nua o banner

ଥୁଆମୁଳ ରାମପୁର: ଅଧାରୁ ଅଧିକ ଭୋଟ ଗ୍ରହଣ କେନ୍ଦ୍ର ନକ୍ସଲ ପ୍ରବଣ

BJD Bijuli 480×75 Mob

କଲମପୁର: କଳାହାଣ୍ଡି ଜିଲାର ଆଦିବାସୀଙ୍କ ପାଇଁ ସଂରକ୍ଷିତ ରହିଛି ଏକମାତ୍ର ଲାଞ୍ଜିଗଡ ବିଧାନସଭା ନିର୍ବାଚନ ମଣ୍ଡଳି। ଏହି ନିର୍ବାଚନ ମଣ୍ଡଳିରେ ରହିଛି ଆଦିବାସୀ ଅଧ୍ୟୁଷିତ ତଥା ବଣ ପାହାଡ ଘେରା ଥୁଆମୁଲ ରାମପୁର ବ୍ଲକ। ଏହି ବ୍ଲକରେ ପୁରୁଷ ମତଦାତାଙ୍କ ଅପେକ୍ଷା ପ୍ରାୟ ୧୫ଶହ ମହିଳା ମତଦାତା ଅଧିକ ଅଛନ୍ତି। ପୁରୁଷ ମତଦାତାଙ୍କ ସଂଖ୍ୟା ୨୪୯୮୩ ଥିବା ବେଳେ ମହିଳା ମତଦାତାଙ୍କ ସଂଖ୍ୟା ୨୬୪୮୦। ସର୍ବମୋଟ ମତଦାତାଙ୍କ ସଂଖ୍ୟା ୫୧୪୭୧। ଏହି ସମସ୍ତ ମତଦାତା ୭୨ ଗୋଟି ମତଦାନ କେନ୍ଦ୍ରରେ ସେମାନଙ୍କ ମତ ସାବ୍ୟସ୍ତ କରିବେ। ଏହି ୭୨ ଗୋଟି ମତଦାନ କେନ୍ଦ୍ର ମଧ୍ୟରୁ ବୁଥ୍‍ ନଂ ୧୨୧ ଦାଣ୍ଡପଦର, ୧୨୨ କାଚେଲେଖା, ୧୨୩ କେରପାଇ, ୧୨୪ ମେଲରଫା, ୧୨୫ ମାଝିଗାଁ, ୧୨୬ ନାକରୁଣ୍ଡି, ୧୨୭ ମୋହନଗିରୀ, ୧୨୮ତଲାମପଦର, ୧୩୨ ସାଇସୁରନୀ, ୧୩୩ ପୁଲିଙ୍ଗପଦର, ୧୩୪ ପେରୁମଞ୍ଜି, ୧୩୫ଭେଜିଗୁଡା, ୧୩୬ କର୍ଲାପାଟ, ୧୩୭ ପୁରୁଣାଗୁମା, ୧୩୮ କିଆପଦର, ୧୩୯ ପୋଡାପଦର, ୧୪୦ ଭଟ୍ଟାଗୁଡା, ୧୪୧ କାଣିଗୁମା, ୧୪୨ତରାଗଁ, ୧୪୩ ଜୁବାଙ୍‍ଗ, ୧୪୪ ଧୁଳିଗୁଡା,୧୪୫ ଥୁଆମୁଳ, ୧୪୬ ରାଣୀଡୁମାର, ୧୪୭ ଟେଭାକଲମ, ୧୪୮ ସିନ୍ଧିପଦର, ୧୪୯ନିଚେମସ୍କା, ୧୫୧ ଶୁଣ୍ଢିଜୋବା, ୧୫୨ ତୁନାପାରି, ୧୫୩ ଲୋହରାଜୋର, ୧୫୬ ମେଲକୁନ୍ଦେଲ, ୧୬୧ ବିଷମଗିରୀ, ୧୬୨ ତଲଝାପି, ୧୬୩ ଉପରଝାପି, ୧୮୦ ଓ ୧୮୧ ଖମାରପଦର,୧୮୨ ଉପରଚବରୀ ଓ ୧୮୩ ପୋଡାପଦର ନକ୍ସଲ ପ୍ରବଣ ବୁଥ ହେଇଥିବା ବେଳେ ୧୬୪ଡୁମେରପଦର, ପୋଡାପଦର ଓ ୧୮୪ ମହୁଲପାଟଣା ରାଜନୈତିକ ଉତେଜନା ପ୍ରବଣ ମତଦାନ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି।

୨୦୧୭ ପଞ୍ଚାୟତ ନିର୍ବାଚନରେ ଏହି ମତଦାନ କେନ୍ଦ୍ର ଗୁଡିକରେ ପ୍ରମୁଖ ତିନିଦଳର ସମର୍ଥକଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା। ଅନ୍ୟପଟେ ଇନ୍ଦ୍ରାବତି ଜଳଭଣ୍ଡାର ମଧ୍ୟରେ ରହିଛି ମତଦାନ କେନ୍ଦ୍ର ୧୭୫ ଘୁଟୃଖାଲ ଓ ୧୭୬ ଭିତରଡୁଙ୍ଗା। ଘୁଟୃଖାଲ ମତଦାନ କେନ୍ଦ୍ରରେ ୧୦୨୭ ଜଣ ମତଦାତା ସେମାନଙ୍କ ମତ ସାବ୍ୟସ୍ତ କରିବାକୁ ଥିବା ବେଳେ ଭିତରଡୁଙ୍ଗା ମତଦାନ କେନ୍ଦ୍ରରେ ୨୪୮ ଜଣ ମତଦାତା ସେମାନଙ୍କ ମତ ସାବ୍ୟସ୍ତ କରିବେ। ଏହି ଦୁଇଟି ମତଦାନ କେନ୍ଦ୍ରକୁ ଯିବାକୁ ହେଲେ ଇନ୍ଦ୍ରାବତି ଜଳଭଣ୍ଡାର ମଧ୍ୟରେ ମଟର ଲଞ୍ଚର ସହାୟତା ନେବାକୁ ହେବ। କେବଳ ମତଗ୍ରହଣକାରୀ ଅଧିକାରୀ ନୁହେଁ ସେହି ଜଳଭଣ୍ଡାର ମଧ୍ୟରେ ଥିବା ମତଦାତା ମଧ୍ୟ ଦେଶୀ ଡଙ୍ଗାର ସହାୟତା ନେଇ ମତଦାନ କେନ୍ଦ୍ରକୁ ଆସି ସେମାନଙ୍କ ମତ ସାବ୍ୟସ୍ତ କରିବେ। ଅନେକ ସମୟରେ ଯେଉଁ ଦଳ ଅଥବା ଯେଉଁ ପ୍ରାର୍ଥୀ ଏମାନଙ୍କ ମତଦାନ ପାଇଁ ଡଙ୍ଗା ବ୍ୟବସ୍ଥା କରନ୍ତି ସେହି ଦଳ ସେମାନଙ୍କ ମତ ହାସଲ କରିଥାନ୍ତି। ବହୁ ଗାଂକୁ ଯାତାୟତର ସୁବିଧା ନଥିବା କାରଣରୁ ମତଦାତାମାନେ ସେମାନଙ୍କ ମତ ଦାନ ପାଇଁ ପାହାଡର ପାଦଚଲା ରାସ୍ତାରେ ଦୀର୍ଘ ୧୫ରୁ ୨୦ କିଲୋମିଟର ଯାଇ ମତଦାନ କରି ଆସୁଛନ୍ତି। ସିଲୋଟ ଗ୍ରାମ ଠାରେ ପଞ୍ଚାୟତ ମୁଖ୍ୟ କର୍ଯ୍ୟାଳୟ ସ୍ଥାପନ ହେଇଥିଲେ ମଧ୍ୟ ସେଠାରେ ମତଦାନ କେନ୍ଦ୍ର ନଥିବାରୁ ପଂଚାୟତ ଅଧିନରେ ଥିବା ବିଭିନ୍ନ ଗ୍ରାମକୁ ଦାଣ୍ଡପଦର ଓ କେରପାଇର ମଲରଫା ମତଦାନ କେନ୍ଦ୍ରକୁ ଯାଇ ମତଦାନ କରିବାକୁ ପଡିଥାଏ। ଚଳିତ ନିର୍ବାଚନକୁ ବର୍ଜନ କରିବା ପାଇଁ ଗତ ୧୫ ଦିନ ତଳେ ମାଓବାଦୀ ବାଗୁନା ଡିଭିଜନ ତରଫରୁ ଆହ୍ୱାନ ଦିଆଯାଇଛି। ଏହାର ପ୍ରଭାବ ଏହି ୩୬ ଗୋଟି ମତଦାନ କେନ୍ଦ୍ରରେ ପ୍ରଭାବିତ ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ନିର୍ବାଚନକୁ କିପରି ସୁରକ୍ଷିତ କରାଯାଇ ପାରିବ ସେନେଇ ସମସ୍ତେ ଆଶାବାଦୀ।

Comments are closed.