www.samajalive.in
Friday, December 12, 2025
14.1 C
Bhubaneswar

୧୭ ଘଣ୍ଟା ଧରି ୧୨ ପଞ୍ଚାୟତବାସୀ ଅନ୍ଧାରରେ

ଗୁରୁଡିଝାଟିଆ :  ଘଣ୍ଟାଏ କି ଦୁଇଘଣ୍ଟା ନୁହେଁ ୧୭ ଘଣ୍ଟା ଧରି ଅନ୍ଧକାର ଭିତରେ ଅସହ୍ୟ ଯନ୍ତ୍ରଣାରେ ଜୀବନ ବିତାଇଲେ ୧୨ ପଞ୍ଚାୟତ ଅଧିବାସୀ । ବିଦ୍ୟୁତ ବିଭ୍ରାଷ୍ଟ କାରଣ ସଂପର୍କରେ ଉପଭୋକ୍ତାମାନେ ଜାଣିବାକୁ ଚାହିଁଲେ ମଧ୍ୟ ବିଦ୍ୟୁତ ବିଭାଗ ଯନ୍ତ୍ରୀଙ୍କର ଫୋନ୍ ବନ୍ଦ ରହୁଛି । ଗତକାଲି ଅପରାହ୍ନ ସାଢେ ୧ଟାରୁ ବିଦ୍ୟୁତ୍ ବିଭ୍ରାଷ୍ଟ ଦେଖାଦେଇଥିଲା ଚୌଦ୍ୱାରର ଛତିଶା ଅଞ୍ଚଳରୁ । ଦୀର୍ଘ ସମୟ ଧରି ବିଦ୍ୟୁତ ନଆସିବାରୁ ଆଠଗଡ ବିଦ୍ୟୁତ୍ ନିର୍ବାହୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିଥିଲେ ଗୁରୁଡିଝାଟିଆ ଅଞ୍ଚଳର ଉପଭୋକ୍ତାମାନେ । ନିର୍ବାହୀ ଯନ୍ତ୍ରୀ ଇଂ ପବିତ୍ର କୁମାର ସାହୁ ଚୌଦ୍ୱାର ଅଞ୍ଚଳର ବିଦ୍ୟୁତ୍ ବିଭ୍ରାଷ୍ଟର ମରାମତି ପାଇଁ ଏକ ଟିମକୁ ଚୌଦ୍ୱାର ପଠାଇଥିଲେ। ହେଲେ ଅଧିକ ସଂଖ୍ୟକ କର୍ମଚାରୀ ଙ୍କ ସହଯୋଗ ପାଇ ମଧ୍ୟ ଚୌଦ୍ୱାର ଅଞ୍ଚଳର ବିଦ୍ୟୁତ ବିଭାଗର କର୍ମକର୍ତ୍ତା ଓ କର୍ମଚାରୀମାନେ ଆଜି ପୂର୍ବାହ୍ନ ୧୦ଟା ବେଳକୁ ଲାଇନ ଦେଇଥିଲେ। ପରିତାପର ବିଷୟ ଚୌଦ୍ୱାର ଅଞ୍ଚଳର ଛତିଶାରୁ ବିଦ୍ୟୁତ ବିଭ୍ରାଷ୍ଟ ଦେଖାଦେଲେ ଗୁରୁଡିଝାଟିଆ ଅଞ୍ଚଳର ମଞ୍ଚେଶ୍ୱର, କଖଡି, ଧୁରୁଷିଆ, ଅନନ୍ତପୁର, କୁଷ୍ପଙ୍ଗି, ଓରନ୍ଦା, କୁମାରପୁର, ଛଅଗାଁ, ଗୋବରା, ଗୁରୁଡିଝାଟିଆ ଆଦି ପଞ୍ଚାୟତର ଜନସାଧାରଣ ଘୋର ଅନ୍ଧକାର ଭିତରେ ରହିଛନ୍ତି । ଯାହା କାଲି ଦିନ ସାଢେ ୧ଟାରୁ ଆଜି ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଜନସାଧାରଣ ଦୁର୍ଦ୍ଦଶା ଭୋଗିଥିଲେ। ଅପରପକ୍ଷରେ ଚୌଦ୍ୱାର ପୌରାଞ୍ଚଳରେ ବିଦ୍ୟୁତ୍ ସେବା ସୁରୁଖୁରୁରେ ରହିଥିଲା । ଚୌଦ୍ୱାର ଗ୍ରୀଡର କର୍ମକର୍ତ୍ତା ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ଜାଣିଶୁଣି ଦହଗଞ୍ଜରେ ରଖୁଛନ୍ତି  ବୋଲି ଗୁରୁଡିଝାଟିଆ ଅଞ୍ଚଳର ବିଦ୍ୟୁତ୍ ଉପଭୋକ୍ତାମାନେ ଅଭିଯୋଗ କରିଛନ୍ତି । ବାରମ୍ବାର ଛତିଶା ଅଞ୍ଚଳରୁ ବିଦ୍ୟୁତ୍ ବିଭ୍ରାଷ୍ଟ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଗୁରୁଡିଝାଟିଆ ଅଞ୍ଚଳର ୧୨ ପଞ୍ଚାୟତ ଅଧିବାସୀ, ଚୌଦ୍ୱାର ବିଦ୍ୟୁତ ବିଭାଗର ଉଦାସୀନତା ଓ କାଳକ୍ଷେପଣ ନୀତି ପାଇଁ ଏଭଳି ଘଣ୍ଟାଘଣ୍ଟା ଧରି ଏକାଧିକ୍ରମେ ୧୭ଘଣ୍ଟା ଉପଭୋକ୍ତାମାନେ ଅନ୍ଧକାର ଭିତରେ ରହୁଛନ୍ତି । ଆଗାମୀ ଦିନରେ ଚୌଦ୍ୱାର ଛତିଶା ଅଞ୍ଚଳରୁ ବିଦ୍ୟୁତ ବିଭ୍ରାଷ୍ଟ ଦୂରନହେଲେ ଶ୍ରୀରାମ ବରିଷ୍ଠ ନାଗରିକ ମଞ୍ଚ,କଖଡି ଆନ୍ଦୋଳନ କରିବାକୁ ପଛାଇବ ନାହିଁ । ଏପରିକି ବରିଷ୍ଠ ନାଗରିକ ମଞ୍ଚ ଆଠଗଡ, ନବେଢା, ଗୁରୁଡିଝାଟିଆ ବିଦ୍ୟୁତ ବିଭ୍ରାଷ୍ଟକୁ ନେଇ ଘୋର ଅସନ୍ତୋଷ ପ୍ରକାଶ କରିବା ସହ ବରିଷ୍ଠ ନାଗରିକ ସଂଘ, କଖଡି ସହିତ ମଧ୍ୟ ହାତ ମିଳାଇଲେଣି । ଉପଭୋକ୍ତାମାନେ ମେଳି ହେଲେଣି ଆଗାମୀ ଦିନରେ ବିଦ୍ୟୁତ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରତିବାଦ କରିବେ । ପ୍ରକାଶଯୋଗ୍ୟ ଆଜି ସନ୍ଧ୍ୟାରେ ମଧ୍ୟ ସାଢେ ୫ଟାରୁ ରିପୋର୍ଟ ଲେଖିବା ପର୍ଯ୍ୟନ୍ତ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories