ସାହାରପଡାରେ ବିଦ୍ୟୁତ ସମସ୍ୟା, ପ୍ରତିକାର ପାଇଁ ଦାବି
ପାଟଣା : ସାହାରପଡା ବ୍ଲକ ସଭା ଗୃହରେ ଆଜି ବିଦ୍ୟୁତ ସମସ୍ୟା ସମ୍ବନ୍ଧିତ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକର ୨୦ ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସଭ୍ୟାଙ୍କ ସମେତ ଡିଇଓ, ଏଡିଇଓ, ପିଇଓମାନେ ମଧ୍ୟ ଉପସ୍ଥିତ ଥିଲେ । ବିଡ଼ିଓ ରଣଜିତ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଦ୍ୟୁତ ବିଭାଗର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଗ୍ରାମପଞ୍ଚାୟତ ଅଧିକାରୀ ଅନ୍ତର୍ଯ୍ୟାମୀ ସେଠୀ ସଭା ପରିଚାଳନା କରିଥିଲେ । କୋଡିଏଟି ଗ୍ରାମପଞ୍ଚାୟତରେ ବିଗତ ବର୍ଷରେ ଲାଗିଥିବା ଷ୍ଟ୍ରିଟ ଲାଇଟ ମଧ୍ୟରୁ ଶତକଡା ୯୯ ଭାଗ ଲାଇଟ ଜଳୁନଥିବାବେଳେ ପ୍ରତିମାସରେ ବିଦ୍ୟୁତ ବିଲ ପାଇଁ ପଞ୍ଚାୟତ ଗୁଡିକୁ ବିଲ ପଠାଇ ଟଙ୍କା ପାଇଁ ଜୁଲୁମ କରା ଯାଉଥିବାରୁ ସରପଞ୍ଚ ମାନେ ବିଦ୍ୟୁତ ବିଭାଗର କର୍ମକର୍ତ୍ତାଙ୍କ ଉପରେ ବର୍ଷିଥିଲେ । ତାପରେ ସମାଧାନର ବାଟ ଖୋଜା ଯାଇ ଖୁବ ଶୀଘ୍ର ସମସ୍ତ ଷ୍ଟ୍ରିଟ ଲାଇଟ ଗୁଡିକୁ ମରାମତି କରିବା ପାଇଁ ନିଷ୍ପତି ନିଆଯାଇଥିଲା ।
Comments are closed.