩୩ଲିଟର ଚୋରା ଦେଶୀ ରନ୍ଧା ମଦ ଜବତ ସହ ଏଥିରେ ସମ୍ପୃକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ଡମପଡା ବ୍ଲକ ଅଧିନ ପଦନପୁର ଗ୍ରାମର ଗଗନ କରଣଙ୍କ ଠାରୁ ୬୦ଲିଟର, ମଙ୍ଗୁଳି ମହାରଣାଙ୍କ ଠାରୁ ୮ଲିଟର, ହରିରାଜପୁର ଗ୍ରାମର ବଳରାମ ପଲ୍ଲେଇଙ୍କ ଠାରୁ ୨୦ଲିଟର, ଗୋପାଳପୁର ଗ୍ରାମର ସୁଶାନ୍ତ ମଲ୍ଲିକଙ୍କ ଠାରୁ ୧୫ଲିଟର ଓ ମହେନ୍ଦ୍ର ଭୋଇଙ୍କ ଠାରୁ ୩୦ଲିଟର କରି ସର୍ବମୋଟ ୧୩୩ଲିଟର ଚୋରା ଦେଶୀ ରନ୍ଧା ମଦ ଜବତ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ଗିରଫ କରି ଅଦାଲତକୁ ପଠାଇଥିବା ସୂଚନା ମିଳିଛି ।

Comments are closed.