www.samajalive.in
Saturday, December 6, 2025
26.1 C
Bhubaneswar

ପିପିଲି ଉପନିବନ୍ଧକ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର ସଂଘ ପକ୍ଷରୁ ଗଣଧାରଣା

ପିପିଲି: ପିପିଲିରେ ନୂତନ ଭାବେ ଯୋଗଦେଇଥିବା ସବ୍‌‌ରେଜିଷ୍ଟ୍ରାର ମନମୁଖି କାର୍ଯ୍ୟ କରୁଥିବା ଏବଂ ଏହାଦ୍ୱାରା ଜମି କିଣାବିକା କରୁଥିବା ଜନସାଧାରଣ ନାନା ହଇରାଣ ହରକତ ହେଉଥିବାର ଅଭିଯୋଗ କରି ପିପିଲି ଉପନିବନ୍ଧକ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର ସଂଘ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ପିପିଲି ଉପନିବନ୍ଧକ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର ସଂଘର ସଭାପତି ପ୍ରତାପ ଚନ୍ଦ୍ର ଦାସ, ସଂପାଦକ ସୁଶୀଳ କୁମାର ଦାସ, ଉପଦେଷ୍ଟା ତଥା ଆଇନଜୀବୀ ଅନୁପ କୁମାର ପରିଡ଼ା, ଆଇନଜୀବୀ ବିଷ୍ଣୁପ୍ରସାଦ ଦାସଙ୍କ ନେତୃତ୍ୱରେ ସଂଘର ସଦସ୍ୟଙ୍କ ସମେତ ସ୍ଥାନୀୟ ଲୋକେ ଶୁକ୍ରବାର ପୂର୍ବାହ୍ନ ସାଢେ ୧୦ଟାରୁ ପିପିଲି ଉପନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ।

ପିପିଲିରେ ନୂତନ ଭାବେ ଯୋଗଦେଇଥିବା ସବ୍‌‌ରେଜିଷ୍ଟ୍ରାର ମନମୁଖି କାର୍ଯ୍ୟ କରୁଥିବା ବେଳେ ମୋହରିର, ଓକିଲ ଓ ଷ୍ଟାମ୍ପ ଭେଣ୍ଡରମାନଙ୍କୁ ଦୁର୍ବ୍ୟବହାର କରୁଥିବା ସଂପର୍କରେ ସଂଘ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଜମି କିଣାବିକା ନିମନ୍ତେ ଦଲିଲ ସଂପାଦନା କରିବା ପାଇଁ ପ୍ରତ୍ୟହ ସରକାରୀ କାର୍ଯ୍ୟ ଦିବସରେ ପୂର୍ବାହ୍ନ ୧୦ଟାରୁ ସାଢେ ଗୋଟାଏ ପର୍ଯ୍ୟନ୍ତ ସ୍ଲଟ୍‌‌ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ସବ୍‌‌ରେଜିଷ୍ଟ୍ରାର କାର୍ଯ୍ୟାଳୟକୁ ବିଳମ୍ବରେ ଆସୁଥିବା ଯୋଗୁଁ ଅଧିକାଂଶ ସ୍ଲଟ୍‌‌ ବୁକିଂର ଦଲିଲ ଗୁଡିକର ଆଇ.ଡି ହୋଇପାରୁନାହିଁ। ଫଳରେ ଉକ୍ତ ଦଲିଲ ଗୁଡିକ ରେଜିଷ୍ଟ୍ରେସନ ହୋଇନପାରିବା କାରଣରୁ ଜନଅସନ୍ତୋଷ ପ୍ରକାଶ ପାଇଥିବା ଅଭିଯୋଗ ହୋଇଛି। ସଂପାଦନା ହେଉଥିବା ଦଲିଲଗୁଡିକୁ ରେଜିଷ୍ଟ୍ରେସନ କରାଇ ଗୋଟିଏ ଦିନରେ ଦଲିଲ ପ୍ରଦାନ କରାଯିବାର ନିୟମ ଥିବା ବେଳେ ଏଥିରେ ବ୍ୟତିକ୍ରମ ହେଉଥିବା ଅଭିଯୋଗ ହୋଇଛି। ଏହିଭଳି ୧୧ଟି ଦାବି ସଂପର୍କିତ ଏକ ସ୍ମାରକପତ୍ରକୁ ସଂଘ ପକ୍ଷରୁ ପୁରୀର ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲେ ମଧ୍ୟ କୌଣସି ନ୍ୟାୟ ନମିଳିବାରୁ ଶୁକ୍ରବାର ସଂଘ ପକ୍ଷରୁ ଏହି ଗଣଧାରଣା ଦିଆଯାଇଥିଲା। ପିପିଲି ଆଇଆଇସି ଦୀପକ କୁମାର ଖଣ୍ଡାୟତରାୟ ଓ ସବ୍‌‌ରେଜିଷ୍ଟ୍ରାର କ୍ରୀଷ୍ଣା ପାଢ଼ୀ ଆନ୍ଦୋଳନକାରୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିବା ସହ ସେମାନଙ୍କୁ ବୁଝାସୁଝା କରିବା ପରେ ଅପରାହ୍ନ ସାଢେ ୨ଟାରେ ଗଣଧାରଣ ପ୍ରତ୍ୟାହୃତ ହୋଇଥିଲା।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories