www.samajalive.in
Tuesday, November 18, 2025
27.1 C
Bhubaneswar

ତମାଖୁ ଜାତ ଦ୍ରବ୍ୟ ଉପରେ ଚଢ଼ାଉ

ପାଟଣା : ପାଟଣା ପୁଲିସ ଓ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆଜି ପାଟଣା ବଜାର ଅଞ୍ଚଳରେ ବିଭିନ୍ନ ଦୋକାନରେ ତମାଖୁ ଜାତ ଦ୍ରବ୍ୟ ବିକୁଥିବା ଦୋକାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉରେ ଥାନାଧିକାରୀ ଉଦୟବୀର କୁଲୁ,ଏଏସଆଇ ଧନେଶ୍ୱର ପାତ୍ର, ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଡାକ୍ତର ଶୁଭେନ୍ଦୁ ସାଗର କୁମାର ନାଏକ, ଡାକ୍ତର ଅଭିଷେକ ସାହୁ, ଡାକ୍ତର ଚମ୍ପକ ବେହେରା, ପିଏଚଇ ଓ ସରୋଜିନୀ ସେଠୀ, ପ୍ରମୁଖ ଅନ୍ୟ କର୍ମଚାରୀ ଚଢ଼ାଉରେ ସାମିଲ ହୋଇଥିଲେ। ମୋଟ ୨୦ ଟି ଦୋକାନରେ ଚଢ଼ାଉ କରାଯାଇଥିବାବେଳେ ଗୁଟୁଖା ଖଇନି ଆଦି ବିକୁଥିବା ୧୯ ଟି ଦୋକାନୀଙ୍କୁ ୧ ଶହ ଲେଖାଏଁ ଜୋରିମାନା କରାଯାଇଥିଲା। ତମାଖୁ ସେବନର ଭୟାଭୟତା ଓ ମାରାତ୍ମକ ରୋଗ ସମ୍ପର୍କରେ ଉଭୟ ଦୋକାନୀ ଓ ଉପସ୍ଥିତ ଗ୍ରାହକ ମାନଙ୍କୁ ମଧ୍ୟ ଚଢ଼ାଉ ଦଳ ସଚେତନ କରିଥିଲେ।

Hot this week

ଏକ୍ସ ଓ ଚାଟ୍‌ଜିପିଟି ସର୍ଭର ଡାଉନ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବଂ ଚାଟ୍ ଜିପିଟି ସର୍ଭର...

ବିମାନ ୩ ଘଣ୍ଟା ବିଳମ୍ବ, ପୁଣେ ବିମାନବନ୍ଦରରେ ତିକ୍ତତା

ପୁଣେ, ୧୮ା୧୧: ପୁଣେ ବିମାନବନ୍ଦରରେ ମଙ୍ଗଳବାର ଇଣ୍ଡିଗୋର ପୁଣେ-ଦିଲ୍ଲୀ ବିମାନ(୬ଇ ୬୭୬୩)...

ମୃତଦେହ ଝୁଣି ଖାଉଛି କୁକୁର

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ମଣିଷ ଶରୀରକୁ ଝୁଣି ଖାଉଛି କୁକୁର। ବିଲ...

ଗୁରୁବାର ଶପଥ ନେବେ ନୀତିଶ

ସମାଜ ଲାଇଭ ଡ଼େସ୍କ : ବିହାରର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଆଗାମୀ...

୫୦ କୋଟିରେ ତିଆରି ହେଲା ମୁଖ୍ୟାଳୟ, ବୈଠକ ଗୃହ କରିବାକୁ ଭୁଲିଗଲେ

ସମାଜଲାଇଭ ଡେସ୍କ: ୫୦ କୋଟି ଖର୍ଚ୍ଚ କରି ମୁଖ୍ୟାଳୟ ତିଆରି କଲେ।...

Related Articles

Popular Categories