www.samajalive.in
Saturday, December 6, 2025
14.1 C
Bhubaneswar

ବାହାହୋଇ ଫେରୁଥିବା କନ୍ୟାକୁ ରାସ୍ତାରେ ଅଟକାଇଲେ, ଚାଳକକୁ ପିଟିଲେ, ଆଉ କାର୍‌ ଚାବି ନେଇ..

ହମିରପୁର: ଉତ୍ତରପ୍ରଦେଶର ହମିରପୁର ଜିଲାରେ ଦିନ ଦ୍ବିପ୍ରହରରେ ଦେଖିବାକୁ ମିଳିଛି ଦୁର୍ବୃତ୍ତଙ୍କ ଆତଙ୍କରାଜ। କେତେକ ଦୁର୍ବୃତ୍ତ ନବବିବାହିତ ବର-କନ୍ୟା ଯାଉଥିବା ଏକ କାରକୁ ସ୍କୁଟିରେ ପିଛା କରିଥିଲେ। ଏହାପରେ ମଝି ରାସ୍ତାରେ ଗାଡ଼ିକୁ ଅଟକାଇ ଚାଳକଙ୍କୁ ନିର୍ଦୟ ଭାବେ ପିଟିବା ସହ କାର୍ ଚାବି ନେଇ ଫେରାର ହୋଇଗଲେ। ଫଳରେ ବର-କନ୍ୟାଙ୍କୁ ଅନ୍ୟ ଏକ କାରରେ ପଠାଯାଇଥିଲା। ଦୁର୍ବୃତ୍ତଙ୍କ ଏହି କାର୍ଯ୍ୟ ଯୋଗୁଁ ରାସ୍ତାରେ ଟ୍ରାଫିକ୍ ସମସ୍ୟା ଉପୁଜିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି କୌଣସି ପ୍ରକାରେ କାରକୁ ବାହାର କରି ଟ୍ରାଫିକ୍ ବ୍ୟବସ୍ଥାକୁ ସ୍ବାଭାବିକ କରିଥିଲା। ବର୍ତ୍ତମାନ ଆକ୍ରମଣକାରୀଙ୍କୁ ସିସିଟିଭି ସାହାଯ୍ୟରେ ଖୋଜା ଚାଲିଛି।

ସୂଚନା ଅନୁସାରେ, କୁରାରା ଥାନା ଅନ୍ତର୍ଗତ ଏକ ଗାଁରୁ ଫେବୃୟାରୀ ୧୩ରେ ମୌଦହା ତହସିଲ ଅଞ୍ଚଳର ଏକ ଗାଁକୁ ବରଯାତ୍ରୀ ଯାଇଥିଲେ। ବର-କନ୍ୟା ବିଦା ହେବା ପାଇଁ ବେରୀ ଗାଁର ପୱନ ଦ୍ବିବେଦୀଙ୍କ କାର୍ ଭଡ଼ା ନିଆଯାଇଥିଲା। ପୱନ ନିଜେ ଗାଡ଼ି ଚଳାଇ ବର ନେଇ ଯାଇଥିଲେ। ବୁଧବାର ସକାଳୁ ସେ ବର-କନ୍ୟାଙ୍କୁ ଧରି ଗାଁକୁ ଫେରୁଥିଲେ। ଏହି ସମୟରେ ମ୍ୟୁନିସିପାଲିଟି ପାର୍କ ନିକଟରେ ସ୍କୁଟିରେ ଆସୁଥିବା ୩ ଜଣ ବ୍ୟକ୍ତି କାରକୁ ପିଛା କରିଥିଲେ। ପୱନଙ୍କ କହିବାନୁଯାୟୀ, ସେ ତିନି ଜଣ କନ୍ୟାକୁ ବଡ଼ ପାଟିରେ ଗାଳିଗୁଲଜ କରୁଥିଲେ। କିନ୍ତୁ ପୱନ ସେସବୁକୁ ଅଣଦେଖା କରି କାରକୁ କ୍ଷିପ୍ର ବେଗରେ ଆଗକୁ ନେଇଥିଲେ। ଏହି ସମୟରେ ସ୍କୁଟିରେ ଥିବା ୩ ଜଣ ପିଡବ୍ଲ୍ୟୁଡି କାର୍ଯ୍ୟାଳୟ ନିକଟରେ କାର୍ ଆଗକୁ ଆସି ଅଟକାଇଥିଲେ ଏବଂ ତାଙ୍କୁ ନିର୍ଦୟ ଭାବେ ମାଡ ମାରିଥିଲେ। ଏହାପରେ ସେମାନେ କାର୍‌ ଚାବି ନେଇ ଫେରାର ହୋଇଯାଇଥିଲେ।

- Advertisement -

ଏହି ଘଟଣା ଦ୍ବାରା କିଛି ସମୟ ପାଇଁ ଘଟଣାସ୍ଥଳରେ ବିଶୃଙ୍ଖଳା ଦେଖା ଦେଇଥିଲା। ରାସ୍ତା ମଝିରେ କାର୍ ରହିବା ଦ୍ବାରା ଟ୍ରାଫିକ୍ ଜାମ୍ ହୋଇଥିଲା। ଶେଷରେ ବର-କନ୍ୟାଙ୍କୁ ଅନ୍ୟ ଏକ କାର୍ ଯୋଗେ ପଠାଯାଇଥିଲା। ଦିନ ଦ୍ବିପ୍ରହରରେ ଘଟିଥିବା ଏହି ଘଟଣା ପରେ କୋତୱାଲି ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ କାରକୁ ରାସ୍ତାରୁ ହଟାଯାଇଥିଲା।

ଅପରପକ୍ଷେ, ସିସିଟିଭି ଆଧାରରେ ପୁଲିସ ଦୁର୍ବୃତ୍ତମାନଙ୍କୁ ଖୋଜୁଛି। ଆହତ ଚାଳକଙ୍କ ଦ୍ବାରା ଥାନାରେ ଏତଲା ଦିଆଯାଇଛି। ହମିରପୁର ଥାନାର ଭାରପ୍ରାପ୍ତ ଥାନାଧିକାରୀ ଅନୁପ ସିଂହ କହିଛନ୍ତି, କାରରେ ଥିବା ନବବଧୂକୁ ଗାଳିଗୁଲଜ ଏବଂ ଚାଳକକୁ ମାଡ ହୋଇଥିବା ନେଇ ସୂଚନା ମିଳିଛି। ଦୁର୍ବୃତ୍ତମାନଙ୍କୁ ସିସିଟିଭି ଆଧାରରେ ଚିହ୍ନଟ କରାଯାଉଛି ଏବଂ ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories