www.samajalive.in
Saturday, December 6, 2025
19.1 C
Bhubaneswar

ଓଡିଶାରେ ମହିଳାଙ୍କ ପାଇଁ ଆରମ୍ଭ ହେଲା ଟାଏକୋଣ୍ଡ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର : ମହିଳା ଏବଂ ଛାତ୍ରୀ ମାନଙ୍କର ଆତ୍ମସୁରକ୍ଷା ପାଇଁ ଓଡିଶାରେ ଆରମ୍ଭ ହୋଇଛି ଟାଏକୋଣ୍ଡ ପ୍ରଶିକ୍ଷଣ ଶିବିର। ଏହିଭଳି ପ୍ରଶିକ୍ଷଣ ଶିବର ପ୍ରଥମ ଥର ପାଇଁ ଓଡିଶାରେ ଆୟୋଜିତ କରାଯାଇଛି। ଟାଏକୋଣ୍ଡ ପ୍ରଶିକ୍ଷଣ ଶିବିରର ଉଦଘାଟନ କରିଛନ୍ତି ଓଡିଶା କ୍ରିକେଟ ଆସୋସିଏସନର ପୂର୍ବ ସଚିବ ଆଶୀର୍ବାଦ ବେହେରା ଏବଂ ସମାଜସେବୀ ତଥା ରାଜ୍ୟ ମହିଳା ଆୟୋଗର ପୂର୍ବ ସଦସ୍ୟ ନମ୍ରତା ଚଢା। ଟାଏକୋଣ୍ଡ କାଚିଙ୍ଗ ଏକାଡେମୀ ସଂସ୍ଥାପକ ସୁଦିପ୍ତ ଦାସ ଏବଂ ପ୍ରଶିକ୍ଷକ ଭଞ୍ଜଦେବ ମଧ୍ୟ ଏଠାରେ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷିରେ ଶ୍ରୀମତି ଚଢା କହିବା ଅନୁସାରେ ଆଜିର ସମାଜରେ ମହିଳା ମାନଙ୍କ ଉପରେ ଅତ୍ୟାଚାର ବଢିବାରେ ଳାଗିଛି। ଯାହା ଦେଶ ତଥା ରାଜ୍ୟ ପାଇଁ ଅତ୍ୟନ୍ତ ଚିନ୍ତାର ବିଷୟ ପାଲଟିଛି। ତାଙ୍କ କହିବା ଅନୁସାରେ ଟାଏକୋଣ୍ଡ ପ୍ରଶିକ୍ଷଣ ଶିବିର ଦ୍ୱାରା ମହିଳାମାନେ ନିଜର ଆତ୍ମସୁରକ୍ଷା କରିପାରିବେ। ଏଥିପାଇଁ ମହିଳା ମାନଙ୍କୁ ଆଗକୁ ଆସିବାକୁ ପଡିବ।


ଟାଏକୋଣ୍ଡ କ’ଣ?
ଟାଏକୋଣ୍ଡ ହେଉଛି ଏକ କୋରିୟନ କର୍ମଶାଳା କଳା ଯେଉଁଥିରେ ଫାଷ୍ଟ, ହାଇ, ଜମ୍ପିଙ୍ଗ ଏବଂ ସିପିନିଙ୍ଗ କିକ୍‍ ରହିଥାଏ। ଏହା ଏକ ଅତ୍ୟାଧୁନିକ ମାର୍ଶଲ କଳା। ତିନି ଶବ୍ଦରେ ଏହାର ସୃଷ୍ଟି। ଏହାର ପ୍ରଥମ ଶବ୍ଦ ଟିଏସିର ଅର୍ଥ ଗୋଡରେ ଅଟକାଇବା, ମାରିବା ବା ଗୋଇଠା ମାରିବା। ତିବତୀୟ ଶବ୍ଦ କେଡ୍ଲ୍ୟୁଓନର ଅର୍ଥ ହାତରେ ରକ୍ଷା କରିବା ଏବଂ ତୃତୀୟ ଶବ୍ଦ ଡିଓର ଅର୍ଥ ହେଉଛି କଳା।

- Advertisement -

ମେଟ ଉପଲବ୍ଧ ରହିବା ଆବଶ୍ୟକ
ଟାଏକୋଣ୍ଡ ଏକ ଆତ୍ମସୁରକ୍ଷା କଳା। ଏହି କଳା ପ୍ରାପ୍ତି ଦ୍ୱାରା ବ୍ୟକ୍ତି ନିଜକୁ ସୁରକ୍ଷିତ ରଖିପାରିବ। ଏହାକୁ ଶିଖିବା ସମୟରେ ମ୍ୟାଟର ନିତ୍ୟନ୍ତ ଆବଶ୍ୟକତା ରହିଛି। ଏହାର ଅଭ୍ୟାସ ସମୟରେ ମ୍ୟାଟର ଆବଶ୍ୟକତା ପଡିଥାଏ। କହିରଖୁଛୁ, ଏହି ପ୍ରଶିକ୍ଷଣ ଶିବିର ପାଇଁ ଓଡିଶାରେ ମଧ୍ୟ ମ୍ୟାଟ ଉପଲବ୍ଧ ନାହିଁ। ଏହାର ମୂଲ୍ୟ ପ୍ରାୟ ୧ଲକ୍ଷ ଟଙ୍କା।
ବେଲ୍ଟ
ଯେକୌଣସି ଟାଏକୋଣ୍ଡ ଖେଳାଳିଙ୍କୁ ଧଳାରୁ ହଳଦିଆ ବେଲ୍ଟ ମିଳିଥାଏ। ଏହାପରେ ହଳଦିଆରୁ ଗ୍ରୀନ ବେଲ୍ଟ ଦିଆଯାଇଥାଏ। ଯେଉଁ ଖେଳାଳି କଳା ବେଲ୍ଟକୁ ହାସଲ କରିଥାନ୍ତି ସେହି ଖେଳାଳି ମାନେ ଜୁନିୟର ନ୍ୟାସନାଲ ଏବଂ ସିନିୟର ନ୍ୟାସନାଲ ପ୍ରତିଯୋଗିତାରେ ଭାଗ ନେଇ ପାରିବେ। କଳା ବେଲ୍ଟ ପାଇଥିବା ବ୍ୟକ୍ତିଙ୍କୁ ସେନାରେ ଚାକିରି ମଧ୍ୟ ମିଳିଥାଏ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories