www.samajalive.in
Sunday, December 14, 2025
19.1 C
Bhubaneswar

ମୋ ପୁଅ ନିଶ୍ଚୟ ଜିତିବ : ପ୍ରତିଭା

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ପୁଅକୁ ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଥିବାରୁ ମୁଁ ବହୁତ ଖୁସି। ଗଣମାଧ୍ୟମକୁ ଶନିବାର ଏଭଳି ବିବୃତ୍ତି ଦେଇଛନ୍ତି ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା। ସେ କହିଛନ୍ତି, ଆମ ପରିବାରକୁ ମୁଖ୍ୟମନ୍ତ୍ରୀ ପ୍ରାଧାନ୍ୟ ଦେଇଥିବାରୁ ମୁଁ ତାଙ୍କୁ ବହୁତ କୃତଜ୍ଞତା ଜଣାଉଛି। ମୁଖ୍ୟମନ୍ତ୍ରୀ ଏବଂ ପିପିଲିବାସୀଙ୍କ ଆଶୀର୍ବାଦରୁ ମୋ ପୁଅ ନିଶ୍ଚୟ ଜିତିବ। ବିଜୁ ଜନତା ଦଳ ପକ୍ଷରୁ ମୋ ପୁଅ ଯେତେବେଳେ ପ୍ରାର୍ଥୀ ହେବାକୁ ଯାଉଛି ମୁଁ ସବୁଠାରୁ ଖୁସି ମା’ବୋଲି ସେ କହିଛନ୍ତି। ଏହାଠାରୁ ବଳି ଆଉ ବଡ଼ ଖୁସି ଖବର ନାହିଁ ବୋଲି ସେ କହିଛନ୍ତି।

ସେ କହିଛନ୍ତି, ମୋ ପୁଅ ବିପୁଳ ଭୋଟରେ ନିର୍ବାଚିତ ହେବ। ମୋର ସବୁପ୍ରକାର ଆଶୀର୍ବାଦ ମୋ ପୁଅପ୍ରତି ରହିବ ଏହା କହିବାର ଆବଶ୍ୟକତା ନାହିଁ। ତାଙ୍କର ଏଭଳି ବୟାନ ଦଳୀୟ ନେତା ଏବଂ କର୍ମୀଙ୍କୁ ଆଶ୍ବସ୍ତ କରିଛି। ପିପିଲି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହେବାକୁ ଶ୍ରୀମତୀ ମହାରଥୀ ଆଶାୟୀ ଥିବା ଚର୍ଚ୍ଚା ହେଉଥିଲା। ତାଙ୍କ ପୁତ୍ର ରୁଦ୍ରପ୍ରତାପ ମଧ୍ୟ ଏଥିପାଇଁ ଆଶାୟୀ ଥିଲେ। ମା’ପୁଅ ଦୁହେଁ ପିପିଲି ଓ ଡେଲାଙ୍ଗର ବିଭିନ୍ନ ଅଞ୍ଚଳ ବୁଲି ପ୍ରଚାର ଆରମ୍ଭ କରିଥିଲେ। ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଶୁକ୍ରବାର ରୁଦ୍ରପ୍ରତାପଙ୍କ ପ୍ରାର୍ଥୀତ୍ବ ସମ୍ପର୍କରେ ଘୋଷଣା କରିଥିଲେ। ତେବେ ପ୍ରତିଭାଙ୍କ ପ୍ରତିକ୍ରିୟା ମିଳିପାରି ନଥିଲା। ଶନିବାର ତାଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ଦିନତମାମ ଅପେକ୍ଷା କରିଥିଲେ। ପୁଅ ପ୍ରାର୍ଥୀତ୍ବ ସମ୍ପର୍କରେ ପ୍ରତିଭା ଖୋଲାଖୋଲି ଭାବେ ଗଣମାଧ୍ୟମକୁ ବୟାନ ଦେଇଛନ୍ତି। ରୁଦ୍ରପ୍ରତାପ ୩୦ତାରିଖ ଦିନ ଦଳୀୟ ନେତା ଓ କର୍ମୀଙ୍କ ସହ ଶୋଭାଯାତ୍ରାରେ ପୁରୀ ଆସି ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡିଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories