www.samajalive.in
Sunday, December 14, 2025
26.1 C
Bhubaneswar

ଓଡ଼ିଶାରେ ଯଥେଷ୍ଟ ଟୀକା ମହଜୁଦ ରହିଛି – ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ରାଜ୍ୟରାଜ୍ୟ ମଧ୍ୟରେ କରୋନା ଟିକା ଯୋଗାଣରେ ପାତରଅନ୍ତର ନକରିବା ତଥା ଓଡ଼ିଶାକୁ ପର୍ୟ୍ୟାପ୍ତ କରୋନା ଟିକା ଯୋଗାଇ ଦେବା ଲାଗି କେନ୍ଦ୍ରକୁ ଓଡ଼ିଶା ସରକାରଙ୍କ ଚିଠି ପରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଥା ହୋଇ ହସ୍ତକ୍ଷେପ ଲୋଡ଼ିଥିଲେ। ଦର୍ଶାଇଥିଲେ ଯେ ଟୀକା ଯୋଗାଣ ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କ ଚିଠି ଯୋଗୁଁ ରାଜ୍ୟବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଓଡ଼ିଶାରେ ଏବେ ଯଥେଷ୍ଟ ଟୀକା ମହଜୁଦ ରହିଛି ଏବଂ ଭବିଷ୍ୟତରେ ଟୀକା ଅଭାବ ରହିବ ନାହିଁ ଶ୍ରୀ ହର୍ଷବର୍ଦ୍ଧନ ଭରସା ଦେଇଥିବା ଜଣାପଡ଼ିଛି।

ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସଚିବ ରାଜୀବ ଭୂଷଣ ଆଜି ସମସ୍ତ ତଥ୍ୟ ସହ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଚିଠିର ପ୍ରତିଉତ୍ତର ଦେଇଛନ୍ତି। ଶ୍ରୀ ଭୂଷଣ ଦର୍ଶାଇଛନ୍ତି ଯେ ମାର୍ଚ୍ଚ ୨୭ ସୁଦ୍ଧା ଓଡ଼ିଶାକୁ ୩୪,୪୬,୭୬୦ ଡୋଜ ଟୀକା ଯୋଗାଇ ଦିଆଯାଇଛି। ସେଥିମଧ୍ୟରୁ ୨୧,୬୭,୯୫୬ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଏପର୍ୟ୍ୟନ୍ତ ୨୨,୯୭,୪୩୧ ଡୋଜ ଟୀକା ଦିଆଯିବା ପରେ ରାଜ୍ୟ ସରକାରଙ୍କ ନିକଟରେ ବଳକା ୧୧,୪୯,୩୨୯ ଡୋଜ ଟୀକା ମହଜୁଦ ରହିଛି। ଓଡ଼ିଶା ଲାଗି ଅତିରିକ୍ତ ୫,୪୮,୨୫୦ ଡୋଜ ଟିକା ମଞ୍ଜୁର ହୋଇଛି ଏବଂ ଏହା ମାର୍ଚ୍ଚ ୨୮ରେ ପହଞ୍ଚିବ।

- Advertisement -

ରାଜ୍ୟରେ ଚାଲୁ ଟିକାକରଣ ପ୍ରସଙ୍ଗରେ ଶ୍ରୀ ଭୂଷଣ କହିଛନ୍ତି ଯେ ଓଡ଼ିଶା ସମେତ ପ୍ରତ୍ୟେକ ରାଜ୍ୟର ଟୀକାକରଣ ପ୍ରକ୍ରିୟାକୁ କେନ୍ଦ୍ର ସରକାର ପ୍ରତିଦିନ ସମୀକ୍ଷା କରି ଟୀକା ଯୋଗାଣ ସ୍ଥିର କରୁଛନ୍ତି। ଗତ ତିନି ଦିନ ମଧ୍ୟରେ ରାଜ୍ୟରେ ଦୈନିକ ହାରାହାରି ୬୯,୦୭୬ ଜଣ ହିତାଧିକାରୀ ଏପରିକି ସମୁଦାୟ ୨,୦୭,୨୨୯ ଜଣ ହିତାଧିକାରୀଙ୍କ ଟୀକାକରଣ ହୋଇଛି। ଏସବୁ ତଥ୍ୟକୁ ଦେଖିଲେ ଟୀକା ଯୋଗାଣ ପାତରଅନ୍ତର ନେଇ ଓଡ଼ିଶା ସରକାରଙ୍କ ଅଭିଯୋଗର କୌଣସି ସତ୍ୟତା ନାହିଁ। ଟୀକାକରଣ ପ୍ରକ୍ରିୟାର ଗତି ଓ ରାଜ୍ୟରେ ଉପଲବ୍ଧ ଟୀକା ସମୀକ୍ଷା ପରେ କେନ୍ଦ୍ର ସରକାର ଆବଶ୍ୟକ ଟୀକା ଓଡ଼ିଶାକୁ ଯୋଗାଇ ଦେବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ଭୂଷଣ ଭରସା ଦେଇଛନ୍ତି।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories