www.samajalive.in
Saturday, December 6, 2025
26.1 C
Bhubaneswar

ଶୁକ୍ରବାର ରାଶିଫଳ

ମେଷ: ପଦୋନ୍ନତି ପାଇବାର ସୂଚନା ପାଇଥିବାରୁ ସୁଚାରୁରୂପେ କାର୍ଯ୍ୟ କରିବେ। ଚିନ୍ତା ମୁକ୍ତ ହୋଇପାରନ୍ତି। ଅସୁସ୍ଥତା ଅନୁଭବ କରିପାରନ୍ତି। ଚୌର ଭୟ ରହିଛି। କେବଳ ଭାଗୁଆଳୀ ବ୍ୟବସାୟରୁ ସମାନ୍ୟ ଲାଭ ମିଳିବ।
ବୃଷ: ବନ୍ଧୁବତ୍ସଳ ହୋଇପାରନ୍ତି। କୀର୍ତ୍ତିମାନ ହେବେ। ଭ୍ରମଣ ସୁଖ ମିଳିପାରେ। ବ୍ୟବସାୟ ଲାଭଜନକ ହେବ। ମନରେ ସେବା ଭାବ ଜାଗ୍ରତ ହୋଇପାରେ। ଅବିବାହିତ ମାନଙ୍କର ସୁକନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହୋଇପାରେ।
ମିଥୁନ: ୠୃହ ପାଳିତ ପଶୁମାନଙ୍କ ଯୋଗୁଁ ପଡ଼ୋଶୀଙ୍କ ସହିତ ମାନ-ମନାନ୍ତର ସୃଷ୍ଟି ହୋଇପାରେ। ଶତ୍ରୁମାନେ ଷଢ଼ଯନ୍ତ୍ର ରଚନା କରିପାରନ୍ତି। ପତ୍ନୀଙ୍କ ଯୋଗୁଁ ଅନ୍ୟମାନଙ୍କର ଶତ୍ରୁ ପାଲଟି ଯିବେ। କିନ୍ତୁ କ୍ଷତି କରିପାରିବେ ନାହିଁ।
କର୍କଟ: ଜଣେ ଉପଯୁକ୍ତ ଗୃହିଣୀର ପରିଚୟ ସୃଷ୍ଟି କରିପାରନ୍ତି। ମନ ଆତୁରିତ ହୋଇପାରେ। ଚଞ୍ଚଳ ପ୍ରକୃତିର ହେବେ। ଧନାଗମ ହେବାର ସୂଚନା ମିଳୁଛି। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ବ୍ୟବସାୟରୁ ଭଲ ଲାଭ ମିଳିବ।
ସିଂହ: କୃଷିକୁ ଜୀବିକା ଭାବେ ଗ୍ରହଣ କରିବେ। ଯାନ-ବାହନ ସୁଖ ମିଳିପାରେ। ଧନ ଭୋଗ କରିପାରନ୍ତି। ଉତ୍ତମ ଗୃହରେ ବସତି ସ୍ଥାପନ କରିପାରନ୍ତି। କୁଳ ମର୍ଯାଦା ରକ୍ଷା କରିବେ।
କନ୍ୟା: ସକଳ ଗୁଣର ଆଧାର ହୋଇପାରନ୍ତି। ସୁଖୀ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହେବେ। ପତ୍ନୀଙ୍କ ସହିତ ନିଜେ ସମଭାବାପନ୍ନ ହୋଇପାରନ୍ତି। ଦାନ-ଧର୍ମରତ ହେବେ। ଗୁରୁ, ଗୁରୁଜନଙ୍କ ଠାରେ ଭକ୍ତିଭାବ ରହିବ।
ତୁଳା: ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ପୁତ୍ର ଠାରୁ ଧନ ମିଳିପାରେ। ଗୁରୁଙ୍କ ଠାରୁ ମଧ୍ୟ ସ୍ୱଳ୍ପ ଧନ ମିଳିବ। ଶସ୍ୟ, ମାଟି, ପଥର ଆଦି ବ୍ୟବସାୟରୁ ମଧ୍ୟ ଅର୍ଥ ମିଳିବ। ସୌଭାଗ୍ୟଶାଳୀ ହୋଇପାରନ୍ତି। ଅତିସୁଖୀ ଓ କୀର୍ତ୍ତିମାନ ହେବେ।
ବିଛା: ଧନବାନ ହେବେ। ଗୁଣବାନ୍‍ ହୋଇପାରନ୍ତି। ଉପାର୍ଜନକାରୀ ବଳିଷ୍ଠ ଓ ସୁନ୍ଦର ବପୁଯୁକ୍ତ ହୋଇପାରନ୍ତି। ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଦାମ୍ପତ୍ୟ ସୁଖ ମିଳିପାରେ। ଶତ୍ରୁ ନାଶ କରିପାରନ୍ତି। ମୂଲ୍ୟବାନ୍‍ ବସ୍ତୁ ମିଳିପାରେ।
ଧନୁ: ପୂର୍ବାଜିତ ସମ୍ପତ୍ତି ଲୀନ ହୋଇ ନୂତନ ସମ୍ପଦର ଅଧିକାରୀ ହୋଇପାରନ୍ତି। ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହୋଇପାରନ୍ତି। ବହୁଭାଷୀ ହୋଇପାରନ୍ତି। ଖର୍ଚ୍ଚାନ୍ତ ଯୋଗ ରହିଛି। କୃଷି କର୍ମରୁ ଧର୍ମପ୍ରିୟ ହେବେ। ପାଣ୍ଡିତ୍ୟ ଅର୍ଜନ କରିବେ।
ମକର: ଜନପୂଜ୍ୟ ହୋଇପାରନ୍ତି। ଶତ୍ରୁ ବଂଶକୁ ନିପାତ କରିବାରେ ଦୃଢ଼ମନା ହେବେ। କଥା ଅଳ୍ପ କହି କାର୍ଯ୍ୟ ଅଧିକ କରିପାରନ୍ତି। ଭାଇ ବିପଦର ସମ୍ମୁଖୀନ ହୋଇପାରନ୍ତି। କୃଷିରୁ ଲାଭ ମିଳିବ। ସୁଖୀ ଓ ବିଳାସୀ ହେବା ଆଶାକରାଯାଏ।
କୁମ୍ଭ: ସରକାରୀ ଅର୍ଥ ପାଇବାର ସୂଚନା ମିଳୁଛି। ପ୍ରଦୂଷଣ ଗୃହରେ ବାସ କରିପାରନ୍ତି। କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ, ବହୁବିଧ ଧନ, ଉତ୍ତମ ଗୁଣଯୁକ୍ତ ହେବେ। ଶେଷରେ ପୁରସ୍କୃତ ହୋଇପାରନ୍ତି। ସୌଭାଗ୍ୟ ଯୁକ୍ତ ହେବେ। କରିତ୍‍କର୍ମା ହେବେ।
ମୀନ: ଧନବାନ ହେବେ। ମହିଳାମାନଙ୍କ ମନକୁ ସରଳ କରାଇବାର ସହଜ ଉପାୟ ଅବଲମ୍ବନ କରିପାରନ୍ତି। ଉପଯୁକ୍ତ ପରାମର୍ଶଦାତା ହେବେ। ସୁକୃତୀ ସମ୍ପନ୍ନ ହୋଇପାରନ୍ତି। ଶାସ୍ତ୍ରଜ୍ଞତା ଓ ବ୍ରତକର୍ତ୍ତା ହେବେ। ଦେବ-ଦ୍ୱିଜ ପରାୟଣ ହୋଇପାରନ୍ତି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories