www.samajalive.in
Monday, December 15, 2025
24.1 C
Bhubaneswar

ଶାସନ ପ୍ରକ୍ରିୟାରେ ଗୁଣାତ୍ମକ ସେବା ପ୍ରଦାନକୁ ଗୁରୁତ୍ୱ

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଶୁକ୍ରବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗତ ଡିସେମ୍ବର ମାସରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକର ନିଷ୍ପତ୍ତି ମୁତାବକ କି କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଡିସେମ୍ବର ମାସରେ ଅନୁଷ୍ଠିତ ୪ର୍ଥ ମୁଖ୍ୟ ଶାସନ ସଚିବସ୍ତରୀୟ ଜାତୀୟ ସମ୍ମିଳନୀରେ ଆୟୋଜିତ ବିଭିନ୍ନ ପ୍ରସ୍ତାବର କାର୍ଯ୍ୟକାରିତା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।

ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ୱରରେ ସଫଳତାର ସହିତ ଅନୁଷ୍ଠିତ ହୋଇଥିବାରୁ କେନ୍ଦ୍ର ସରକାରଙ୍କ ତରଫରୁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରାଯାଇଥିବା ମୁଖ୍ୟ ଶାସନ ସଚିବ ଅବଗତ କରିବା ସହିତ ଏହାର ଆୟୋଜନରେ ସହଯୋଗ କରିଥିବା ସମସ୍ତ ବିଭାଗ ତଥା ସହଯୋଗୀ ଅନୁଷ୍ଠାନକୁ ସେ ଧନ୍ୟବାଦ ଦେଇଥିଲେ। ଶାସନ ପ୍ରକ୍ରିୟାରେ ଗୁଣାତ୍ମକ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା।

- Advertisement -

ବିଭିନ୍ନ କାର୍ଯ୍ୟ ସମ୍ପାଦନ ବେଳେ କୃତ୍ତିମ ବୁଦ୍ଧିମତା (ଏଆଇ)ର ଆବଶ୍ୟକତା ଓ ପ୍ରୟାଗ ବୃଦ୍ଧି ପାଇଥିବାରୁ ଏ ସମ୍ପର୍କରେ ଏକ ଗବେଷଣାଭିତ୍ତିକ ଇକୋ ସିଷ୍ଟମ ସୃଷ୍ଟି କରିବା ପାଇଁ ପ୍ରସ୍ତୁତି କରିବାକୁ ଇଲୋକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗକୁ ପରାମର୍ଶ ଦିଆଯାଇଛି। ଆଗାମୀ ବିଧାନସଭା ଅଧିବେଶନକୁ ଦୃଷ୍ଟିରେ ରଖି ଆବଶ୍ୟକ ପ୍ରସ୍ତୁତି, ରଥଯାତ୍ରା ୨୦୨୫ ପାଇଁ ପ୍ରସ୍ତୁତି ସମ୍ପର୍କରେ ଆସନ୍ତା ମାର୍ଚ୍ଚ ମାସରେ ବୈଠକ କରାଯିବା,ବିକଶିତ ଓଡ଼ିଶା- ୨୦୩୬ ଏବଂ ବିକଶିତ ଭାରତ-୨୦୪୭ ଚିଠା ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତାବ ଉପସ୍ଥାପନା ସଂପର୍କରେ ଆଲୋଚନା କରାଯାଇଥିଲା।

ଟିପିସିଓଡିଏଲ ତରଫରୁ ବିଦ୍ୟୁତ ଯୋଗାଣ ବ୍ୟବସ୍ଥାରେ ଶେଷ ପଏଣ୍ଟ ପର୍ଯ୍ୟନ୍ତ ଟ୍ରାନ୍ସଫରମରର କାର୍ଯ୍ୟ ଯାଞ୍ଚ ଓ ତଦାରଖ ପାଇଁ ଏକ କେନ୍ଦ୍ରୀୟ ବ୍ୟବସ୍ଥା ବିକଶିତ କରାଯାଇଛି। ଏହି ବ୍ୟବସ୍ଥା ମଧ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ଜଳ ସଂପଦ ବିଭାଗ ପକ୍ଷରୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ଏବଂ ଉଠାଜଳସେଚନ ପଏଣ୍ଟ କ୍ଷେତ୍ରରେ ଲାଗୁ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା।

ଲୋକସେବା ଅଧିକାର ଅଧିନିୟମ ଅନ୍ତର୍ଗତ ବିଜ୍ଞପ୍ତି ଅନୁସାରେ ରହିଥିବା ସେବାଗୁଡିକ ଜନସାଧାରଣଙ୍କୁ ଯେପରି ଅନଲାଇନ୍ ମୋଡରେ ନିର୍ଦ୍ଧାରିତ ସମୟ ଭିତରେ ମିଳିପାରିବ, ସେଥିପ୍ରତି ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କୁ ସମୀକ୍ଷା କରି ନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି। ଆଗାମୀ ଫେବୃଆରୀ ୧୫ ତାରିଖ ସୁଦ୍ଧା ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ଲୋକସେବା ଅଧିକାର ଅଧିନିୟମ ଅନ୍ତର୍ଭୁକ୍ତ ସେବା ପ୍ରଦାନର ସ୍ଥିତି ସମ୍ପର୍କରେ ପୂର୍ଣ୍ଣ ବିବରଣୀ ଜଣାଇବାକୁ ବିଭାଗଗୁଡ଼ିକୁ ନିର୍ଦେଶ ଦିଆଯାଇଛି।

ସେଣ୍ଟର ଫର ମଡର୍ଣ୍ଣାଇଜିଂ ଗଭର୍ଣ୍ଣମେଣ୍ଟ ଇନିସିଏଟିଭସ (ସିଏମଜିଆଇ) ତରଫରୁ ସଚିବସ୍ତରୀୟ ବୈଠକରେ ହେଉଥିବା ନିଷ୍ପତ୍ତି କାର୍ଯ୍ୟକାରିତା ସମ୍ପର୍କରେ ଅନୁଧ୍ୟାନ ତଥା ତଦାରଖ ପାଇଁ ଏକ ପୋର୍ଟାଲ ‘ମିଟିଂ ଡିସିସନ ମନିଟରିଂ ସିଷ୍ଟମ (ଏମଡିଏମଏସ)’ ବ୍ୟବହାର ସମ୍ପର୍କରେ ଏକ ପ୍ରଦର୍ଶନ କରାଯାଇଥିଲା, ଯଦ୍ୱାରା କି ସଚିବମାନେ ଏହାକୁ ବ୍ୟବହାର କରି ନିଜ ନିଜ ବିଭାଗ ସମ୍ପର୍କିତ କାର୍ଯ୍ୟାନୁଷ୍ଠାନ ନେବାରେ ସହଜ ହୋଇପାରିବ।

ଏଥିସହିତ କୃଷି ଉତ୍ପାଦିତ ଦ୍ରବ୍ୟର ବଜାର ସୁବିଧା ନିମନ୍ତେ ଆବଶ୍ୟକ ସଂସ୍କାର ପାଇଁ ସମବାୟ ବିଭାଗକୁ ଏଥିରେ ରହିଥିବା ବ୍ୟବସ୍ଥାର ତର୍ଜମା କରି ଆବଶ୍ୟକ ପ୍ରସ୍ତାବ ଦେବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା। ବୈଠକରେ ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଏବଂ ଆୟୁକ୍ତ ତଥା ଶାସନ ସଚିବମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories