ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କୁ ମିଳିବ ମାଗଣା ଚିକିତ୍ସା ସେବା

ଡେସ୍କ: ଚଳିତ ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ଯେଉଁ କର୍ମଚାରୀମାନେ କାର୍ଯ୍ୟ କରିବେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ରାଜ୍ୟ ସରକାର ଏକ ବଡ ଘୋଷଣା କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର କମିଶନର ଶାଳିନୀ ପଣ୍ଡିତ ଏ ନେଇ ପତ୍ର ଲେଖିଛନ୍ତି। ସୂଚନା ଅନୁଯାୟୀ, ନିର୍ବାଚନ କାର୍ଯ୍ୟରେ ରାଜ୍ୟର ଯେଉଁ କର୍ମଚାରୀ ମାନେ ପରିଚାଳନା ଦାୟିତ୍ୱରେ ରହିବେ, ସେମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯିବ।

ରାଜ୍ୟର ୧୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ‘ଆକାଶବାଣୀ’

ନିର୍ବାଚନରେ ନିୟୋଜିତ ଅବଜର୍ଭର, ପୁଲିଂ ଅଧିକାରୀ ଓ ପୁଲିସ କର୍ମଚାରୀମାନଙ୍କୁ ଦେୟମୁକ୍ତ ଚିକିତ୍ସା ଯୋଗାଇ ଦେବେ ରାଜ୍ୟ ସରକାର। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନୁବନ୍ଧିତ ଘରୋଇ ହସ୍ପିଟାଲ ଗୁଡିକ ଚିକିତ୍ସା ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅବଜର୍ଭର, ପୁଲିଂ ଅଧିକାରୀ ଓ ପୁଲିସ କର୍ମଚାରୀମାନେ ସେମାନଙ୍କ ନିଯୁକ୍ତି ପତ୍ର କିମ୍ବା ନିର୍ବାଚନ ନିୟୋଜନ ପତ୍ର ଦେଖାଇ ଏହି ସୁବିଧା ପାଇପାରିବେ। ପରେ ସମ୍ପୃକ୍ତ ହସ୍ପିଟାଲ ଗୁଡିକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ପ୍ୟାକେଜ ଅନୁଯାୟୀ ରାଜ୍ୟ ସ୍ୱାସ୍ଥ୍ୟ ଆଶ୍ଵସ୍ତି ସମିତି ଠାରୁ ଅର୍ଥ ପାଇବେ। ଏ ନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଅନୁବନ୍ଧିତ ଘରୋଇ ହସ୍ପିଟାଲଗୁଡିକ ସହ ସମନ୍ୱୟ ରକ୍ଷା କରି ଏହି ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବାକୁ କୁହାଯାଇଛି।

ବାହାହୋଇ ଫେରୁଥିବା କନ୍ୟାକୁ ରାସ୍ତାରେ ଅଟକାଇଲେ, ଚାଳକକୁ ପିଟିଲେ, ଆଉ କାର୍‌ ଚାବି ନେଇ..

Comments are closed.