ମହାନଦୀରେ ଫସିଲେ ୨ ହାତୀ

ବାଙ୍କୀ : ଆଠଗଡ ସୁକାଶନ ଜଙ୍ଗଲରୁ ମହାନଦୀ ପାରି ହୋଇ ଡମପଡା ଚନ୍ଦକା ଅଭୟାରଣ୍ୟକୁ ଆସୁଥିବା ୨ଟି ହାତୀ ବୁଧବାର ଦିନ ସ୍ଥାନୀୟ ଭାଗିପୁର ଗ୍ରାମ ଠାରେ ମହାନଦୀରେ ଫସି ରହିଛନ୍ତି । ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ ଦୀର୍ଘ ୧୫ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ମହାନଦୀର ପାଣି ଭିତରେ ଏପଟ ସେପଟ ହେଉଥିବା ଦେଖିବାକୁ ମିଳିଛି । ଖବର ପାଇ ଡମପଡା ବନ ବିଭାଗ କର୍ମଚାରୀ ଏବଂ ଭଗିପୁର ଫରେଷ୍ଟର ସଂଜୀବ ବେହେରାଙ୍କ ସମେତ ୧୫ରୁ ଅଧିକ  କର୍ମଚାରୀ ମହାନଦୀ କୂଳରେ ହାତୀକୁ ଜଗି ରହିବା ସହ ତାହାର ଗତିବିଧି ଅନୁଧ୍ୟାନ କରୁଛନ୍ତି । ରାତି ହେଲେ ହାତୀ ୨ଟି ଜଙ୍ଗଲ ଭିତରକୁ ପ୍ରବେଶ କରିବା ଅନୁମାନ କରାଯାଉଥିବା ଡମପଡା ରେଞ୍ଜର ବିରାଜ ଦାସ କହିଛନ୍ତି । ବନ କର୍ମଚାରୀ ମାନେ ରାତିରେ ହାତୀ ୨ଟିକୁ ଜଙ୍ଗଲ ମଧ୍ୟକୁ ଘଉଡାଇବାର ଅଭିଯାନ ସନ୍ଧ୍ୟାରୁ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ ଯେ ଡମପଡା ଚନ୍ଦକା ଅଭୟାରଣ୍ୟ ମଧ୍ୟକୁ ମହାନଦୀ ପାର ହୋଇ ଯାଇଥିବା ୨୦ଟି ହାତୀ ୨ମାସ ତଳେ ଫେରି ଆସି ଜଙ୍ଗଲ ମଧ୍ୟରେ ରହୁଥିଲା ବେଳେ ୧ ସପ୍ତାହ ତଳେ ଆଠଗଡ ଜଙ୍ଗଲରୁ ଆଉ ଗୋଟିଏ ହାତୀ ମହାନଦୀ ପାର ହୋଇ ଫେରିଛି । ଦଳ ଛାଡି ରହି ଯାଇଥିବା ଏହି ୨ଟି ହାତୀ ଏବେ ଅଭୟାରଣ୍ୟ ମୂହାଁ ହୋଇ ମହାନଦୀ ପାରି ହେଉଥିଲା ବେଳେ ସକାଳ ହୋଇଯିବାରୁ ଜଙ୍ଗଲ ମଧ୍ୟକୁ ଯାଇ ପାରିନାହାନ୍ତି । ଭୟରେ ଗ୍ରାମବାସୀ ମାନେ ଅନୁରୂପ ଭାବରେ ନଦୀକୂଳ ଓ ବାଙ୍କୀ-କଟକ ମୁଖ୍ୟରାସ୍ତାରେ ଜଗି ରହିଥିବା ଜଣାପଡିଛି।

kalyan agarbati

Comments are closed.