www.samajalive.in
Sunday, December 14, 2025
17.1 C
Bhubaneswar

ଆରମ୍ଭରୁ ଏତେ, ପରେ କେତେ

ଡେସ୍କ: ନିର୍ଵାଚକୁ ପ୍ରାୟ ଆହୁରି ୧ ମାସ ବାକି ଥିବା ବେଳେ ନିର୍ବାଚନ ଉଲ୍ଲଂଘନ ମାମଲା ବୃଦ୍ଧି ପାଇବାରେ ଲାଗିଛି। ସାଧାରଣ ନିର୍ବାଚନ ଘୋଷଣା ହେବା ପରଠାରୁ ଏପର୍ଯ୍ୟନ୍ତ ନିର୍ବାଚନ କମିଶନଙ୍କ ଅଭିଯୋଗ ଆପ ‘ସି-ଭିଜିଲ୍’ ଆପରେ ୭୯ ହଜାରରୁ ଅଧିକ ଉଲ୍ଲଂଘନ ମାମଲା ରୁଜୁ ହୋଇଛି। ନିର୍ବାଚନ ଆୟୋଗ ଦ୍ୱାରା ଜାରି ସୂଚନାରେ କୁହାଯାଇଛି ଯେ ୯୯ ପ୍ରତିଶତରୁ ଅଧିକ ଅଭିଯୋଗର ସମାଧାନ ହୋଇଛି ଏବଂ ୮୯ ପ୍ରତିଶତ ଅଭିଯୋଗର ସମାଧାନ ୧୦୦ ମିନିଟ୍ ମଧ୍ୟରେ ହୋଇଛି। ବେଆଇନ ହୋର୍ଡିଂ ଓ ବ୍ୟାନରକୁ ନେଇ ୫୮ ହଜାର ୫୦୦ରୁ ଅଧିକ ଅଭିଯୋଗ ଆସିଛି। ଟଙ୍କା, ଉପହାର ଓ ମଦ ବଣ୍ଟନ ନେଇ ୧୪ ଶହରୁ ଅଧିକ ଅଭିଯୋଗ ଆସିଥିଲା। ପ୍ରାୟ ୩ ପ୍ରତିଶତ ଅଭିଯୋଗ ସମ୍ପତ୍ତି କ୍ଷୟକ୍ଷତିକୁ ନେଇ ହୋଇଛି। ନିର୍ଦ୍ଧାରିତ ପ୍ରଚାର ସମୟ ଠାରୁ ଅଧିକ ସମୟ ପ୍ରଚାରକୁ ନେଇ ଏକ ହଜାର ଅଭିଯୋଗ ଆସିଛି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories