www.samajalive.in
Tuesday, December 9, 2025
19.1 C
Bhubaneswar

ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ଉଦ୍‌ଘାଟନୀ ଲଢ଼େଇ ଆଜି

ଲଣ୍ଡନ୍ : ଗୁରୁବାର ୧୨ଶ ବିଶ୍ବକପ୍‌ର ଉଦ୍‌ଘାଟନୀ ମ୍ୟାଚ୍ ଆୟୋଜକ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଫର୍ମ ଓ ରେକର୍ଡ ଉଭୟ ଇଂଲଣ୍ଡ ସପକ୍ଷରେ। ଅଦ୍ୟାବଧି ୪ ଥର ଇଂଲଣ୍ଡ ବିଶ୍ବକପ୍‌ ଫାଇନାଲ ଖେଳିଥିଲେ ହେଁ ଥରେ ମଧ୍ୟ ଚମ୍ପିଆନ୍ ହୋଇ ପାରିନାହିଁ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଥରେ ମଧ୍ୟ ଫାଇନାଲରେ ପହଞ୍ଚି ପାରିନାହିଁ। ଦକ୍ଷତାସମ୍ପନ୍ନ ଖେଳାଳିଙ୍କୁ ନେଇ ଗଠିତ ଦକ୍ଷିଣ ଆଫ୍ରିକା ସର୍ବଦା ଟାଇଟଲ ଦାବିଦାର ହୋଇ ବିଶ୍ବକପ୍ ଖେଳିଥିବା ବେଳେ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ହାରି ବିଦାୟ ନେଇଛି। ଯେମିତି ଗତ ବିଶ୍ବକପ୍ ସେମିଫାଇନାଲରେ ବିଜୟର ଦ୍ବାରରେ ଥାଇ ମଧ୍ୟ ଦକ୍ଷିଣ ଆଫ୍ରିକା ପରାଜୟ ବରଣ କରିଥିଲା। ଏଥର କିନ୍ତୁ ଦାବିଦାର ତାଲିକାରେ ଦକ୍ଷିଣ ଆଫ୍ରିକା ନାହିଁ; ଯାହା ଏହାକୁ ସୁହାଇପାରେ ଏବଂ ଏହାର ଖେଳାଳି ପ୍ରାକୃତିକ କ୍ରିକେଟ ଖେଳିବାର ସ୍ବାଧୀନତା ପାଇପାରନ୍ତି।
ଅନ୍ୟପକ୍ଷରେ ଏହି ବିଶ୍ବକପ୍ ପାଇଁ ଗତ ୪ ବର୍ଷ ହେଲା ଯୋଜନା କରିଆସୁଛି ଇଂଲଣ୍ଡ। ୨୦୧୫ ବିଶ୍ବକପ୍‌ରେ ପ୍ରଥମ ରାଉଣ୍ଡରୁ ବିଦାୟ ନେବା ପରେ ଇଂଲଣ୍ଡ ଏହି ବିଶ୍ବକପ୍ ଲାଗି ୪ ବର୍ଷ ହେଲା ଯୋଜନା କରିଆସୁଛି। ଏହାର ସୁଫଳ ଇଓନ୍ ମୋର୍ଗାନଙ୍କ ଦଳକୁ ମିଳିଛି। ଏହା ଆଇସିସି ଦିନିକିଆ ମାନ୍ୟତାର ୧ନଂ ସ୍ଥାନରେ ପହଞ୍ଚିଥିବା ବେଳେ ୨ ଥର ସର୍ବାଧିକ ଦଳଗତ ସ୍କୋର୍‌ର ବିଶ୍ବରେକର୍ଡ ସ୍ଥାପନ କରିଛି। ଏବେ ୬ ୱିକେଟରେ ୪୮୧ ରନ୍‌ର ବିଶ୍ବରେକର୍ଡ ଇଂଲଣ୍ଡ ନାମରେ ହିଁ ଅଛି। ଇଂଲଣ୍ଡ ଦଳର ଏହି ଉତ୍‌ଥାନରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏହାର ବ୍ୟାଟିଂ। ବିସ୍ଫୋରକ ବ୍ୟାଟିଂ ଜରିଆରେ ଇଓନ୍ ମୋର୍ଗାନ୍‌, ଜୋ ରୁଟ୍, ଜେସନ୍ ରୟ, ଜନି ବେୟାର‌େ‌ଷ୍ଟା ଓ ଜୋସ୍ ବଟ୍‌ଲର ଆଖି ପିଛୁଳାକେ ମ୍ୟାଚ୍‌ର ମୋଡ଼ ବଦଳାଇ ପାରନ୍ତି। ଜୋଫ୍ରା ଆର୍ଚରଙ୍କ ପରି ଫାଷ୍ଟବୋଲର ଇଂଲଣ୍ଡ ଦଳରେ ସାମିଲ ହେବା ପରେ ଏହା ବୋଲିଂ ଶକ୍ତି ନିଶ୍ଚୟ ବୃଦ୍ଧିପାଇଛି। ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍‌ସ ନିଶ୍ଚୟ ଜଣେ ମ୍ୟାଚ୍‌ ବିଜେତା। ଅନ୍ୟ ଅଲ୍‌ରାଉଣ୍ଡର ମୋଇନ୍ ଅଲୀଙ୍କଠାରୁ ଭଲ ପ୍ରଦର୍ଶନର ଆଶାରଖିଛି ଘରୋଇ ଦଳ। ଏବି ଡି’ଭିଲିଅର୍ସ ଅବସର ନେଇଥିଲେ ହେଁ ନିର୍ଭରଯୋଗ୍ୟ ଫାଫ୍‌ ଡୁ ପ୍ଲେସି ଦଳର ନେତୃତ୍ବ ନେଉଛନ୍ତି। ଓପ୍‌ନର କ୍ବିଣ୍ଟନ ଡି କକ୍ ଆରମ୍ଭରୁ ଦ୍ରୁତଗତିରେ ସ୍କୋର୍ କରିପାରନ୍ତି। ହାସିମ୍ ଆମ୍‌ଲା ଇନିଂସକୁ ସ୍ଥାୟିତ୍ବ ଦେଇପାରନ୍ତି; ଯାହାର ଫାଇଦା ପାଇବେ ରାସି ଭାନ୍ ଡ୍ୟୁସେନ୍, ଡେଭିଡ୍ ମିଲର ଓ ଜେପି ଡ୍ୟୁମିନି। ଆହତ ଥିବାରୁ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଫାଷ୍ଟବୋଲର ଡେଲ୍‌ ଷ୍ଟେନ୍ ଖେଳିବେ ନାହିଁ। ତାଙ୍କ ଅନୁପସ୍ଥିତିରେ କାଗିସୋ ରାବାଡ଼ା ଫାଷ୍ଟବୋଲିଂ ଦାୟିତ୍ବ ସମ୍ଭାଳିବେ। ଦିନିକିଆ କ୍ରିକେଟରେ ବେଶ୍ ସଫଳ ଲେଗ୍‌ସ୍ପିନର ଇମ୍ରାନ୍ ତାହିର ଜୀବନର ଅନ୍ତିମ ବିଶ୍ବକପ୍ ଖେଳିବାକୁ ଯାଉଥିବା ବେଳେ ନିଶ୍ଚୟ ଭଲ ପ୍ରଦର୍ଶନ କରିବାକୁ ପ୍ରୟାସ କରିବେ। ପ୍ରଥମଥର ପାଇଁ ଏକ ବିଶ୍ବକପ୍‌ରେ ଦକ୍ଷିଣ ଆଫ୍ରିକା ଦଳକୁ ଟାଇଟଲ ଦାବିଦାର ବା ଫେଭରିଟ୍‌ର ମାନ୍ୟତା ମିଳିନାହିଁ। ତାଙ୍କ ଦଳକୁ ଏହା ସୁହାଇବ ​‌େ​‌ବାଲି ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍ ଡୁ ପ୍ଲେସି କହିଛନ୍ତି। ଏବେ ଦେଖିବାର କଥା ଫେଭରିଟ୍‌ ଇଂଲଣ୍ଡ ଓ ଅଣଫେଭରିଟ୍ ଦକ୍ଷିଣ ଆଫ୍ରିକା ମଧ୍ୟରୁ କିଏ ଜିତୁଛି। ଏହା ସ୍ବୀକାର୍ଯ୍ୟ ଯେ ଇଂଲଣ୍ଡକୁ ଉଦ୍‌ଘାଟନୀ ମ୍ୟାଚ୍‌ରେ ପରାସ୍ତକରି ବିପର୍ଯ୍ୟୟ ଘଟାଇବାର ଦକ୍ଷତା ଦକ୍ଷିଣ ଆଫ୍ରିକାର ରହିଛି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories