ତଦନ୍ତ କମିଶନ୍ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶିତ
ଭୁବନେଶ୍ୱର: ଶ୍ରୀମନ୍ଦିର ଭିତର ଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ପାଇଁ ଗଠିତ ବିଚାର ବିଭାଗୀୟ କମିଶନ୍ ପାଇଁ ସରକାର ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିସହିତ ଟର୍ମସ୍ ଅଫ୍ ରେଫେରେନ୍ସ ମଧ୍ୟ ଜାରି କରାଯାଇଛି। ବିଚାରପତି ରଘୁବୀର ଦାସଙ୍କୁ ତଦନ୍ତ କମିଶନ୍ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ତିନି ମାସ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ସରକାର କମିଶନ୍ଙ୍କୁ ନିର୍ଦେଶ ଦେଇଛନ୍ତି। କେଉଁ ପରିସ୍ଥିତିରେ ଚାବି ହଜିଛି, ଏଥିପାଇଁ କିଏ ଦାୟୀ, ଘଟଣାର ପୁନରାବୃତ୍ତି ନିରାକରଣ ପାଇଁ କ’ଣ କରାଯାଇପାରିବ ସେ ସମ୍ପର୍କରେ କମିଶନ୍ ତଦନ୍ତ କରି ରିପୋର୍ଟ ଦେବେ ବୋଲି ଜଣାପଡ଼ିଛି।