ମୋଦୀଙ୍କ ମିଶନ ଶକ୍ତି ଉଦବୋଧନ: ବିନା ସୂଚନା ଓ ଅନୁମତିରେ ପ୍ରସାରଣ – ନିର୍ବାଚନ କମିଶନ

0

ନୂଆଦିଲ୍ଲୀ: ମିଶନ ଶକ୍ତି ସଫଳତା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଦୂରଦର୍ଶନ ଓ ଆକାଶବାଣୀରେ ବୁଧବାର ଦେଇଥିବା ଉଦବୋଧନ ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇନଥିବା ଉପ-ନିର୍ବାଚନ କମିଶନର ସନ୍ଦୀପ ସକ୍ସେନା କହିଛନ୍ତି। ଲୋକସଭା ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି।

ସକ୍ସେନା କହିଛନ୍ତି ଯେ, ଏହି ବିଷୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ବାଚନ କମିଶନଙ୍କୁ କୌଣସି ସୂଚନା ଦିଆଯାଇ ନଥିଲା କିମ୍ବା କମିଶନଙ୍କ ଅନୁମତି ନିଅଯାଇ ନଥିଲା। ଏହି ଘଟଣାରେ ନିର୍ବାଚନ ଆଚରଣ ସଂହିତା ଲଙ୍ଘନ ହୋଇଥିବା ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ନେତା ସୀତାରାମ ୟେଚୁରି ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିବାରୁ ଏହା ନିର୍ବାଚନ ଆଚରଣ ସଂହିତା ଲଙ୍ଘନ କରୁଥିବା ସେ କହିଛନ୍ତି।

ଇତି ମଧ୍ୟରେ ନିର୍ବାଚନ କମିଶନଙ୍କ ଦ୍ୱାରା ଗଠିତ କମିଟି ଏ ସମ୍ପର୍କରେ ଦୁଇ ଥର ବିଚାର ବିମର୍ଶ କରିଥିବା ବେଳେ ଦୂରଦର୍ଶନ ଓ ଆକାଶବାଣୀକୁ କମିଟି ସମ୍ପୂର୍ଣ ତଥ୍ୟ ଦେବାକୁ କହିଛି।

Leave A Reply