ମାଲକାନଗିରି ଜିଲ୍ଲା ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ

ମାଲକାନଗିରି – ମାଲକାନଗିରି ଜିଲ୍ଲା ଓକିଲ ସଂଘ ର ନିର୍ବାଚନ ଆଜି ଅନୁଷ୍ଟିତ ହୋଇଯାଇଛି । ଏହି ନିର୍ବାଚନ ପ୍ରକ୍ରିୟା ସକାଳ ୮ ଟା ଠାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ମୋଟ ୧୨୬ ଜଣ ଆଇନଜୀବୀ ମତଦାନ କରିଥିଲେ । ଅପରାହ୍ନ ୪ ଟା ରେ ଭୋଟ ଗଣତି କରାଯାଇଥିଲା l ଏ ସମସ୍ତ ନିର୍ବାଚନ ପ୍ରକ୍ରିୟା ସଂଘର ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜୀବୀ ଜୋସେଫ ଜେମ୍ସ ଓ ସହାକାରୀ ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜୀବୀ ରଞ୍ଜିତ ସାନା ପରିଚାଳନା କରିଥିଲେ ।

ସଂଘ ର ନୂତନ ସଭାପତି ଭାବେ ପ୍ରୀତପାଲ ସିଂହ ନିର୍ବାଚିତ ହୋଇଥିବା ବେଳେ ଉପ ସଭାପତି ଭାବେ ତାପସ କୁମାର ନାଥ ଓ ସମ୍ପାଦକ ଭାବେ ବିଜୁ ସରକାର ନିର୍ବାଚିତ ହୋଇଛନ୍ତି l ପୂର୍ବରୁ ସଂଘର ସହ ସମ୍ପାଦକ ଭାବେ ହୃଷିକେଶ ପଣ୍ଡା, ସହାକାରୀ ସମ୍ପାଦକ ଭାବେ ଭଵତୋଷ ବିଶ୍ୱାସ, ହେମନ୍ତ କୁମାର ରାଜୁ, କୈଳାସ ଚନ୍ଦ୍ର ପଟ୍ଟନାୟକ, ସରୋଜ କୁମାର ସାହୁ ଏବଂ କୋଷାଧ୍ୟକ୍ଷ ଭାବେ ହିରୋଜ ପାଣିଗ୍ରାହୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ l

Comments are closed.