www.samajalive.in
Saturday, December 6, 2025
26.1 C
Bhubaneswar

ରାୟଗଡ଼ା ନିର୍ବାଚନ ମଣ୍ଡଳୀ: ତେଲୁଗୁ ଭୋଟରଙ୍କୁ ଆପଣାଇବାକୁ ସବୁ ରାଜନୈତିକ ଦଳଙ୍କ ଉଦ୍ୟମ

ରାୟଗଡ଼ା: ରାୟଗଡ଼ା ନିର୍ବାଚନମଣ୍ଡଳୀରେ ବସବାସ କରୁଥିବା ତେଲୁଗୁ ଭୋଟର ସବୁ ଦଳର ପ୍ରାର୍ଥୀଙ୍କ ପାଇଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ଆଲୋଚନା ହେଉଛି। ସେହି ଭୋଟରମାନଙ୍କୁ ନିର୍ବାଚନ ସମୟରେ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ସବୁ ଦଳ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି। ୨୦୧୧ ଜନଗଣନା ଅନୁଯାୟୀ ରାୟଗଡ଼ା ଜିଲାରେ କୁଇ ଭାଷାଭାଷୀ ଆଦିବାସୀଙ୍କ ସଂଖ୍ୟା ୧୦.୪୩ ପ୍ରତିଶତ ଥିଲା। ତେଲୁଗୁ ଭାଷାଭାଷୀଙ୍କ ସଂଖ୍ୟା ୮.୩୭ ପ୍ରତିଶତ ରହିଥିଲା। ବର୍ତ୍ତମାନ ଏହି ସଂଖ୍ୟା ବୃଦ୍ଧି ପାଇଛି। ରାୟଗଡ଼ା ସଦର ମହକୁମାର ସୀମାରେ ଥିବା ୮ଟି ପଞ୍ଚାୟତରେ ୮୦ ପ୍ରତିଶତ ତେଲୁଗୁ ଭାଷାଭାଷୀ ଲୋକ ବାସ କରୁଛନ୍ତି। କେରେଡା, ହାଟ ଶେଷଖାଲ, ଗାଜି ଗାଁ, ପିପିଲିଗୁଡ଼ା, ମୀରବାଲି ଓ ଢାଙ୍ଗଲୋଡିଂ ପଞ୍ଚାୟତରେ ଥିବା ଅନେକ ଗ୍ରାମରେ ପଡୋଶୀ ଆନ୍ଧ୍ରର ଛାପ ରହିଛି। ସେହି ଅଞ୍ଚଳର ବସବାସ କରୁଥିବା ଲୋକେ ଆନ୍ଧ୍ର ରାଜନୀତି ସହିତ ଊଣା ଅଧିକେ ଜଡ଼ିତ। ତେଲୁଗୁ ଭାଷାଭାଷୀ କୌଣସି ଦଳ ସପକ୍ଷରେ ନ ଥିବା ବେଳେ ବ୍ୟକ୍ତିବିଶେଷଙ୍କୁ ଗୁରୁତ୍ବ ଦେଇଥାନ୍ତି।

ପୂର୍ବତନ ସାଂସଦ ତଥା ବର୍ତ୍ତମାନର ଜିଲା ବିଜେଡି ସଭାପତି ଏନ. ଭାସ୍କର ରାଓଙ୍କ ନିଜସ୍ବ ସଙ୍ଗଠନ ସେହି ଅଞ୍ଚଳରେ ରହିଅଛି। ବିଭିନ୍ନ ସମୟରେ ବିଶେଷ କରି ତେଲୁଗୁ ଭାଷାଭାଷୀଙ୍କ ଲୋକପ୍ରିୟ ପର୍ବ ଉଗାଦି ଉତ୍ସବକୁ ପାଳନ କରି ସେ ତେଲୁଗୁ ଭୋଟରକୁ ନିଜ ଆଡକୁ ଆଣିବାରେ ସକ୍ଷମ ହୋଇଛନ୍ତି। କିନ୍ତୁ ବିଜେଡିର ଗୋଷ୍ଠୀ କନ୍ଦଳ ଭିତରେ ଅପରପକ୍ଷ ତରଫରୁ ପାଳିତ ହୋଇଥିବା ଉଗାଦି ଉତ୍ସବକୁ ନେଇ ଭୋଟରଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା।
ବିଜେଡି ମଧ୍ୟରେ ରହିଥିବା ଗୋଷ୍ଠୀ କନ୍ଦଳର ଫାଇଦା ନେଇ ତେଲୁଗୁ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ କଂଗ୍ରେସ ଉଦ୍ୟମ ଆରମ୍ଭ କରିଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ରାୟଗଡ଼ା ବିଜେଡିର ଟାଣୁଆ ନେତା କୋଣ୍ଡାବାବୁ ଦଳରୁ ବହିଷ୍କୃତ ହେବା ପରେ ତାଙ୍କ ସମର୍ଥକ (ବହୁ ସଂଖ୍ୟକ ତେଲୁଗୁ ଭୋଟର) ଚିନ୍ତାରେ ରହିଛନ୍ତି।

- Advertisement -

ଏହି ଗୋଳିଆ ପାଣିରୁ ଫାଇଦା ଉଠାଇବା ପାଇଁ କଂଗ୍ରେସ କସରତ ଆରମ୍ଭ କରିଛି। ତେଲେଙ୍ଗାନାର କଂଗ୍ରେସ ନେତା ରେବନ୍ତ ରେଡ୍ଡୀଙ୍କୁ ଆଣି ରାୟଗଡ଼ା ନିର୍ବାଚନମଣ୍ଡଳୀରେ ପ୍ରଚାର କରି ତେଲୁଗୁ ଭୋଟରଙ୍କୁ ନିଜ ଆଡକୁ ଟାଣିବା ପାଇଁ କଂଗ୍ରେସ ଆଶା ବାନ୍ଧିଛି। ପୁଣି ସୀମାରେ କାମ କରୁଥିବା ଏକ ନିର୍ଦ୍ଦିଷ୍ଟ ଏଜେନ୍‌ସି କେତେବେଳେ କେଉଁ ମୁହୂର୍ତ୍ତରେ କି ପଦକ୍ଷେପ ଗ୍ରହଣ କରିବ ତାହାକୁ ନେଇ ସମସ୍ତେ ଅନାଇ ବସିଛନ୍ତି। ସୀମାରେ ଯୁବକଯୁବତୀଙ୍କୁ ଚାକିରିଠାରୁ ଆରମ୍ଭ କରି ଆର୍ଥିକ ସହାୟତା ତଥା କୃଷି କ୍ଷେତ୍ରରେ ସହାୟତା କରିଥିବା ଉକ୍ତ ଏଜେନ୍‌ସି ଚଳିତ ନିର୍ବାଚନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସୀମାରେ ଚର୍ଚ୍ଚା ହେଉଛି। ଏନେଇ ରାୟଗଡ଼ା ବିଜେପି ମଧ୍ୟ ପଛରେ ପଡ଼ି ନାହିଁ। ତେଲୁଗୁ ଭୋଟରଙ୍କୁ ନିଜର କରିବା ପାଇଁ ବିଜେପି ପ୍ରୟାସ ଆରମ୍ଭ କରି ଦେଇଛି।

ଆନ୍ଧ୍ରର ବିଜେପି ସଭାନେତ୍ରୀ ଡି ପୁରନ୍ଦେଶ୍ୱରୀ ପୂର୍ବରୁ ନିର୍ବାଚନ ସମୟରେ ରାୟଗଡ଼ା ଜିଲାକୁ ଆସି ତେଲୁଗୁ ଭୋଟରଙ୍କୁ ଉତ୍ସାହିତ କରିଥିଲେ। କିନ୍ତୁ ଚଳିତ ନିର୍ବାଚନରେ ବିଜେପି ପକ୍ଷରୁ ସେମିତି କିଛି ଘୋଷଣା ହୋଇ ନ ଥିଲେ ମଧ୍ୟ ତେଲୁଗୁ ଭୋଟରଙ୍କୁ ନିଜ ଆଡକୁ ଆଣିବା ପାଇଁ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଛି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories