www.samajalive.in
Sunday, December 14, 2025
26.1 C
Bhubaneswar

ବିଶ୍ୱାସଭାଜନ ହେଉଛି କମିଶନରେଟ ପୁଲିସ, ମାସକ ମଧ୍ୟରେ ଫେରାଇଲାଣି ୪୦ ମୋବାଇଲ

ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରତ୍ୟେକ ଦିନ ଏକାଧିକ ମୋବାଇଲ ଫୋନ ଚୋରି ଓ ଲୁଟ୍‍ ଘରୁ ହେଉ କିମ୍ବା ରାସ୍ତା ଉପରୁ ହୋଇ ଚାଲିଛି। ତେବେ ଏହି ଘଟଣାରେ ଚୋର ଚତୁରତାର ସହ ଖସିଯାଉଥିବା ବେଳେ ଚୋରି ହୋଇଥିବା ମୋବାଇଲର ମାଲିକ ନିରାଶ ହେଉଥିଲେ। କିନ୍ତୁ ଏଥିରେ ଦୃଢ ପଦକ୍ଷେପ ନେଇଛି କମିଶନରେଟ ପୁଲିସ୍‍। ପ୍ରଥମକରି ସହିଦନଗର ଥାନା ଅଞ୍ଚଳର ମାସକ ଭିତରେ ଚୋରି ହୋଇଥିବା ୪୦ଟି ମୋବାଇଲରୁ ପ୍ରାୟ ୨୫ଟି ଫୋନ ପୁଲିସ୍‍ ଉଦ୍ଧାର କରି ମୋବାଇଲ ମାଲିକଙ୍କୁ ଥାନାରେ ପ୍ରଦାନ କରିଛି। ଏହାଦ୍ୱାରା ପୁଲିସ୍‍ ଲୋକଙ୍କ ବିଶ୍ୱାସଭାଜନ ହେବାକୁ ପ୍ରୟାସ କରିଥିବା ଏବଂ ଅପରାଧୀଙ୍କୁ ବେଶ ଜାଣିବାରେ ପୁଲିସ୍‍ ସିଦ୍ଧହସ୍ତ ବୋଲି ପ୍ରମାଣ କରିଥିବା ସାମ୍ବାଦିକ୍‍ ସମ୍ମିଳନୀରେ ଜୋନାଲ ଏସିପି ଅନୀଲ ମିଶ୍ର ଏବଂ ଥାନା ଅଧିକାରୀ ହିମାଂଶୁ ଭୁଷଣ ସ୍ୱାଇଁ ସୂଚନା ଦେଇଛନ୍ତି।

ଏହି ଘଟଣାରେ ପୁଲିସ ୮ଜଣଙ୍କୁ ଗିରଫ୍‍ କରି କୋର୍ଟ ଚାଲାଣ କରିଥିବା ବେଳେ ମାସକ ଭିତରେ ମୋଟ ୪୦ ଗୋଟି ଚୋରି ମୋବାଇଲ ଉଦ୍ଧାର କରାଯାଇ ମାଲିକ ମାନଙ୍କୁ ଦିଆସରିଲାଣି ବୋଲି ଏସିପି ଶ୍ରୀ ମିଶ୍ର କହିଛନ୍ତି। ସେହିପରି କଟକ ଲାଲବାଗ ଥାନା ଅଧିକାରୀ ଅବିନାଶ ରାଉତ ଜଣେ ମୋବାଇଲ ଲୁଟିଆକୁ ଗିରଫ କରିବା ସହ ତା ନିକଟରୁ ୧୬ଟି ମୋବାଇଲ, ୧୯ ହଜାର ଟଙ୍କା ଓ ଏକ ସ୍କୁଟି ଜବତ କରିଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories