www.samajalive.in
Tuesday, December 9, 2025
26.1 C
Bhubaneswar

ଏକାମ୍ରରେ ୧.୮୦ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ୱାର୍ଡ ନଂ ୪୪, ୫୭ ଓ ୫୮ର ପ୍ରାୟ ଏକ କୋଟି ଅଶୀ ଲକ୍ଷ ଟଙ୍କାର ଭୁବନେଶ୍ୱର ମହାନଗର ନିଗମ ଦ୍ଵାରା ବିଭିନ୍ନ ପ୍ରକଳ୍ପକୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶିଳାନ୍ୟାସ କରିଛନ୍ତି। ସେଥିମଧ୍ୟରୁ ବଡଗଡ ଗ୍ରାମର ଝରଣା ସାହି, ବଡଗଡ ଥାନା ପାଖ, ସଂତୋଷୀ ମା’ ମନ୍ଦିର ପାଖ, ପାଣ୍ଡବ ନଗର, ରାଜାରାଣୀ କଲୋନୀ, କେଦାର ଗୌରୀ ବିହାର, ରାଧାକୃଷ୍ଣ ନଗର ପ୍ରଭୁତି ଅଞ୍ଚଳର ପେଭର ବ୍ଲକ ରାସ୍ତା, ଡ୍ରେନ ସହ କଭର୍ ସ୍ଲାବ କାର୍ଯ୍ୟ ଅନ୍ତର୍ଭୁକ୍ତ। ସେହିପରି ପାଣ୍ଡବ ନଗର ଠାରେ ୱାଟକୋ ଦ୍ଵାରା ସାତ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏକ ଭୂତଳ ଜଳଭଣ୍ଡାରର ଶ୍ରୀ ପଣ୍ଡା ଶିଳାନ୍ୟାସ କରିଥିଲେ।

ଏହି ପ୍ରକଳ୍ପ ନିର୍ମାଣ ହେଲେ ପାଣ୍ଡବ ନଗର, ମେଘେଶ୍ଵର କଲୋନୀ ଏବଂ ବଡଗଡ ବ୍ରିଟର କିଛି ଅଂଶର ଏକ ହଜାର ପରିବାର ଏବଂ ପ୍ରାୟ ପାଞ୍ଚ ହଜାର ଜନସାଧାରଣ ଉପକୃତ ହେବେ। ଏହି ସବୁ କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର ପ୍ରତାପ ଜେନା, ଅବନିକାନ୍ତ ପାଟସାଣି, ବନ୍ଦନା ସାହୁ, ପୁଷ୍ପା ଦାସ, ଅଶୋକ ସିଂହ, କିଶୋର ମହାନ୍ତି, ୱାର୍ଡ ସଭାପତି ଯତୀନ୍ଦ୍ର ମୋହନ ଛୋଟରାୟ, ସନ୍ତୋଷ ସିଂହ, ବରିଷ୍ଠ ନାଗରିକ ନିମାୟୀ ଚରଣ କାନୁନଗୋ, ଡ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ଅଜିତ ସାହୁ, ଶରତ ଚନ୍ଦ୍ର ମହାନ୍ତି, ପ୍ରସନ୍ନ କୁମାର ସାହୁ, ପ୍ରତାପ ଲେଙ୍କା, ଅଜିତ୍ ବେହେରା, ସନ୍ତୋଷ ବେଜ୍, କୃଷ୍ଣ ଜେନା, ବୁଢ଼ା ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories