ରାଜ୍ୟର ୧୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ‘ଆକାଶବାଣୀ’
ଡେସ୍କ: ଶ୍ରୀବୀରବଲ୍ ଏଣ୍ଟରଟେନ୍ମେଣ୍ଟ ବ୍ୟାନରରେ ନିର୍ମିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଆକାଶବାଣୀ’ ଆଜି ଓଡ଼ିଶାର ୧୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଭୁବନେଶ୍ୱରର ସିନେପ୍ଲେକ୍ସ, କଟକର ଆଇନକ୍ସ ଏବଂ ବ୍ରହ୍ମପୁରରେ ‘ଆକାଶବାଣୀ’ର ପ୍ରିମିଅର ଶୋ’ ହୋଇଥିଲା। ପ୍ରଥମ ଶୋ’ରେ ସମସ୍ତ ପ୍ରେକ୍ଷାଳୟ ହାଉସଫୁଲ୍ ହୋଇଥିଲା। ଏଥିରେ ବନ୍ଧୁତ୍ଵ ଓ ପାରିବାରିକ ବନ୍ଧନକୁ ସୁନ୍ଦର ଭାବେ ଚିତ୍ରଣ କରାଯାଇଛି। ସେହିପରି ଲଭ୍, କମେଡି ତଥା ମଣିଷ ଜୀବନର ବିଭିନ୍ନ ଦିଗକୁ ଦର୍ଶକେ ଏଥିରେ ଦେଖିବାକୁ ପାଇବେ।
ତ୍ରିପତି ସାହୁଙ୍କ ନିର୍ଦ୍ଦେଶିତ ଏବଂ ରୋହନ ଗର୍ଗଙ୍କ ପ୍ରଯୋଜିତ ଏହି ସିନେମାର ସିନେମାଟୋଗ୍ରାଫର ଅଛନ୍ତି ସ୍ୱର୍ଶ ପ୍ରସାଦ (ବୁବୁ)। ଏଥିରେ ରୋହନଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ପୂଜା। ସିନେମାର କାହାଣୀ ଗଣେଶରାମ ଅଗ୍ରୱାଲ୍ ଓ ସଂଳାପରେ ଡ. ନିର୍ମଳ ନାୟକ ଥିବା ବେଳେ ସମସ୍ତ ଗୀତ ମଧ୍ୟ ସେ ରଚନା କରିଥିବା କହିଛନ୍ତି। ଅବଶ୍ୟ ଗୋଟିଏ ହିନ୍ଦୀ ଗୀତକୁ କୁକୁ ପ୍ରଭାସ ଲେଖିଛନ୍ତି। ସେହିପରି ସମସ୍ତ ଗୀତକୁ ସୁମଧୁର ସଙ୍ଗୀତରେ ସଜାଇଛନ୍ତି ଅଭିଜିତ୍ ମଜୁମଦାର। ଫିଲ୍ମର ବିଭିନ୍ନ ଚରିତ୍ରରେ ପ୍ରଦ୍ୟୁମ୍ନ ଲେଙ୍କା, ପୃଥ୍ବୀରାଜ ନାୟକ, ପ୍ରତିଭା ପଣ୍ଡା, ନମିତା ଦାସ, ବେବି ପ୍ରଧାନ, ଜୋଜୋ, ଅମର ମହାପାତ୍ର, ରୋସନ ଭରଦ୍ବାଜ, ପ୍ରତାପ ସୁମନ ମହାରଣା, ମଧୁ ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ଅଭିନେତା ରୋହନ ପୂର୍ବରୁ ‘ଲଭ୍ ଇମ୍ପସିବଲ୍’, ‘ଡଟପେନ୍’ ଚଳଚ୍ଚିତ୍ର କରି ବେଶ୍ ଲୋକପ୍ରିୟତା ସାଉଁଟି ସାରିଛନ୍ତି। ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ପ୍ରଚାର ପ୍ରସାର ମୁଖ୍ୟ ଅଛନ୍ତି।
ଦାମୀ କମ୍ପାନୀର ପିଜା , ବାନ୍ତି କରିପକାଇବେ କର୍ମଚାରୀଙ୍କ ଏହି ଭିଡିଓ ଦେଖିଲେ
Comments are closed.