www.samajalive.in
Monday, December 15, 2025
24.1 C
Bhubaneswar

ଲୋକସଭାରେ ବିଧେୟକ ଗୃହୀତ : ଭୋଟର ପରିଚୟପତ୍ର ସହ ଆଧାର ସଂଯୋଗ

ନୂଆଦିଲ୍ଲୀ : ଭୋଟର ପରିଚୟପତ୍ର ସହିତ ଆଧାର ନମ୍ବର ସଂଯୋଗ ସମ୍ପର୍କିତ ବିଧେୟକ ସୋମବାର ଲୋକସଭାରେ ଗୃହୀତ ହୋଇଛି । ନିର୍ବାଚନ ଆଇନ (ସଂଶୋଧନ) ବିଧେୟକ ୨୦୨୧କୁ ଆଇନମନ୍ତ୍ରୀ କିରେନ ରିଜିଜୁ ଗୃହରେ ଆଗତ କରିଥିବାବେଳେ ଏହା ବାଚନିକ ଭୋଟ୍‌ରେ ଗୃହୀତ ହୋଇଥିଲା । ବିଧେୟକର ବ୍ୟବସ୍ଥା ଅନୁଯାୟୀ ପ୍ରତ୍ୟେକ ମତଦାତାଙ୍କ ଫଟୋ ପରିଚୟପତ୍ର (ଇପିଆଇସି)କୁ ଆଧାର ସହିତ ସଂଯୋଗ କରାଯିବ। ତେବେ ଏହି ବିଧେୟକକୁ କଂଗ୍ରେସ, ଏଆଇଏମ୍ଆଇଏମ୍, ବିଏସ୍‌ପି, ଡିଏମ୍‌କେ, ତୃଣମୂଳ କଂଗ୍ରେସ, ଶିବସେନା, ଏନସିପି ଓ ଅନ୍ୟ ବିରୋଧୀ ଦଳଗୁଡିକ ବିରୋଧ କରିଥିଲେ। ବିରୋଧୀ ଦଳଗୁଡିକ କହିଥିଲେ ଯେ ଭୋଟର ପରିଚୟପତ୍ର ସହ ଆଧାର ସଂଯୋଗ ଦ୍ବାରା ନାଗରିକଙ୍କ ସାମ୍ବିଧାନିକ ଅଧିକାର ଓ ଗୋପନୀୟତା ଅଧିକାର ଉଲ୍ଲଙ୍ଘନ ହେବ। ଆଧାର ନମ୍ବର ଜଣେ ବ୍ୟକ୍ତିର ବାସସ୍ଥାନ ପ୍ରମାଣ ପତ୍ର। ନାଗରିକତ୍ବର ପ୍ରମାଣପତ୍ର ନୁହେଁ। ଆଧାର ସହ ଭୋଟର ପରିଚୟପତ୍ର ସଂଯୋଗ ଦ୍ବାରା ଅଣନାଗରିକମାନେ ଆଇନର ଫାଇଦା ନେବା ପୂର୍ବକ ମତଦାନର ସୁଯୋଗ ନେଇପାରିବେ। ତେଣୁ ଏହି ବିଧେୟକକୁ ପ୍ରତ୍ୟାହାର କରାଯାଉ। ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି) ଯେପରି ଢଙ୍ଗରେ ବିଧେୟକକୁ ଆଗତ କରି ଗୃହୀତ କରାଗଲା ତାକୁ ବିରୋଧ କରିଥିଲା। ବିରୋଧୀଙ୍କ ଦାବିକୁ ଅଗ୍ରାହ୍ୟ କରି ମନ୍ତ୍ରୀ ରିଜିଜୁ କହିଥିଲେ ଏହି ବିଧେୟକ ଦ୍ବାରା ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା ଆସିବ। ମତଦାତାମାନେ ଏକାଧିକ ସ୍ଥାନରେ ନାମ ପଞ୍ଜୀକରଣ ପୂର୍ବକ ମତଦାନ କରୁଥିବାବେଳେ ଏହାକୁ ରୋକାଯାଇପାରିବ। ନିର୍ବାଚନ ଆୟୋଗ ଦେଶର ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ନିମନ୍ତେ ନେଇଥିବା ପଦକ୍ଷେପ ମଧ୍ୟରେ ଏହା ଅନ୍ୟତମ। ତେବେ ବିରୋଧୀ ଦଳଗୁଡିକ ନିଜ ଦାବିକୁ ନେଇ ଗୃହରେ ହୋହଲ୍ଲା କରିବାରୁ ଗୃହକୁ ଦିନକ ପାଇଁ ମୁଲତବୀ ରଖାଯାଇଥିଲା।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories