www.samajalive.in
Saturday, December 6, 2025
26.1 C
Bhubaneswar

ଜିଲାସ୍ତରୀୟ ଯୁବ ସମ୍ବିଧାନ ମହୋତ୍ସବ

ଫୁଲବାଣୀ: ସ୍ଥାନୀୟ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ କାର୍ଯ୍ୟାଳୟଠାରେ ଗୁଗଲ୍ ମିଟ୍ ମାଧ୍ୟମରେ ଜିଲାସ୍ତରୀୟ ଯୁବ ସମ୍ବିଧାନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ନେହେରୁ ଯୁବ କେନ୍ଦ୍ର ସଂଗଠନ ଓଡ଼ିଶାର ସହାୟକ ଅଧିକାରୀ ରୋହିତ ନନ୍ଦେଶ୍ୱର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଫୁଲବାଣୀ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ପ୍ରବୀଣ କୁମାର ବାଣୁଆ, ନେହେରୁ ଯୁବ କେନ୍ଦ୍ର ଭଦ୍ରକର ଜିଲା ଯୁବ ଅଧିକାରୀ ଏମ ବିଘ୍ନେଶ, ବାଲେଶ୍ଵର ନେହେରୁ ଯୁବ କେନ୍ଦ୍ର ଅଧିକାରୀ ରମେଶ କାପୁର ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଭଦ୍ରକ, ଅନୁଗୋଳ, ବାଲେଶ୍ଵର ଏବଂ ମୟୂରଭଞ୍ଜ ପ୍ରତ୍ୟେକ ଜିଲାର ଦଶ ଜଣ ଲେଖାଏଁ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ବିଚାରକ ଭାବରେ ଡ. ଅନନ୍ତ ଚରଣ ମିଶ୍ର, ପ୍ରଫେସର ପ୍ରସନ୍ନ ବିଶୋଇ, ପ୍ରଫେସର ବିରାଜ ମୋହନ ରଥ, ରବିନ୍ଦ୍ର ନାଥ ମିଶ୍ର, ନବ କିଶୋର ରଥ ପ୍ରମୁଖ ରହି ପ୍ରତିଯୋଗୀମାନଙ୍କୁ ପ୍ରତ୍ୟେକ ଜିଲାରୁ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ପାଇଁ ଚୟନ କରିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ବିଷୟ ଥିଲା ଯୁବ ସ୍ୱର- ଜାତିର ପରିବର୍ତ୍ତନ ପାଇଁ ଜଡ଼ିତ ଏବଂ ସଶକ୍ତିକରଣ। ବୈଠକରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ଜିଲା ଯୁବ ଅଧିକାରୀ ନଭନିତ କୁମାର ମୁଖ୍ୟ ଅତିଥି ସମ୍ମାନୀତ ଅତିଥି ଓ ଉପସ୍ଥିତ ପ୍ରତିଯୋଗୀମାନଙ୍କୁ ସ୍ଵାଗତ କରିଥିବା ବେଳେ ସହ କର୍ମୀ ସତ୍ୟବାନ ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories