www.samajalive.in
Sunday, December 7, 2025
14.1 C
Bhubaneswar

ଖାଲି ପେଟରେ ଖାଆନ୍ତୁ ରୁଟି, ଗଜାମୁଗ; ମିଳିବ ଅନେକ ଲାଭ

ଠିକ୍‍ ସମୟରେ ଠିକ ଭାବେ ଉପଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏହା ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଖାଲି ପେଟରେ କେଉଁ ଖାଦ୍ୟ ଖାଇଲେ, ଏହା ଆମ ଶରୀର ପାଇଁ ହିତକାରକ।
ରୁଟି –
ଅଟାରେ ରୁଟି ପ୍ରସ୍ତୁତ ହୋଇଥିବାରୁ ଏହାକୁ ମଧ୍ୟ ଖାଲି ପେଟରେ ଖାଇ ପାରିବେ। ଏହା ଦ୍ୱାରା ଶରୀର ସୁସ୍ଥ ରହିବା ସହ ହଜମ କ୍ରିୟାକୁ ମଧ୍ୟ ସଠିକ୍‍ ରଖିଥାଏ। ମାତ୍ର ଖାଲି ପେଟରେ ମଇଦାରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ ନାହିଁ।
କାଜୁ, ପେସ୍ତା ବାଦାମ, ବାଦାମ –
ଏହାକୁ ରାତିରେ ପାଣିରେ ଭିଜାଇ ସକାଳେ ଖାଲି ପେଟରେ ଖାଇବା ଦ୍ୱାରା ମଧ୍ୟ ଶରୀରକୁ ବହୁ ଉପକାର ମିଳିଥାଏ। ଏହା ଦ୍ୱାରା ଆମର ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ।
ଗଜାମୁଗ ବା ଗଜାବୁଟ –
ଏଥିରେ ଅଧିକ ପରିମାଣରେ ପ୍ରୋଟିନ, କ୍ୟାଲସିୟମ ଆଦି ରହିଛି। ଏହାକୁ ସକାଳେ ଦାନ୍ତ ଘଷିବା ପରେ ଖାଲି ପେଟରେ ଖାଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଏହା ହାଡ଼କୁ ସୁସ୍ଥ ରଖେ ଓ ହାଡ ଜନିତ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ।
ବ୍ରାଉନ ବ୍ରେଡ଼ –
ଏହା ଅଟାରେ ପ୍ରସ୍ତୁତ ହୋଇଥିବାରୁ , ଏହାକୁ ଖାଲି ପେଟରେ ଖାଇବା ଦ୍ୱାରା ଏହା ଶରୀରକୁ ବହୁ ଭିଟାମିନ ଯୋଗାଇଥାଏ।
ମହୁ –
ଖାଲି ପେଟରେ ଏକ ଗ୍ଲାସରେ ପାଣିରେ ଏକ ଚାମଚ ମହୁ ମିଶାଇ ପିଇଲେ ଏହା ଆମ ଶରୀରର ଖୁବ୍‍ ଉପକାର କରିଥାଏ। ଥଣ୍ଡା କାଶ ଜନିତ ସମସ୍ୟା ଦୂର ହୋଇଥାଏ। ଏକ ଗ୍ଲାସ ପାଣିରେ ସାମାନ୍ୟ ଲେମ୍ବୁ ସହ ମହୁ ମିଶାଇ ପିଇବା ଦ୍ୱାରା ମୋଟାପଣ ମଧ୍ୟ ଦୂର ହୋଇଥାଏ।
ତରଭୁଜ –
ଏଥିରେ ଅଧିକ ଜଳୀୟଅଂଶ ଥାଏ। ଏହାକୁ ଖାଲି ପେଟରେ ଖାଇବା ଦ୍ୱାରା ଏହା ପେଟକୁ ଥଣ୍ଡା ରଖିଥାଏ ଓ ଶରୀରକୁ ସୁସ୍ଥ ରଖିବା ସହ ବିଭିନ୍ନ ରୋଗରୁ ରକ୍ଷା କରିଥାଏ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories