www.samajalive.in
Monday, December 15, 2025
24.1 C
Bhubaneswar

ରାଜନୀତିରେ ସାମିଲ ହେଲେ ପ୍ରଶାନ୍ତ କିଶୋର

ପାଟନା: ନିର୍ବାଚନ ରଣନୀତିରେ ଧୁରୀଣ ପ୍ରଶାନ୍ତ କିଶୋର ରାଜନୀତିରେ ଯୋଗ ଦେଇଛନ୍ତି। ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ପ୍ରଶାନ୍ତ କିଶୋର ଦଳରେ ଯୋଗ ଦେଇଛନ୍ତି। ୨୦୧୪ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନ ରଣନୀତି ପ୍ରସ୍ତୁତ କରିଥିବା ଏହି ବ୍ୟକ୍ତି ୨୦୧୯ରେ କେଉଁ ଦଳ ପାଇଁ ନିର୍ବାଚନ ପ୍ରଚାର ଦାୟିତ୍ୱ ଗ୍ରହଣ କରିବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ମାତ୍ର କିଛି ଦିନ ପୂର୍ବେ ପ୍ରଶାନ୍ତ କିଶୋର ଆଗାମୀ ନିର୍ବାଚନରେ କୌଣସି ରାଜନୈତିକ ଦଳ ପାଇଁ ପ୍ରଚାର ଦାୟିତ୍ୱ ନେବେ ନାହିଁ ବୋଲି ଗଣମାଧ୍ୟମରେ ସୂଚନା ଦେବା ସହ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରିବେ ବୋଲି ମତବ୍ୟକ୍ତ କରିଥିଲେ।
ନୀତୀଶ କୁମାରଙ୍କ ଦଳ ଜନତା ଦଳ ୟୁନାଇଟେଡ(ଜେଡିୟୁ)ରେ ସାମିଲ ହେବା ସହ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି ପ୍ରଶାନ୍ତ କିଶୋର। ପ୍ରଶାନ୍ତ କିଶୋର ୨୦୧୪ରେ ମୋଦୀ ପ୍ରବାହ, ୨୦୧୫ରେ ବିହାର ମହାମେଣ୍ଟ ଓ ୨୦୧୭ରେ ଉତ୍ତରପ୍ରଦେଶ ଓ ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ।
୨୦୧୪ ନିର୍ବାଚନ ପ୍ରଚାର ଦାୟିତ୍ୱରେ ଥିବାବେଳେ ପ୍ରଶାନ୍ତ କିଶୋରଙ୍କ ନିର୍ବାଚନ ରଣନୀତି ବିଜେପିକୁ ଜିତାଇବାରେ ସଫଳ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପ୍ରଶାନ୍ତ କିଶୋର ଓ ବିଜେପି ଅଧ୍ୟକ୍ଷ ଅମୀତ ଶାହଙ୍କ ମଧ୍ୟରେ ମତଭେଦ ଦୃଶ୍ୟମାନ ହୋଇଥିଲା। ଅବଶ୍ୟ ଏହାକୁ ପ୍ରଶାନ୍ତ କିଶୋର ଖଣ୍ଡନ କରିଥିଲେ। ୨୦୧୫ରେ ବିହାର ବିଧାନସଭା ନିର୍ବାଚନ ସମୟରେ ନୀତୀଶଙ୍କ ରାଜନୈତିକ ଉପଦେଷ୍ଟା ଭାବେ କାର୍ଯ୍ୟ କରିବା ସହ ନୀତୀଶଙ୍କ ବାସଭବନରେ ରହୁଥିଲେ। ଏପରିକି ନୀତୀଶଙ୍କ ନିର୍ଦେଶ କ୍ରମେ ତାଙ୍କ ଦର୍ଜି ପ୍ରଶାନ୍ତଙ୍କ ପାଇଁ ୬ ହଳ କୁର୍ତ୍ତା ସିଲେଇ କରିବା ଘଟଣା ସେ ସମୟରେ ଚର୍ଚ୍ଚାର କେନ୍ଦ୍ର ପାଲଟିଥିଲା। ୨୦୧୫ରେ ବିହାରର ମହାମେଣ୍ଟ ପ୍ରଶାନ୍ତ କିଶୋରଙ୍କ ମାନସ ସନ୍ତାନ ବୋଲି ରାଜନୈତିକ ବିଶେଷଜ୍ଞମାନେ କୁହନ୍ତି। ପରବର୍ତ୍ତୀ ସମୟରେ ପ୍ରଶାନ୍ତ କିଶୋର ପଞ୍ଜାବ ଓ ୟୁପିରେ କଂଗ୍ରେସର ପ୍ରଚାର ଦାୟିତ୍ୱ ଗ୍ରହଣ କରିଥିଲେ ମଧ୍ୟ ନୀତୀଶଙ୍କ ସହ ତାଙ୍କ ସମ୍ପର୍କ ନିବିଡ଼ ଥିଲା। ଏହାକୁ ଦୃଷ୍ଟିରେ ରଖି ନୀତୀଶଙ୍କ ବିଶ୍ୱାସ ପ୍ରଶାନ୍ତଙ୍କ ଉପରେ ଅତୁଟ ରହିଛି କହିବା ଭୁଲ ହେବ ନାହିଁ। ଆଜିର କାର୍ଯ୍ୟକାରିଣୀ ବୈଠକରେ ନୀତୀଶ ପ୍ରଶାନ୍ତଙ୍କୁ ଦଳର ଭବିଷ୍ୟତ ବୋଲି ସମ୍ବୋଧିତ କରି ଆଗାମୀ ଦିନରେ ଦଳ ପ୍ରଶାନ୍ତଙ୍କ ପଥାଙ୍କରେ ଚାଲିବାର ସମ୍ଭାବନାକୁ ଦୃଢ଼ୀଭୂତ କରିଛି।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories