www.samajalive.in
Monday, December 15, 2025
26.1 C
Bhubaneswar

ମହାରାଷ୍ଟ୍ରରେ କଟକଣା କଡ଼ାକଡ଼ି

ମୁମ୍ବଇ: ମହାରାଷ୍ଟ୍ରରେ ସଂକ୍ରମଣକୁ ସରକାରଙ୍କ ନିଦ ହଜାଇ ଦେଇଛି। ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ପୂର୍ବରୁୁ ଜାରି କରିଥିବା କଟକଣାକୁ ଏପ୍ରିଲ ୧୫ପର୍ୟ୍ୟନ୍ତ ବଢ଼ାଇ ଦେଇଛନ୍ତି। ଏଥିସହିତ ସମସ୍ତ ପ୍ରକାରର ସମାବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ରାଜ୍ୟରେ କୌଣସି ସାମାଜିକ, ସାଂସ୍କୃତିକ, ରାଜନୈତିକ ଏବଂ ଧାର୍ମିକ ସମାବେଶ ଅନୁଷ୍ଠିତ ହୋଇପାରିବ ନାହିଁ ବୋଲି କୁହାଯାଇଛି। ଡ୍ରାମା ପ୍ରେକ୍ଷାଳୟଗୁଡିକୁ ଶନିବାର ରାତିରୁ ବନ୍ଦ କରିଦିଆଯାଇଛି।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠା‌କରେ କହିଛନ୍ତି ଯେ ରବିବାରଠାରୁ ମହାରାଷ୍ଟ୍ରରେ ରେସ୍ତୋରାଁ, ପାର୍କ ଓ ମଲ୍ ଆଦି ସନ୍ଧ୍ୟା ୮ଟାରୁ ସକାଳ ୭ଟା ପର୍ୟ୍ୟନ୍ତ ବନ୍ଦ ରହିବ। ଲୋକଙ୍କୁ ରାତି ୮ଟାରୁ ସକାଳ ୭ଟା ପର୍ୟ୍ୟନ୍ତ ସମୁଦ୍ର କୂଳ ପରିଦର୍ଶନ କରିବାକୁ ଅନୁମତି ମିଳିବ ନାହିଁ। ଖାଦ୍ୟ ବଣ୍ଟନ ବ୍ୟବସ୍ଥାକୁ ସରକାର ଅନୁମତି ଦେଇଛନ୍ତି। କଟକଣାର ଉଲ୍ଲଙ୍ଘନ କଲେ ୧,୦୦୦ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ତାଗିଦା କରିଛନ୍ତି। ମାସ୍କ ନ ପିନ୍ଧିଲେ ୫୦୦ଟଙ୍କା, ବାହାରେ ଛେପ ପକାଇଲେ ୧,୦୦୦ଟଙ୍କା ‌େ‌ଜାରିମାନା ଧାର୍ୟ୍ୟ କରାଯାଇଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories