ନୀଳଗିରି : କୁଳଡିହା ଅଭୟାରଣ୍ୟରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି। ହାତୀର ଦୁଇ ଦାନ୍ତ ନ ଥିବା ଦେଖିବାକୁ ମିଳିଛି। ତେବେ ଦୁର୍ବୃତ୍ତମାନେ ଦାନ୍ତ ପାଇଁ ହାତୀକୁ ମାରିଥିବା ସନ୍ଦେହ କରାଯାଉଛି। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଇଛି।
Popular Categories



