ଫାଶୀ ଲଗାଇ ଇଞ୍ଜିନିୟରିଂ ଛାତ୍ରଙ୍କ ଆତ୍ମହତ୍ୟା
ପାଟଣା : ଘଟଗାଁ ଥାନା ଅଞ୍ଚଳ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସରାସପଶି ପଞ୍ଚାୟତ ଗୋବରାବେଡା ଗ୍ରାମର ଭୋଳାନାଥ ନାଏକଙ୍କ ସାନପୁଅ ଦେବପ୍ରସାଦ ନାଏକ(୨୩)ଆଜି ମଧ୍ୟାହ୍ନ ପରେ ପରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଘର ଲୋକେ ଘର ନିକଟରେ ଥ୍ରେଶରରେ ଧାନ ଝାଡୁଥିବାବେଳେ ଏହି ଘଟଣା ଘଟିଛି। କେଉଁ କାରଣରୁ ଭୁବନେଶ୍ୱରରେ ଇଞ୍ଜିନିୟରିଂ ପାଠ ପଢୁଥିବା ଦେବପ୍ରସାଦ ଆତ୍ମହତ୍ୟା ଭଳି କଠୋର ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ ହୋଇନାହିଁ। ଘରେ ଫାଶୀ ଲଗାଇବା ସମୟରେ ଭଉଣୀ ବିଷ୍ଣୁପ୍ରିୟା ଏହା ଦେଖି ଲୋକଙ୍କୁ ଡାକି ତାଙ୍କୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ରିସିଭ ଡେଥ ଘୋଷଣା କରିବା ସହ ଢେଙ୍କିକୋଟ ପୁଲିସକୁ ସୂଚନା ଦେଇଛନ୍ତି। ଖବର ପାଇ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାଏକ ଘଟଗାଁ ଥାନା ଅପମୃତ୍ୟୁ ମାମଲା ୬୩/୨୦୨୪ ମୂଳେ ଘଟଣାର ତଦନ୍ତ କରୁଛନ୍ତି ।
Comments are closed.