www.samajalive.in
Sunday, December 7, 2025
26.1 C
Bhubaneswar

ମା’ ଆଗରେ ପୁଅକୁ କଚାଡ଼ି ମାରିଲା ହାତୀ

ଲହୁଣୀପଡ଼ା : ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ ଶଙ୍ଖପୋଷ ପଞ୍ଚାୟତ ଆମରୁଢି ଗ୍ରାମରେ ଗତକାଲି ରାତି ପ୍ରାୟ ୧୦ଟାରେ ଘରୁ ଟାଣି ନେଇ ଜନୈକ ନାବାଳକକୁ ହାତୀ କଚାଡ଼ି ମାରିଦେଇଥିବା ଜଣାପଡ଼ିଛି। ମା’ ଏବଂ ତିନିବର୍ଷର ଝିଅ ସୋନାଲୀ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ଆହତ ସୋନାଲୀକୁ ଲହୁଣୀପଡ଼ା ଡ଼ାକ୍ତରଖାନାରେ ଚିକିତ୍ସା କରାଯାଉଛି।
ଲହୁଣୀପଡ଼ା ବ୍ଲକ ବାଙ୍କି ରେଞ୍ଜର ରାଜାମୁଣ୍ଡା ଓ କେ. ବଲାଙ୍ଗ ସେକ୍ସନରେ କିଛିଦିନ ହେବ ଜଙ୍ଗଲି ହାତୀଙ୍କ ଉତ୍ପାତ ବୃଦ୍ଧି ପାଇଛି। ହାତୀପଲ ରାତିରେ ଗ୍ରାମଗୁଡ଼ିକ ଯାଇ ଘର ଭାଙ୍ଗି ଧାନ, ଚାଉଳ ଖାଇ ବ୍ୟାପକ ଧାନ ଫସଲ ନଷ୍ଟ କରି ଚାଲିଥିବା ବେଳେ ଗତକାଲି ଏହି ହାତୀପଲ ଅର୍ଜୁନଚୁଆଁ ପରମଡ଼ିହି ଜଙ୍ଗଲରୁ ଆମରୁଢ଼ି ଗ୍ରାମରେ ପଶିଥିଲେ। ଏଥିରେ ୭/୮ଟି ହାତୀ ଥିବା ଜଣାଯାଏ। ସେମାନେ ପ୍ରଥମେ ଆମରୁଢ଼ି ଗ୍ରାମର ଜଙ୍ଗଲ ପାଖକୁ ଲାଗି ରହିଥିବା ସ୍ୱର୍ଗତ ଲେବେନ୍ଦ୍ର ମୁଣ୍ଡାଙ୍କ ଘରକାନ୍ଥକୁ ଭାଙ୍ଗିଥିଲେ। ଘର ଭିତରେ ଲେବେନ୍ଦ୍ର ମୁଣ୍ଡାଙ୍କ ସ୍ତ୍ରୀ ତୁଳସୀ ମୁଣ୍ଡା ଏବଂ ୧୦ ବର୍ଷର ପୁଅ ବିଶ୍ୱନାଥ ମୁଣ୍ଡା ଏବଂ ୩ ବର୍ଷର ଝିଅ ସୋନାଲି ମୁଣ୍ଡା ଶୋଇଥିବାବେଳେ ମାଟି ଘରର କାନ୍ଥ ଭାଙ୍ଗିପଡ଼ିବାରୁ ସୋନାଲି ମୁଣ୍ଡାର ମୁଣ୍ଡରେ ଆଘାତ ଲାଗିଥିଲା। ମା’ ତୁଳସୀ ସୋନାଲିକୁ ନେଇ ବାହାରକୁ ଦୌଡ଼ି ପଳାଇଥିଲା ଏବଂ ପୁଅ ବିଶ୍ୱନାଥ ମଧ୍ୟ ଘରୁ ବାହାରକୁ ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିବାବେଳେ ହାତୀ ତା’ ଶୁଣ୍ଢରେ ବିଶ୍ୱନାଥକୁ ଧରି କଚାଡ଼ି ଦଳି ମାରିଦେଇଥିଲା। ମା’ ସମ୍ମୁଖରେ ପୁଅକୁ କଚାଡ଼ି ମାରିଦେବାର କରୁଣ ଦୃଶ୍ୟକୁ ମା’ ଦେଖି ମଧ୍ୟ କିଛି କରିପାରିନଥିଲା। ଆହତ ସୋନାଲିକୁ ଲହୁଣୀପଡ଼ା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଖବରପାଇ ବାଙ୍କି ରେଞ୍ଜ ଏସିଏଫ ସଲବିନ୍ଦର ସିଂ, ରାଉରକେଲା ଏସିଏଫ ଦିଲୀପ କୁମାର ସାହୁ, ଡେପୁଟି ରେଞ୍ଜର ଗୋବିନ୍ଦ ଚନ୍ଦ୍ର ଭୋଇ, ଫରେଷ୍ଟର ଗୋପାଳ ଓରାମ, ବନରକ୍ଷୀ, ସ୍କ୍ୱାର୍ଡ ଦଳ ଘଟଣାସ୍ଥଳରେ ପହଞ୍ଚି କେ. ବଲାଙ୍ଗ ଥାନାକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଲହୁଣୀପଡ଼ାକୁ ପଠାଇଥିଲା। ବିଶ୍ୱନାଥର ସତ୍କାର ପାଇଁ ନଗଦ ୨୦ ହଜାର ଟଙ୍କା ଓ ପଲିଥିନ ଦେବା ସହିତ ହାତୀ ଘଉଡ଼ାଇବା ସାମଗ୍ରୀ ଗ୍ରାମବାସୀଙ୍କୁ ବନବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିଲା। ବନ ବିଭାଗ ନିୟମ ଅନୁଯାୟୀ ମୃତାହତ ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦେଇଥିଲେ। ଏହି ଘଟଣା ପରେ ହାତୀ ଉପଦ୍ରବ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories