ବିଦ୍ୟୁତ ବିଭାଗର ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ

0

ଗୋପ : ଗୋପ ବିଦ୍ୟୁତ ସେକ୍ସନ ଅଧିନ ଅଧିକାଂଶ ଗାଁରେ କ୍ରମାଗତ ଭାବରେ ବିଦ୍ୟୁତ ସରବରାହ ବନ୍ଦ ରହିବା ସହିତ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟର ଅଭିଯୋଗ ହୋଇ ଆସୁଥିଲା । ମାତ୍ର ଏଥିପ୍ରତି ବିଦ୍ୟୁତ ବିଭାଗ ଦୃଷ୍ଟି ଦେଉ ନ ଥିଲା । ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଶୁକ୍ରବାର ଓ ଶନିବାର ୧୫ ଘଣ୍ଟା ରୁ ଅଧିକ ସମୟ ବିଦ୍ୟୁତ ଯୋଗାଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା । ଅସହ୍ୟ ଗରମ ସହି ନ ପାରି ଶନିବାର ବିଳମ୍ବିତ ରାତିରେ ସାଧାରଣ ଲୋକ ମାନେ ରାସ୍ତାକୁ ଆସିବା ସହ ଗୋପ ବଜାର ଛକରେ ରାସ୍ତା ଅବରୋଧ କରିଥିଲେ । ରାତି ୧୧ ରୁ ସକାଳ ୭ ଟା ପର୍ୟ୍ୟନ୍ତ ରାସ୍ତା ଅବରୋଧ ରହିବା ଯୋଗୁ ଗୋପ ପୁଲିସ ଓ ବିଦ୍ୟୁତ ବିଭାଗର ଯନ୍ତ୍ରୀ ଉତ୍ୟକ୍ତ ଲୋକଙ୍କ ପାଖରେ ପହଞ୍ଚିବା ସହ ବୁଝାସୁଝା କରିଥିଲେ । ଲୋକମାନେ ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦାବି କରିଥିଲେ । ପରେ ବିଦ୍ୟୁତ ବିଭାଗର ନିର୍ବାହି ଯନ୍ତ୍ରୀ ପ୍ରତ୍ୟୁଷ ମିଶ୍ର ଲିଖିତ ପ୍ରତିଶ୍ରୁତି ଦେବା ସହ ଆଉ ବିଦ୍ୟୁତ ବିଭ୍ରାଟ ହେବ ନାହିଁ ବୋଲି କହିବା ପରେ ରାସ୍ତା ଅବରୋଧ ହଟିଥିଲା ।

Leave A Reply