ଦାମୀ କମ୍ପାନୀର ପିଜା , ବାନ୍ତି କରିପକାଇବେ କର୍ମଚାରୀଙ୍କ ଏହି ଭିଡିଓ ଦେଖିଲେ

ନୂଆଦିଲ୍ଲୀ – ଡୋମିନସ୍‌ ପିଜା ବେଶ୍‌ ପ୍ରସିଦ୍ଧ । କେବଳ ଡୋମିନସ୍ କାହିଁକି ଆଜି କାଲି ଏନେକ ବିଭିନ୍ନ କମ୍ପାନୀର ପିଜା ବର୍ଗର ସହ ଅନ୍ୟ ଫାଷ୍ଟ ଫୁଡ୍‌ ଖାଇବା ପାଇଁ ପସନ୍ଦ କରୁଛନ୍ତି । ହେଲେ ବେଳେ ବେଳେ ଏହି ଫାଷ୍ଟଫୁଡ୍‌ ଦୋକାନ ଏବଂ ଆଉଟ୍‌ଲେଟ୍‌ରେ କାମ କରୁଥିବା ବ୍ୟକ୍ତିମାନେ ଅତି ଅସ୍ୱାସ୍ଥ୍ୟକର କାମ କରୁଛନ୍ତି । ଏମିତି କାମ ଦେଖିଲେ ଆପଣ ହୋଟେଲ୍‌ କିମ୍ବା ଏମିତି ଖାଦ୍ୟ ଆଉଟଲେଟ୍‌ ମାନଙ୍କରେ ଆଉ ଖାଇବା ପାଇଁ ଇଚ୍ଛା କରିବେ ନାହିଁ ।

ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏହାର ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି । ଡୋମିନସ୍‌ର ଏକ ଆଉଟଲେଟ୍‌ରେ ଜଣେ କର୍ମଚାରୀ ନାକପୁଡାରେ ଆଙ୍ଗୁଠି ରଖ ସଫା କରୁଛନ୍ତି । ସେ ନାକରୁ ସିଙ୍ଘାଣୀ କାଢିବା ପରେ ପିଜା ବେସ୍‌ରେ ତାକୁ ପୋଛି ଦେଉଛନ୍ତି ।

ଏହି ଘଟଣାଟି ଜାପାନରେ ଘଟିଛି । ଡୋମିନସ୍‌ର ଏହି କର୍ମଚାରୀ କ୍ୟାମେରା ସାମ୍ନାରେ ନିଜ ନାକ ଭତରକୁ ଆଙ୍ଗୁଠିରେ ପୋଛି ତାକୁ ପିଜ ବେସ୍‌ରେ ଲଗାଉଛନ୍ତି । ଡୋମିନସ୍ ଏହି ପିଜା ବେସ୍‌କୁ ବ୍ୟବହାର କରାଯାଇ ନଥିବା ଏବଂ ଏହାକୁ ଫିଙ୍ଗି ଦିଆଯାଇଥିବା କଥା ସଫାଇ ଦେଇଛି । ଏହି ସହ ଏପରି ଘଟଣା ପାଇଁ କ୍ଷମା ପ୍ରାର୍ଥନା କରିଛି।

Comments are closed.