www.samajalive.in
Saturday, December 6, 2025
26.1 C
Bhubaneswar

ଆଭାନ ମୋଟର୍ସର ଇଲେକଟ୍ରିକ୍ ସ୍କୁଟର ; ଥରେ ଚାର୍ଜରେ ୧୧୦ କିମି

ନୂଆଦିଲ୍ଲୀ : ୨୦୧୯ ବର୍ଷରେ ସମସ୍ତ ଅଟୋମୋବାଇଲ କମ୍ପାନୀ ନିଜର ବାଇକ ଓ କାର ଗୁଡିକୁ ଅପଡେଟ କରିବା ଆରମ୍ଭ କରିଛନ୍ତି। ଯାହାକୁ ନେଇ କମ୍ପାନୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତାରେ ଆଭାନ ମୋଟର୍ସ ଆଗରେ ରହିଛି। କମ୍ପାନୀ ଏକ ଇଲେକଟ୍ରିକ ସ୍କୁଟର ପ୍ରସ୍ତୁତ କରିଛି। ଯାହାକୁ ଗୋଟିଏ ଥର ଚାର୍ଜ କଲେ ୧୧୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ ବୋଲି କମ୍ପାନୀ କହିଛି।
ସୂଚନା ଅନୁସାରେ ଆଭାନ ମୋଟର୍ସ ଏକ୍ସରୋ ଓ ଏକ୍ସରୋ ପ୍ଲସ ନାମକ ଦୁଇ ନୂଆ ମଡେଲ ପ୍ରସ୍ତୁତ କରିଛି। କମ୍ପାନୀର ଏକ୍ସରୋରେ ୪୮ ଭୋଲ୍ଟ ବ୍ୟଟେରୀ ସହ ୨୫୦ ୱାଟ୍‍ ମୋଟର ରହିଛି। କମ୍ପାନୀର କହିବା ଅନୁସାରେ ସ୍କୁଟରର ବ୍ୟାଟେରୀକୁ ୪ ରୁ ୬ ଘଣ୍ଟା ପର୍ଯ୍ୟନ୍ତ ଚାର୍ଜ କରିବେ। ଗୋଟିଏ ଥର ଚାର୍ଜ ହେବା ପରେ ସ୍କୁଟର ୨୫କିମି ପ୍ରତି ଘଣ୍ଟାରେ ୬୦ ରୁ ୭୦ ସ୍ପିଡରେ ଯାଇପାରିବ।
ସେହିପରି ଏକ୍ସରୋ ପ୍ଲସରେ ୪୮ଭୋଲ୍ଟ ବ୍ୟାଟେରୀ ସହ ୮୦୦ ୱାଟ ମୋଟର ରହିଛି। ଯାହାଦ୍ୱାରା ଗ୍ରାହକ ୪୫ କିମି ଘଣ୍ଟା ପ୍ରତି ବେଗରେ ଯାଇପାରିବ। ଏହି ସବୁ ସ୍କୁଟରରେ ଅଧିକ କ୍ଷମତା ବ୍ୟାଟେରୀ ଲଗାଯାଇପାରିବ । ଏକ୍ସରୋ ସ୍କୁଟରର ମୂଲ୍ୟ ୫୫ ହଜାର ଟଙ୍କା ରହିଥିବା ବେଳେ ଏକ୍ସରୋ ପ୍ଲସର ମୂଲ୍ୟ ୮୫ ହଜାର ଟଙ୍କା ରହିଛି। ଆଗାମୀ ତିନିବର୍ଷ ମଧ୍ୟରେ କମ୍ପାନୀ ୧ ଲକ୍ଷ ସ୍କୁଟରର ବିକ୍ରି କରିବାକୁ ଲକ୍ଷ୍ୟ ରଖିଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories