www.samajalive.in
Monday, December 15, 2025
27.1 C
Bhubaneswar

ପୁଲୱାମା ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଜଣେ ଇଲେକ୍ଟ୍ରିସିଆନ

ଶ୍ରୀନଗର: ପୁଲୱାମା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଜଣେ ଇଲେକ୍ଟ୍ରିସିଆନଙ୍କୁ ଚିହ୍ନଟ କରାଯାଇଛି। ଏହି ଇଲେକ୍ଟ୍ରିସିଆନ ଜଣଙ୍କ ହେଉଛନ୍ତି ମୁଦାସିର ଅହମ୍ମଦ ଖାଁ ଓରଫ ମହମ୍ମଦ ଭାଇ (୨୩)। ଖାଁ ଇଲେକ୍ଟ୍ରିକାଲ ବିଭାଗରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ତା’ର ଘର ପୁଲୱାମା ଜିଲା। ପୁଲୱାମା ଆତଙ୍କବାଦୀ ଆକ୍ରମଣ ଲାଗି ବ୍ୟବହାର ହୋଇଥିବା ଗାଡି ଓ ବିସ୍ଫୋରକ ଯୋଗାଡ କରିବାରେ ଏହି ଇଲେକ୍ଟ୍ରିସିଆନ ଜଣଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।
ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ୨୦୧୭ରେ ଖାଁ ପାକିସ୍ତାନର ଏକ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲା। ପରେ ନୂର ମହମ୍ମଦ ତାନ୍ତ୍ରି ତାକୁ ଜୈସ-ଇ-ମହମ୍ମଦରେ ସାମିଲ କରାଇଥିଲା। କାଶ୍ମୀର ଉପତ୍ୟକାରେ ଜୈସ ସଂଗଠନର ବିସ୍ତାର କରିବା ପଛରେ ତାନ୍ତ୍ରିର ହାତ ରହିଥିଲା। ୨୦୧୭ ଡିସେମ୍ବରରେ ତାନ୍ତ୍ରୀ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିଲା। ତାନ୍ତ୍ରିର ମୃତ୍ୟୁ ପରେ ଖାଁ ୨୦୧୮ ଜାନୁଆରୀ ୧୪ରେ ଘରଛାଡି ଚାଲିଆସିଥିଲା। ସିଆରପିଏଫ୍ ଯବାନଙ୍କ ଗାଡି ଉପରେ ଆତ୍ମଘାତୀ ଆକ୍ରମଣ କରିଥିବା ଆଦିଲ ଅହମ୍ମଦ ଦାର ନିୟମିତ ଭାବେ ଖାଁ ସହିତ ଯୋଗାଯୋଗରେ ଥିଲା। ୨୦୧୮ ଫେବୃଆରୀରେ ସୁଞ୍ଜୱାନା ସେନା ଶିବିର ଆକ୍ରମଣରେ ଖାଁ ସମ୍ପୃକ୍ତ ଥିବା କୁହାଯାଇଛି। ଫେବୃଆରୀ ୨୭ରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ଦଳ ଖାଁର ଘର ତଲାସ କରିଥିଲେ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories